ବିଡ଼ି, ସିଗାରେଟ ଟାଣିଲେ ହେବ ହାର୍ଟ ଆଟାକ

ଓଡ଼ିଆ ଗସିପ୍ ବ୍ୟୁରୋ: ନିଶା, ଧୂମ୍ରପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ବିଷ ଭଳି କାମ କରେ ଜଣେ ସୁସ୍ଥ ମଣିଷକୁ ରୋଗିଣା ଭୟଙ୍କର ରୋଗିଣା କରିବାର ଉପାଦାନ ରଖେ । ସମୟ ସହ କୁ-ଅଭ୍ୟାସ ସବୁକୁ ଦୂରେଇ ନ ଦେଲେ ସବୁ କିଛି ଶେଷ ହୋଇଯିବ ।
ଆପଣ ଜାଣନ୍ତି ଧୂମପାନ ତଥା ସିଗାରେଟ କିମ୍ବା ବିଡି ସେବନ କରୁଥିବା ଲୋକଙ୍କୁ ହାର୍ଟ ଆଟାକର ଅଧିକ ବିପଦ ଥାଏ । ଦୀର୍ଘ ଦିନ ଧରି ଧୂମପାନ କରିବା ଦ୍ୱାରା ହୃଦଘାତ ଆଶଙ୍କା ବଢ଼ିଥାଏ ବୋଲି ଏକ ଅଧ୍ୟୟନରେ କୁହାଯାଇଛି । ଏଥିପାଇଁ ଯେତେ ସମ୍ଭବ ବିଡି-ସିଗାରେଟ ଠାରୁ ଦୂରେଇ ରହିବା ଉଚିତ ।
ଫିଟ୍ ଥିବା ସେତ୍ତ୍ୱ ଯଦି ଉଚ୍ଚ ରକ୍ତଚାପ ଥାଏ ତେବେ ସେହି ବ୍ୟକ୍ତି ମଧ୍ୟ ହୃଦଘାତର ଶିକାର ହୋଇପାରନ୍ତି । ହାଇ ବ୍ଲଡପ୍ରେସର ହୃଦୟକୁ ନିୟନ୍ତ୍ରଣ କରୁଥିବା ଧମନୀକୁ କ୍ଷିତି ପହଞ୍ଚାଇଥାଏ । ମୋଟାପଣ, ହାଇ କୋଲେଷ୍ଟ୍ରୋଲ ଏବଂ ଡାଇବେଟିସ ଯୋଗୁ ହାଇ ବ୍ଲଡପ୍ରେସରର ସମସ୍ୟା ବଢ଼ିଥାଏ । ଏଥିପାଇଁ ଏସବୁକୁ ନେଇ ସାବଧାନ ରହିବା ଉଚିତ ।
ରକ୍ତରେ କୋଲେଷ୍ଟ୍ରୋଲ ସ୍ତର ବଢ଼ିବା, ଉଚ୍ଚ ରକ୍ତଚାପ ଏବଂ ମଧୁମେହର ମେଦବହୁଳତା ସହ ସିଧାସଳଖ ସମ୍ପର୍କ ରହିଥାଏ । ଏକ ରିପୋର୍ଟ ମୁତାବକ ଯଦି ମୋଟାପଣକୁ ନିୟନ୍ତ୍ରଣ ରଖାଯାଏ ତେବେ ହାର୍ଟ ଆଟାକ ଭଳି ସମସ୍ୟା ଦୂର ହୋଇପାରିବ ।
ଶରୀରରେ ପାନକ୍ରିୟାଜ ସଠିକ ଢ଼ଙ୍ଗରେ କାମ ନକଲେ ରକ୍ତରେ ସୁଗାର ଲେବୁଲ ବଢ଼ିବାକୁ ଲାଗେ । ଏଥିସହ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣରେ ରଖୁଥିବା ହର୍ମୋନ୍ସ ମଧ୍ୟ ଉତ୍ପନ୍ନ ହେବା ବନ୍ଦ ହୋଇଯାଏ । ଏଭଳି ସ୍ଥିତିରେ ମଣିଷ ଡାଇବେଟିସ ଏବଂ ବ୍ଲଡ ପ୍ରେସର ଶିକାର ହୋଇଥାଏ । ହୃଦଘାତ ଆଶଙ୍କା ମଧ୍ୟ ବଢ଼ିବାକୁ ଲାଗେ ।
ବିଶେଷଜ୍ଞଙ୍କ ମତାନୁସାରେ ବଂଶଗତ କାରଣ ଯୋଗୁଁ ମଧ୍ୟ ହାର୍ଟ ଆଟାକ ହୋଇପାରେ । ଯେଉଁ ବ୍ୟକ୍ତିଙ୍କ ପରିବାର ବର୍ଗ, ଭାଇ-ଭଉଣୀ ବା ବାପା-ମା’ଙ୍କ ଏଭଳି ସମସ୍ୟା ରହିଛି, ସେମାନେ ବିଶେଷ ରୂପେ ସାବଧାନ ରହିବା ଉଚିତ । ପୁରୁଷଙ୍କ ୫୫ ବର୍ଷ ଏବଂ ମହିଳାଙ୍କ ମଧ୍ୟରେ ୬୫ ବର୍ଷରେ ହାର୍ଟ ଆଟାକ ସମସ୍ୟା ବଢ଼ିଥାଏ ।
ଅଧିକ ଷ୍ଟ୍ରେସ ବା ମାନସିକ ଅବସାଦ ମଧ୍ୟ ହାର୍ଟ ଆଟାକର ଅନ୍ୟତମ କାରଣ । ଅଧିକ ଅବସାଦଗ୍ରସ୍ତ ବ୍ୟକ୍ତି ହୃଦଘାତର ଶିକାର ହୋଇପାରନ୍ତି ବୋଲି ଡାକ୍ତରମାନେ କୁହନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ରୂପେ ବ୍ୟାୟମ ଏବଂ ନିୟନ୍ତ୍ରଣ ଡାଏଟ ଫଲୋ କରିବା ଉଚିତ ।