ରାଜ୍ୟରେ ପୁଣି କରୋନା ସେଞ୍ଚୁରୀ, ଦିନକରେ ୧୬ ଜିଲ୍ଲାରୁ ୧୦୩ ପଜିଟିଭ ଚିହ୍ନଟ…

ରାଜ୍ୟରେ ପୁଣି କରୋନା ସେଞ୍ଚୁରୀ, ଦିନକରେ ୧୬ ଜିଲ୍ଲାରୁ ୧୦୩ ପଜିଟିଭ ଚିହ୍ନଟ…
ରାଜ୍ୟରେ ପୁଣି କରୋନା ସେଞ୍ଚୁରୀ, ଦିନକରେ ୧୬ ଜିଲ୍ଲାରୁ ୧୦୩ ପଜିଟିଭ ଚିହ୍ନଟ…

ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟରେ ପୁଣି ଶହେ ପାର୍ କଲା କରୋନା ପଜିଟିଭ୍ । ଆଜି ଗୋଟିଏ ଦିନରେ ୧୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ରେ ପହଞ୍ଚିଛି ।

ଆଜି ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୬ ଜଣ ବାହାରୁ ଆସି କ୍ୱାରେଣ୍ଟିନ ସେଣ୍ଟରରେ ରହୁଥିଲେ । ତେବେ ଆଜି ୧୬ ଜିଲ୍ଲାରୁ ୧୦୩ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୨୨ଟି ପଜିଟିଭ୍ ଆସିଛି ।

ସେହିପରି କେନ୍ଦ୍ରାପଡ଼ାରୁ ୧୫, ଜଗତସିଂହପୁରରୁ ୧୦, ମାଲକାନଗିରିରୁ ୯, ବଲାଙ୍ଗିର ଓ ଭଦ୍ରକରୁ ୮ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗଂଜାମ ଜିଲ୍ଲାରେ ମାତ୍ର ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୪୩୮ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୫୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ତେବେ ରାଜ୍ୟରେ ଏବେ ୮୮୧ ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ଭଦ୍ରକ ଜିଲ୍ଲାର ୮ ପଜିଟିଭ୍ ମଧ୍ୟରୁ ୪ ଜଣ ପଶ୍ଚିମବଙ୍ଗ ଫେରନ୍ତା । ଜଣେ ଲେଖାଏଁ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କଠାରେ ଲକ୍ଷଣ ଥିଲା ଓ ସେମାନେ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ ବୋଲି ଭଦ୍ରକ ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ନୂଆ ୧୫ଟି କରୋନା ପଜିଟିଭ୍ ଆସିଛି । ଏମାନଙ୍କ ମଧ୍ୟରୁ ୭ ଜଣ ପଶ୍ଚିମବଙ୍ଗ ଫେରନ୍ତା । ସେହିପରି ୨ ଜଣ ଲେଖାଏଁ ତାମିଲନାଡୁ ଓ ବେଙ୍ଗଳୁରୁରୁ ଫେରିଥିବା ବେଳେ ଜଣେ ଗୁଜରାଟରୁ ଆସିଥିଲେ । ବାହାରୁ ଫେରିବା ପରେ ସମସ୍ତେ କ୍ୱାରେଣ୍ଟିନରେ ଥିଲେ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛି ।

ସେହିପରି ଜଗତସିଂହପୁରରୁ ଚିହ୍ନଟ ୧୦ ଆକ୍ରାନ୍ତ ବାହାରୁ ଆସି କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ । ଏମାନଙ୍କ ମଧ୍ୟରୁ ୮ ଜଣ ପଶ୍ଚିମବଙ୍ଗ ଓ ୨ ଜଣ ତାମିଲନାଡୁ ଫେରନ୍ତା ବୋଲି ସୂଚନା ଦିଆଯାଇଛି ।

Share this story