ଭୁବନେଶ୍ୱରରୁ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଂଚିଲା…
Apr 7, 2020, 14:13 IST


ଭୁବନେଶ୍ୱର: ପୁଣି ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ଜଣାଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଂଚିଛି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରରେ ବୋଲି ସୂଚନା ମିଳିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଆଜି କେତେକ ନମୁନା ପରୀକ୍ଷା ଶେଷ ହେବା ପରେ ସେଥିମଧ୍ୟରୁ ଜଣେ କରୋନା ପଜିଟିଭ ବାହାରିଛି । ତାଙ୍କୁ ୪୫ ବର୍ଷ ବୟସ ହୋଇଥିବା ସୂଚନା ମିଳିଛି । ତାଙ୍କ ଘର ୟୁନିଟ୍-୪ ମଧୁସୁଦନନଗରରେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ହେଲେ ବ୍ୟକ୍ତି ଜଣଙ୍କ ଟ୍ରାଭେଲ ହିଷ୍ଟ୍ର ଉପରେ ସରାକର କୌଣସି ସୂଚନା ଦେଇନାହାନ୍ତି ।