ଦିନକରେ ସର୍ବାଧିକ, ଗଞ୍ଜାମକୁ ଘାରିଛି ମୃତ୍ୟୁର ଭୟ
ଓଡ଼ିଆ ଗସିପ୍ ବ୍ୟୁରୋ: ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା କରୋନା ମାମଲା ଆଜି ବି ସବୁ ରେକର୍ଡ ଭାଙ୍ଗିଛି । ରାଜ୍ୟରେ ଆଜି ଆଉ ୭୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ନୂଆ ୭୫୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ । ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୪୭ ରହିଛି ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬ରେ ପହଞ୍ଚିଛି । ସେଥିମଧ୍ୟରୁ ୭,୪୦୭ଜଣ ସୁସ୍ଥ ହୋଇଥିବାବେଳେ ୪,୪୭୬ଜଣ ଚିକିତ୍ସାଧୀନ ଅଛନ୍ତି ।
ସେପଟେ ଚିନ୍ତା ବଢ଼ାଉଛି କରୋନା ଜନିତ ମୃତ୍ୟୁ ସଂଖ୍ୟା ହାର । ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଜି ଆଉ ୪ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର । ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ଏହାସହ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି ।