ଗଞ୍ଜାମରେ ଗଡ଼ିଲା ମଣିଷ ମୁଣ୍ଡ: ଆଜିର ୪ ମୃତ୍ୟୁ ସହ କରୋନା ନେଲାଣି ୩୪ଜଣଙ୍କ ଜୀବନ…

ଗଞ୍ଜାମରେ ଗଡ଼ିଲା ମଣିଷ ମୁଣ୍ଡ: ଆଜିର ୪ ମୃତ୍ୟୁ ସହ କରୋନା ନେଲାଣି ୩୪ଜଣଙ୍କ ଜୀବନ…
ଗଞ୍ଜାମରେ ଗଡ଼ିଲା ମଣିଷ ମୁଣ୍ଡ: ଆଜିର ୪ ମୃତ୍ୟୁ ସହ କରୋନା ନେଲାଣି ୩୪ଜଣଙ୍କ ଜୀବନ…

ଓଡ଼ିଆ ଗସିପ ବ୍ୟୁରୋ: ମୃତ୍ୟୁର ଭାଇରସ ସାଜି ଆସିଥିବା କରୋନା ଗଞ୍ଜାମ ଜିଲ୍ଲା ପାଇଁ କୋକୁଆ ଭୟ ସୃଷ୍ଟି କରିଛି । ଦିନକୁ ଦିନ କରୋନା ଜନିତ ମୃତ୍ୟୁ ହାର ବଢ଼ୁଥିବାରୁ ଏବେ ଭୟରେ ଅଛନ୍ତି ଜିଲ୍ଲାବାସୀ ।

ଆଜି ରାଜ୍ୟରେ କରୋନା ଆକ୍ରାନ୍ତରେ ଯେଉଁ ୪ଜଣଙ୍କ ମୃତ୍ୟୁ ହୋଇଛି ସେମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର ।

ଗଞ୍ଜାମ ଜିଲ୍ଲାର ୪ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ସେମାନେ ସମସ୍ତେ ପୁରୁଷ ବୋଲି ଜଣାଯାଇଛି । ସେମାନଙ୍କ ବୟସ ଯଥାକ୍ରମେ ୩୨, ୪୧, ୪୮ ଓ ୫୮ । ୪୧ ବର୍ଷୀୟ ବ୍ୟକ୍ତି ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ୪୮ ବର୍ଷୀୟ ବ୍ୟକ୍ତି ଓ ୩୨ ବର୍ଷୀୟ ଯୁବକ ପୂର୍ବରୁ ମଧୁମେହରେ ଆକ୍ରାନ୍ତ ଥିଲେ ବୋଲି ଜଣାଯାଇଛି ।

ଜୁଲାଇ ପ୍ରଥମ ୯ ଦିନରେ ଜିଲ୍ଲାର ୧୭ ଜଣଙ୍କ ମୃତ୍ୟୁ ଘଟିଲାଣି । ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ଅଧିକରୁ ଅଧିକ ସ୍ଥାନୀୟ ଲୋକ ସଂକ୍ରମିତ ହେଉଛନ୍ତି । ଏସବୁ ଅନୁଧ୍ୟାନ କଲେ ଗୋଷ୍ଠୀ ସଂକ୍ରମଣ ଯେ ଜିଲ୍ଲାରେ କାୟା ବିସ୍ତାର କରି ସାରିଲାଣି, ଏହାକୁ ଅସ୍ବୀକାର କରିହେବ ନାହିଁ ।

ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଓ ସୀମା ସିଲ୍‌ ଭଳି ପଦକ୍ଷେପ ଆଉ କାମ ଦେଉନି । ଜିଲ୍ଲା‌ରେ ଇତିମଧ୍ୟରେ ୩ ଥର ସମୂହ ସ୍ବାସ୍ଥ୍ୟ ଯାଞ୍ଚ ସରିଲାଣି । ଆଜିଠାରୁ ଜିଲ୍ଲାର ସବୁ ସହରାଞ୍ଚଳରେ ସ୍ବାସ୍ଥ୍ୟ ଯାଞ୍ଚ୍‌ ଲାଗି ପୁଣି ପାଞ୍ଚ ଦିନ ସଟ୍‌ଡାଉନ୍‌ ଆରମ୍ଭ ହୋଇଛି । ଏଥର ଟିକେ ଉନ୍ନତ ଧରଣର ସ୍ବାସ୍ଥ୍ୟ ଯାଞ୍ଚ ହେବ ଓ ୨୦୦ ଟିମ୍‌ ଗଠନ ହୋଇଛି ।

ପ୍ରତି ଟିମ୍‌ରେ ଜଣେ ଡାକ୍ତର ଓ ଅକ୍ସିମିଟର୍‌ ମାଧ୍ୟମରେ ଯାଞ୍ଚ ହେବ ବୋଲି ଜିଲ୍ଲା ପ୍ରଶାସନ କହୁଛି । ଏହି ପାଞ୍ଚ ଦିନ ଜିଲ୍ଲା ପାଇଁ ଅଗ୍ନିପରୀକ୍ଷା ହେବ ବୋଲି ଅନୁମାନ କରାଯାଉଛି । ଏଭଳି ସ୍ଥିତିରେ କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ଏକ ସ୍ବତନ୍ତ୍ର ରଣନୀତି ଆପଣାଇବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Share this story