ଲୋ-ବ୍ଲଡ୍ ପ୍ରେସରରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ, ସୁସ୍ଥ ଅନୁଭବ କରିବେ ନିଶ୍ଚତ…


ଲୋ-ବ୍ଲଡ୍ ପ୍ରେସରରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି କି ତାହାଲେ କହିବୁ ଆପଣଙ୍କୁ କିଛି ଭଲ ଉପାୟ । ଆଜିକାଲି ଦୁନିଆରେ ସମସ୍ତେ ସୁସ୍ଥ ରହିବା ପାଇଁ ଚେଷ୍ଟା ଚଳାଇଛନ୍ତି । ସେଥିପାଇଁ ଏହି ବ୍ୟସ୍ତ ବହୁଳ ସମାଜରେ ରୋଗ କୁ ସାଥି କରିସାରିଛନ୍ତି । କେତେବେଳେ ଟେନସନ ତ କେତେବେଳେ କାମ ପ୍ରେସର ।
ତେଣୁ ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଲୋ-ବ୍ଲଡ୍ ପ୍ରେସରରୁ ଦୂରେଇ ରହିବା ପାଇଁ । ପେସ୍ତା ବାଦାମ ଶରୀର ପାଇଁ ବହୁ ଉପକାରୀ । ପ୍ରତିଦିନ ସକାଳେ ଏହାକୁ ଲହୁଣୀ ସହିତ ମିଶାଇ ଖାଇଲେ ଅନେକ ଫାଇଦା ମିଳିଥାଏ ।
ଏ ସମ୍ପର୍କରେ ଆୟୁର୍ବେଦରେ ଉଲ୍ଲେଖ ରହିଛି । ଏହା ଲୋ-ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରିଥାଏ । ସକାଳେ ୪ଟି ପେସ୍ତା ବାଦାମ ଚୋବାଇ ଖାଇଲେ କିଛି ଦିନ ମଧ୍ୟରେ ସୁଫଳ ମିଳିଥାଏ ।
ନିୟମିତ ଅଁଳା ରସରେ ମହୁ ମିଶାଇ ପେସ୍ତା ବାଦାମ ଖାଇଲେ ଲୋ-ବ୍ଲଡ୍ ପ୍ରେସର ହୋଇ ନ ଥାଏ । ପେସ୍ତା ବାଦାମରେ କାର୍ବସ୍, ଫାଇବର, ପ୍ରୋଟିନ୍, ଫ୍ୟାଟ୍, ପୋଟାସିୟମ୍, ଫସଫରସ୍, ଭିଟାମିନ୍ ବି-୬, ଥାଇମିନ୍, କପର୍, ମାଙ୍ଗାନିଜ୍ ଆଦି ରହିଛି । ଏହା ରକ୍ତରେ କୋଲେଷ୍ଟରଲ୍ସ୍ତରକୁ ନିୟନ୍ତ୍ରିତ କରିବା ସହିତ ରକ୍ତ ଶର୍କରାକୁ ସ୍ବାଭାବିକ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି ।