କେଶ ଝଡ଼ିବାକୁ ନେଇ ଚିନ୍ତିତ କି ? ଆପଣଙ୍କ ନିଜ ପାଖରେ ଅଛି ସମାଧାନର ସୂତ୍ର…


ଏପରି କିଛି ଜାଣିବା କଥା ଅଛି ଯାହା ବିଷୟରେ ଅବଗତ ହେଲେ ଆମେ ନିଜେ ହିଁ ନିଜର ଅନେକ ରୋଗ ତଥା ସମସ୍ୟାର ସମାଧାନ କରିପାରିବା । ଆଜିକାଲି କେଶ ଝଡ଼ିବା ପ୍ରାୟ ସମସ୍ତଙ୍କର ଏକ ବଡ଼ ସମସ୍ୟା ପାଲଟିଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରି ଅନେକ ଉପଚାର କରିଥାଆନ୍ତି ।
ତେବେ ଏପରି ଏକ ସହଜ ଉପାୟ ଅଛି ଯାହା ଦ୍ବାରା ଆପଣ ଘରେ ବସି ବିନା କୌଣସି ଖର୍ଚ୍ଚରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣବା ସେହି ଉପାୟ ବିଷୟରେ :
ସର୍ବ ପ୍ରଥମେ ଆପଣ ନିଜ ଖାଦ୍ୟରେ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯେପରିକି କ୍ଷୀର, ଅଣ୍ଡା, ଡାଲି ଆଦି ସାମିଲ କରନ୍ତୁ । କେଶକୁ ଖାଲି କିମ୍ବା ଶ୍ୟାମ୍ପୁରେ ପ୍ରତିଦିନ ଧୁଅନ୍ତୁ ନାହିଁ ଓ ସପ୍ତାହରେ ଦୁଇ ଥର କେଶରେ ତେଲ ମାଲିସ୍ କରନ୍ତୁ ।
ଏହା ବ୍ୟତୀତ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁଇ ହାତର ନଖକୁ ପରସ୍ପର ଘଷିବା ଦ୍ବାରା କେଶ ଜନିତ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଦୁଇ ହାତର ନଖକୁ ପରସ୍ପର ଘଷିଲେ ଯେଉଁ ଘର୍ଷଣ ହୋଇଥାଏ ଏବଂ ଏହା ଦ୍ବାରା ଯେଉଁ ଉଷ୍ମତା ମିଳିଥାଏ ତାହା ଦ୍ବାରା କେଶ ମୂଳରେ ପ୍ରଭାବ ପଡ଼ିଥାଏ ।
ଦୁଇ ହାତର ନଖକୁ ପରସ୍ପର ଘଷିବା ଦ୍ବାରା କେଶ ମୂଳରେ ଭଲଭାବେ ରକ୍ତ ସଞ୍ଚାରଣ ହୋଇଥାଏ । ଫଳରେ କେଶ ଝଡ଼ିବା ସମସ୍ୟା କମି ଯାଇଥାଏ ଏବଂ କେଶ ଦୁଇଗୁଣା ବୃଦ୍ଧି ହୋଇଥାଏ ।
ଦିନରେ ୫ରୁ ୧୦ମିନିଟ୍ ମଧ୍ୟ ନଖ ଘଷିଲେ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାସହ କେଶ ଘନ ଏବଂ ମଜବୁତ୍ ହୋଇଥାଏ । ଏହା ଆପଣ ଯେ କୌଣସି ସମୟରେ କରି ପାରିବେ ।