ଏହି ଜିନିଷ ନିୟମିତ ସେବନ କରନ୍ତୁ ଦେଖିବେ କିଛି ଦିନ ଭିତରେ ଶରୀରର ଓଜନ ହ୍ରାସ ପାଇବ…


ସୁସ୍ଥ ଜୀବନ ଜାପାନ କରିବା ପାଇଁ ସମସ୍ତେ ଚାହନ୍ତି । ଯେତବେଳେ ଜଣେ ବ୍ୟକ୍ତି ଶରୀର ଓଜନ ବଢିଯାଏ ସେ ଭାରି ଚିନ୍ତାରେ ପଡ଼ିଯାଏ । ଓଜନ କମାଇବାକୁ ଲୋକେ ଅନେକ ଉପାୟ ଆପଣାନ୍ତି । କିଏ ଖାଇବା ନିୟନ୍ତ୍ରଣ କରନ୍ତି ତ ଆଉ କିଏ ଏହା ସହିତ ବ୍ୟାୟାମ କରନ୍ତି । ଓଜନ କମାଇବା ପାଇଁ ଆପଣ ଜଙ୍କ୍ ଫୁଡ୍ରୁ ଦୂରେଇ ରହିବା ସହିତ ପ୍ରତିଦିନ ବ୍ୟାୟାମ ମଧ୍ୟ କରନ୍ତୁ ।
ଖାଲି ଏତିକି ନୁହେ ଓଜନ କମେଇବା ପାଇଁ କଞ୍ଚା ରସୁଣ ଓ ମହୁ ମଧ୍ୟ ଖା’ନ୍ତୁ । ଏହା ଓଜନ ହ୍ରାସ୍ କରିବାରେ ବଢ଼ିଆ କାମ କରେ । ତା’ହେଲେ ଆସନ୍ତୁ ଜାଣିବା ଏ ଦୁଇଟି ଜିନିଷକୁ ଆପଣ ଓଜନ କମାଇବା ପାଇଁ କିପରି ବ୍ୟବହାର କରିବେ:
୩ରୁ ୪ କୋଲା ରସୁଣ ନିଅନ୍ତୁ । ରସୁଣର ଚୋପା ଛଡ଼ାଇ ଛୋଟ ଛୋଟ କରି କାଟି ଦିଅନ୍ତୁ । ଗୋଟିଏ ଛୋଟ କପ୍ରେ ମହୁ ନେଇ ଏଥିରେ କାଟି ରଖିଥିବା ରସୁଣକୁ ପକାନ୍ତୁ ।
ଏହି ମିଶ୍ରଣକୁ ରାତିରେ ପ୍ରସ୍ତୁତ କରି ରଖନ୍ତୁ ଏବଂ ସକାଳେ ଖାଲି ପେଟରେ ପିଅନ୍ତୁ । ମହୁ ଓ ରସୁଣର ମିଶ୍ରଣକୁ ତିଆରି କରି ଆପଣ ପାଖାପାଖି ୩ ଦିନ ପର୍ଯ୍ୟନ୍ତ ଫ୍ରିଜ୍ରେ ରଖିପାରିବେ । ମହୁ ଓ ରସୁଣର ସ୍ୱାଦ ପାଟିକୁ ଖରାପ ଲାଗିପାରେ । ତେବେ ଏହା ଆପଣଙ୍କ ଓଜନକୁ ହ୍ରାସ କରିବ ।
ଆହୁରି ବି ଅନେକ ଫାଇଦା ମିଳେ:
– ରସୁଣ ଓ ମହୁର ଏହି ମିଶ୍ରଣ ହଜମ ପ୍ରକ୍ରିୟାକୁ ଠିକ୍ ରଖିବା ସହିତ ଶରୀରରୁ ଟକ୍ସିନ୍କୁ ବାହାର କରିବାରେ ସାହାଯ୍ୟ କରିଥାଏ ।
– ଜ୍ୱର ଓ ଥଣ୍ଡା ସହିତ ଲଢ଼ିବା ପାଇଁ ଶରୀରକୁ ଶକ୍ତି ଦେଇଥାଏ ।
– ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।