ସ୍ତ୍ରୀ’ମାନେ ଧ୍ୟାନ ଦିଅନ୍ତୁ! ଡାଏଟରେ ସାମିଲ କରନ୍ତୁ ଏହି 5ଟି ସାମଗ୍ରୀ, ଆପଣଙ୍କ ଓଜନ ବଢ଼ିବ ନାହିଁ…

ସ୍ତ୍ରୀ’ମାନେ ଧ୍ୟାନ ଦିଅନ୍ତୁ! ଡାଏଟରେ ସାମିଲ କରନ୍ତୁ ଏହି 5ଟି ସାମଗ୍ରୀ, ଆପଣଙ୍କ ଓଜନ ବଢ଼ିବ ନାହିଁ…
ସ୍ତ୍ରୀ’ମାନେ ଧ୍ୟାନ ଦିଅନ୍ତୁ! ଡାଏଟରେ ସାମିଲ କରନ୍ତୁ ଏହି 5ଟି ସାମଗ୍ରୀ, ଆପଣଙ୍କ ଓଜନ ବଢ଼ିବ ନାହିଁ…

ଏବେ ସାରା ଦେଶର ଶୀତ ଲହରୀ ଜାରି ରହିଛି । ଆଗକୁ ପାଗରେ ଅନେକ ପରିବର୍ତ୍ତନ ଆସିବ ତା ସହ ଶୀତ ବି ବଢ଼ିବ । ହାଡ଼ଭଙ୍ଗା ଶୀତରେ କିନ୍ତୁ ଆପଣ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଯେମିତି ଭୁଲି ନ ଯାଆନ୍ତି ।

ଶୀତ ଆସୁ ଆସୁ ଆମ ସମସ୍ତଙ୍କ ଓଜନ ବଢ଼ିବା ବି ଆରମ୍ଭ ହୋଇଯାଇଥାଏ । ପାଚନ ପ୍ରକ୍ରିୟା ଖୁବଶୀଘ୍ର ହୋଇଥାଏ ଆଉ ଏହି କାରଣରୁ ଏଭଳି ସମସ୍ୟା ଦେଖାଦିଏ । ଏହି ସମୟ ମଧ୍ୟରେ ଆପଣଙ୍କ ଡାଇଜେସନ ସିଷ୍ଟମ ଠିକ୍ ସେ କାମ କରୁଥିବାରୁ ଆପଣଙ୍କୁ ଅଧିକ ଭୋକ ଲାଗିଥାଏ ।

ଆପଣ ଡାଏଟରେ ଯଦି ନିମ୍ନଲିଖିତ ଖାଦ୍ୟ ପଦାର୍ଥ ଉପରେ ଧ୍ୟାନ ଦେବେ ଏବଂ ଏସବୁକୁ ନିଜ ଡାଏଟରେ ସାମିଲ କରିବେ ତେବେ ଆପଣଙ୍କ ସ୍ୱାସ୍ଥରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ । କେବଳ ସେତେକି ନୁହେଁ ଆପଣ ଜାଣିପାରିବେ ଯେ, ଏହା ଦ୍ୱାରା ଆପଣଙ୍କ ଓଜନ ସନ୍ତୁଳିତ ଅବସ୍ଥାରେ ରହିପାରୁଛି ।

1- ଗାଜର: ଗାଜରରେ ପ୍ରଚୁର ପରିମାଣର ଫାଇବର ମିଳିଥାଏ । ଏହା ଆପଣଙ୍କ ଡାଇଜେସନ ସିଷ୍ଟମ ଉପରେ ବ୍ରେକ ଲଗାଇବା ଭଳି କାମ କରିଥାଏ । ଗାଜରରୁ କ୍ୟାଲୋରି କମ୍ ପରିମାଣ ର ବି ରହିଥାଏ ଯାହା ଆପଣ ଖାଇବା ପରେ ଆପଣଙ୍କ ପେଟ ପୁରିଯାଇଥାଏ । କେବଳେ ସେତକ ନୁହେଁ ଏହା ଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣ ଉପରେ ମଧ୍ୟ କଣ୍ଟ୍ରୋଲ ଆସିଥାଏ ।

2- ଚକୁନ୍ଦର ବା ବିଟ୍: ଏଥିରେ ମଧ୍ୟ ଓଜନ ଉପରେ ନିୟନ୍ତ୍ରଣ ରଖୁଥିବା ଫ୍ରେଣ୍ଡଲୀ ଫାଇବର ମିଳିଥାଏ । 100 ଗ୍ରାମ ଚକୁନ୍ଦର ବା ବିଟ୍ ରେ କେବଳ 43 କ୍ୟାଲୋରି, ଶୂନ ଦଶମିକ 2 ଗ୍ରାମ ଫେଟ ଏବଂ 10 ଗ୍ରାମ କାର୍ବୋହାଇଡ୍ରେଟ ରହିଥାଏ । ଏହାର ସାଲାଡ ଅଥବା ଜୁସ ସେବନ କଲେ ଭୋକ କମ୍ ଲାଗିବ ଏବଂ ଓଜନ ବି ହ୍ରାସ ହେବ ।

3- ଡାଲଚିନି: ନାଚୁରାଲ ସାଇନ୍ସ ଏବଂ ବିଟାମିନୋଲଜିର ଏକ ରିପୋର୍ଟ ଅନୁସାରେ ନିୟମିତ ଡାଲଚିନି ଖାଇଲେ ଓଜନ ହ୍ରାସ ପାଇଥାଏ ।

4- ମେଥି: ବ୍ଲଡ ସୁଗାର ଏବଂ ଇନସୁଲିନ୍ କୁ କଣ୍ଟ୍ରୋଲ କରିବା ପାଇଁ ମେଥି ବେଶେ କାମରେ ଆସିଥାଏ । ଆଉ ଏହାକୁ ବେଶ୍ ଲାଭଦାୟକ ବୋଲି ମନେ କରାଯାଏ । ଏହା ଶରୀରର ମେଟାବାଲୋଜିମ୍ ସିଷ୍ଟମକୁ ସକ୍ରିୟ ରଖିବା ପାଇଁ କାମରେ ଆସିଥାଏ । ଏହାରୁ ମିଳୁଥିବା ୱାଟର ସଲ୍ୟୁବଲ କମ୍ପୋନେଣ୍ଟ ଖାଇବା ଇଚ୍ଛା ଶକ୍ତିକୁ କମ୍ କରିଥାଏ । ଶୀତରେ ଏହାର ସେବନ କଲେ ଓଜନ ହ୍ରାସ ପାଇଥାଏ ।

5- ଅମରୁଦ ବା ପିଜୁଳି: ଶୀତରେ ମିଳୁଥିବା ଅମରୁଦ ବା ପିଜୁଳି ଫାଇବରର ଆବଶ୍ୟକତାକୁ 12 ପ୍ରତିଶତ ପର୍ଯ୍ୟନ୍ତ ପୂରଣ କରିଥାଏ । ଆପଣଙ୍କ ଡାଇଜେଷ୍ଟ ସିଷ୍ଟମକୁ ବୁଷ୍ଟ କରିବା ପାଇଁ ଅମରୁଦ ଓଜନ ହ୍ରାସ କରିବା ପାଇଁ ଦିଗରେ ମଧ୍ୟ କାମ କରିଥାଏ । ଏହାକୁ ପ୍ରତ୍ୟକ ଦିନ ନିଜ ଡାଏଟରେ ସାମିଲ କଲେ ଆପଣଙ୍କ ଓଜନ ଆଶାନୂରୁପ ହ୍ରାସ ପାଇବ ।

Share this story