ରାଜ୍ୟରେ ଆଜି ଚିହ୍ନଟ ହେଲେ ସର୍ବାଧିକ ୫୬୧ ନୂଆ କରୋନା ପଜିଟିଭ


ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ କାୟା ବିସ୍ତାର କରିଚାଲିଛି ମହାମାରୀ କରୋନା ଭାଇରସ । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୫୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏମାନଙ୍କ ଭିତରୁ ୧୩୬ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୪୨୫ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି । ଏମାନଙ୍କ ଭିତରେ ଜଣେ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା କର୍ମଚାରୀ ଥିବା ଜଣାଯାଇଛି । ଆଜି ୧୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି ।
ଏବେ ରାଜ୍ୟରେ ମୋଟ୍ ୫୫୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୬୭ ରହିଛି ।

କେଉଁ ଜିଲ୍ଲାରେ କେତେ:
ବରଗଡ଼: 21
ଭଦ୍ରକ: 1
ବଲାଙ୍ଗିର: 19
କଟକ: 81
ଢେଙ୍କାନାଳ: 3
ଗଞ୍ଜାମ: 283
ଜଗତସିଂହପୁର: 6
ଯାଜପୁର: 3
ଝାରସୁଗୁଡ଼ା: 2
କଳାହାଣ୍ଡି: 5
କେନ୍ଦ୍ରାପଡ଼ା: 2
କେଉଁଝର: 6
ଖୋର୍ଦ୍ଧା: 26
କୋରାପୁଟ: 4
ମୟୂରଭଞ୍ଜ: 10
ପୁରୀ: 1
ରାୟଗଡ଼ା: 76
ସମ୍ବଲପୁର: 8
ସୁନ୍ଦରଗଡ଼: 3
ଏନଡିଆରଏଫ: 1
ସେପଟେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୫,୫୦୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨,୫୬୭ ଜଣ ଚିକିତ୍ସାଧୀନ ଅଛନ୍ତି ।