କଟକ ବଡ଼ ମେଡିକାଲରୁ ଚମ୍ପଟ ମାରିଲା କରୋନା ସନ୍ଦିଗ୍ଧ, ଲୋକେ ଆତଙ୍କିତ!

କଟକ ବଡ଼ ମେଡିକାଲରୁ ଚମ୍ପଟ ମାରିଲା କରୋନା ସନ୍ଦିଗ୍ଧ, ଲୋକେ ଆତଙ୍କିତ!
କଟକ ବଡ଼ ମେଡିକାଲରୁ ଚମ୍ପଟ ମାରିଲା କରୋନା ସନ୍ଦିଗ୍ଧ, ଲୋକେ ଆତଙ୍କିତ!

କଟକ: ପୁରା ବିଶ୍ୱରେ କରୋନା ଭାଇରସ ମହାମାରୀ ରୂପ ନେଇଥିବା ବେଳେ ଆଜି ଓଡ଼ିଶାର କଟକ SCB ବଡ ମେଡିକାଲ୍‌ରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ୍‌ ମାରିଥିବା ସୂଚନା ମିଳିଛି । ଚମ୍ପଟ୍ ମାରିଥିବା ବ୍ୟକ୍ତି ଜଣଙ୍କ ଆୟର୍ଲାଣ୍ଡର ନାଗରିକ ବୋଲି ଜଣାପଡିଛି । ତେବେ ବ୍ୟକ୍ତି ଜଣଙ୍କ ଚମ୍ପଟ ମାରିବା ଖବର ଚାରିଆଡେ ବ୍ୟାପିବା ପରେ ରାଜ୍ୟରେ ଗୋଟେ ପ୍ରକାର ଆତଙ୍କ ଖେଳିଯାଇଛି ।

ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ SCB ଅଣାଯାଇଥିଲା । ବ୍ୟକ୍ତି ଜଣଙ୍କ ଶରୀରରେ ତାପମାତ୍ରା ଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ଫଳରେ ତାଙ୍କୁ ଏସ୍‌ସିବିର ସ୍ୱତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା ।

ବ୍ୟକ୍ତି ଜଣଙ୍କ ଗତକାଲି ରାତିରୁ କେଉଁଆଡ଼େ ଚମ୍ପଟ ମାରିଥିବା ନେଇ ବୋଲି ସୂଚନା ମିଳିଛି । ଏନେଇ ମଙ୍ଗଳାବାଗ ଥାନାରେ ମେଡିକାଲ୍‌ କର୍ତ୍ତୃପକ୍ଷ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ପ୍ରଶାସନ ଏନେଇ ତଦନ୍ତ ଜାରି ରଖିଛି । ସନ୍ଦିଗ୍ଧ କୁ ଖୋଜି ବାହାର କରିବା ପାଇଁ ସେର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡିଛି ।

Share this story