40 ଦିନର ଲକଡାଉନ କାହିଁକି, କ’ଣ ପାଇଁ? କ’ଣ ରହିଛି ଆଧ୍ୟାତ୍ମିକ ଓ ପୌରାଣିକ କଥା, ଯାହା ବଦଳାଇ ଦେବ ଆପଣଙ୍କ ଆସନ୍ତାକାଲିର ଭାଗ୍ୟ? ଜାଣିନିଅନ୍ତୁ ଏ ସମ୍ପର୍କରେ ରହିଥିବା ଏହି ସବୁ କଥା….

40 ଦିନର ଲକଡାଉନ କାହିଁକି, କ’ଣ ପାଇଁ? କ’ଣ ରହିଛି ଆଧ୍ୟାତ୍ମିକ ଓ ପୌରାଣିକ କଥା, ଯାହା ବଦଳାଇ ଦେବ ଆପଣଙ୍କ ଆସନ୍ତାକାଲିର ଭାଗ୍ୟ?  ଜାଣିନିଅନ୍ତୁ ଏ ସମ୍ପର୍କରେ ରହିଥିବା ଏହି ସବୁ କଥା….
40 ଦିନର ଲକଡାଉନ କାହିଁକି, କ’ଣ ପାଇଁ? କ’ଣ ରହିଛି ଆଧ୍ୟାତ୍ମିକ ଓ ପୌରାଣିକ କଥା, ଯାହା ବଦଳାଇ ଦେବ ଆପଣଙ୍କ ଆସନ୍ତାକାଲିର ଭାଗ୍ୟ?  ଜାଣିନିଅନ୍ତୁ ଏ ସମ୍ପର୍କରେ ରହିଥିବା ଏହି ସବୁ କଥା….

ଓଡ଼ିଆ ଗସିପ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ସାରା ଦେଶରେ ଲକଡାଉନ ଅବଧିକୁ ଅଧିକ 19 ଦିନ ବୃଦ୍ଧି କରିଛନ୍ତି । ଏହି ପରି ଭାବରେ ସାରା ଦେଶରେ ଏବେ ମୋଟ୍ 40 ଦିନ ଧରି ଲକଡାଉନ ଲାଗୁ କରାଯାଇଛି । କନ୍ଫେଡେରେସନ ଅଫ୍ ମିଡିକାଲ ଆସୋସିଏସନ ଅଫ୍ ଏସିଆ ଏଣ୍ଡ ଆସୋନିଆ (CMAAO)ର ପ୍ରେସିଡେଣ୍ଟ ଏବଂ ହାର୍ଟ କେୟାର ଫାଉଣ୍ଡେସନ ଅଫ୍ ଇଣ୍ଡିଆ ତଥା ଇଣ୍ଡିଆନ ମେଡିକାଲ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ପଦ୍ମଶ୍ରୀ କେକେ ଅଗ୍ରୱାଲଙ୍କ ମାନିବା କଥା ଯେ, ଏହି 40 ଦିନିଆ ଲକ୍ ଡାଉନ କେବଳ ବୌଜ୍ଞାନିକ କି ମେଡିକାଲ ଦୃଷ୍ଚି କୋଣରୁ ନୁହେଁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ ।

ବୈଜ୍ଞାନିକ ଦୃଷ୍ଟିକୋଣରୁ ସେ ପ୍ରଥମେ କହିଛନ୍ତି ଯେ, କ୍ୱାରେଣ୍ଟିନ ଶବ୍ଦ ବିନିସିୟନ ଭାଷାରୁ ନିଆଯାଇଛି । କ୍ୱାରେଣ୍ଟିନ ର ଅର୍ଥ 40 ଦିନ । ଯାହା କିଛି ଏହି ପ୍ରକାରର ଅଟେ…

କେକେ ଅଗ୍ରୱାଲଙ୍କ କହିବା କଥା ଯେ, ପ୍ଲେଗ ମହାମାରୀ ସମୟରେ ଯାତ୍ରୀମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ଓ ରୋକିବା ପାଇଁ ସବୁ ଜାହାଜକୁ ଅଲଗା ଅଲଗା କରି ରଖାଯାଇଥିଲା । ଏହା ସହ ପ୍ରଥମ ଥର ପାଇଁ 30 ଦିନିଆ ଆଇସୋଲେସନ ଲାଗୁ କରାଯାଇଥିଲା । ପୁଣି ଥରେ 1377 ରେ ରାଗୁସା ଗଣରାଜ୍ୟ, ଡାଲାମିଆରେ ଲାଗୁ କରାଯାଇଥିଲା ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, କ୍ୱାରେଣ୍ଟିନ ମେଡିକାଲ ଆଇସୋଲେସନର ଏକଦମ ଭିନ୍ନ ଏବଂ ଅଲଗା । କ୍ୱାରେଣ୍ଟିନର ପରାମର୍ଶ ସେହି ମାନଙ୍କୁ ଦିଆଯାଇଥାଏ ଯେଉଁମାନଙ୍କ ମାଧ୍ୟମରେ ସଂକ୍ରମଣ ପ୍ରସାରିତ ହେବାର ଆଶଙ୍କା ରହିଥାଏ । ସେମାନଙ୍କୁ ସୁସ୍ଥ ଲୋକଙ୍କ ଠାରୁ ପୃଥକ ହୋଇ ରହିବାକୁ ପରାମର୍ଶ ଦିଆଯାଇଥାଏ । କ୍ୱାରେଣ୍ଟିନକୁ କର୍ଡନ ସୋନିଟିଅର ସହ ଯୋଡ଼ି ଦେଖାଯାଇପାରେ । ଯେ କୌଣସି ସଂକ୍ରମିତ ବ୍ୟକ୍ତିଙ୍କୁ ଏକ ନିର୍ଦ୍ଧାରିତ ଭୌଗାଳିକ ଅଞ୍ଚଳରୁ ବାହାରକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଥାଏ । ଯାହା ଫଳରେ ଅନ୍ୟ ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରାଯାଇପାରିବ ।

40 ଦିନିଆ ଲକଡାଉନ ସହ କ’ଣ ରହିଛି ଧର୍ମର ସମ୍ପର୍କ?

ଡକ୍ଟର କେକେ ଅଗ୍ରୱାଲଙ୍କ କହିବା କଥା, ଏହି 40 ଦିନର ଅବଧି ଧର୍ମ ସହ ବି ସମ୍ପର୍କ ରହିଛି । ସର୍ବ ପ୍ରଥମେ ଇସାଇ ଧର୍ମର ଉଦାହରଣ ଦେଇ କୁହନ୍ତି ଯେ, ଖ୍ରୀଷ୍ଟ ଧର୍ମରେ ବର୍ଣ୍ଣନ ଅଛି ଯେ, ପ୍ରଭୂ ଯୀଶୁ ମରୁଭୂମିରେ 40 ଦିନ କଠିନ ତପସ୍ୟା କରିଥିଲେ, ଠିକ୍ ସେହିପରି ବୌଦ୍ଧ ଧର୍ମର ଭଗବାନ ଗୌତମ ବୁଦ୍ଧ ମଧ୍ୟ 40 ଦିନ ଧରି ଉପବାସରେ ରହିଥିଲେ । ସେ ଆହରି କୁହନ୍ତି ଯେ, ପେଗମ୍ବର ମହମ୍ମଦ ସାହେବ ମଧ୍ୟ 40 ଦିନ ଧରି ଏକ ଗୁମ୍ଫା ମଧ୍ୟରେ ରହି ଉପବାସ କରିଥିଲେ । ଏପରିକି ସ୍ୱାମୀ ଆୟପ୍ପାଙ୍କୁ ମାନୁଥିବା ଭକ୍ତମାନେ ମଧ୍ୟ 40ଦିନ ଧରି ନିଷ୍ଠାର ସହ ଉପବାସ କରିଥାନ୍ତି । ଏହା ପରେ ସେମାନେ କେରଳର ସାବରୀମାଳା ଯାଇ ପ୍ରଭୂଙ୍କ ଦର୍ଶନ କରିଥାନ୍ତି ।

Share this story