World Odia Language Conferene

ଏମିତି ବି ହୁଏ! ଏକା ସାଙ୍ଗରେ ପ୍ରେମିକା ଓ ପତ୍ନୀଙ୍କ ମଥାରେ ସିନ୍ଦୁର ଦେଲା ଯୁବକ, ଭିଡିଓ ଭାଇରାଲ…

ଏମିତି ବି ହୁଏ! ଏକା ସାଙ୍ଗରେ ପ୍ରେମିକା ଓ ପତ୍ନୀଙ୍କ ମଥାରେ ସିନ୍ଦୁର ଦେଲା ଯୁବକ, ଭିଡିଓ ଭାଇରାଲ…
ଏମିତି ବି ହୁଏ! ଏକା ସାଙ୍ଗରେ ପ୍ରେମିକା ଓ ପତ୍ନୀଙ୍କ ମଥାରେ ସିନ୍ଦୁର ଦେଲା ଯୁବକ, ଭିଡିଓ ଭାଇରାଲ…

ଓଡ଼ିଆ ଗସିପ୍ ବ୍ୟୁରୋ: ନିଜେ ପସନ୍ଦ କରୁଥିବା ଝିଅ (ପ୍ରେମିକା)କୁ ବିବାହ କଲା ମଧ୍ୟପ୍ରଦେଶର ଯୁବକ । ଏହା ସହ ବାପା-ମାଆ ପୁଅ ପାଇଁ ପସନ୍ଦ କରିଥିବା ଝିଅକୁ ମଧ୍ୟ ମଥାରେ ସିନ୍ଦୁର ଦେଇ ଅର୍ଦ୍ଧାଙ୍ଗିନୀ ସଜାଇଛି । ଏକା ସାଙ୍ଗରେ ଗୋଟିଏ ବେଦୀରେ ଦୁଇ ଜଣଙ୍କୁ ବିବାହ କରିଥିବା ଏହି ଘଟଣାକୁ ନେଇ ଏବେ କୌତୁହଳ ସୃଷ୍ଟି ହୋଇଛି ।

ସୋସିଆଲ ମିଡିଆରେ ଏହି ଖବର ମଧ୍ୟ ବେଶ୍ ଭାଇରାଲ ହୋଇଛି । ମଧ୍ୟପ୍ରଦେଶରେ ଘଟିଥିବା ଏହି ନିଆରା ବିବାହକୁ ନେଇ ଅନେକ ଭିନ୍ନ ଭିନ୍ନ ମତ ରଖିଛନ୍ତି । ସ୍ଥାନୀୟ ଅଞ୍ଚଳରେ କିନ୍ତୁ ଏହି ଅଜବ ବିବାହକୁ ନେଇ ଗସିପ୍ ଆରମ୍ଭ ହୋଇଯାଇଛି ।

ଖବର ଅନୁସାରେ, ମଧ୍ୟପ୍ରଦେଶର ବୈତୁଲ ନିବାସୀ ସନ୍ଦୀପ ଉଇକେ ଜୁଲାଇ 8 ତାରିଖରେ ଘୋଡାଡୋଗରି ବ୍ଲକର କେରିଆ ଗାଁରେ ଏହି ଅଜବ ବାହାଘର ହୋଇଥିବା ଜଣାପଡ଼ିଛି ।

ସନ୍ଦୀପ ଏବେ ଦୁଇ ଜଣ ଝିଅକୁ ବିବାହ କରିଛନ୍ତି । ସେଥିମଧ୍ୟରୁ ଜଣେ ହୋଶଂଗାବାଦ ଜିଲ୍ଲାର ଆଉ ଜଣେ କୋୟଲାରୀ ଗାଁର । ଭୋପାଳରେ ସନ୍ଦୀପ ପାଠ ପଢ଼ୁଥିବା ବେଳେ ହୋଶାଂଗାବାଦର ଝିଅ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଅନ୍ୟପଟେ ସନ୍ଦୀପଙ୍କ ବାପା-ମା ପୂର୍ବରୁ ତାଙ୍କ ପାଇଁ ଝିଅ ଖୋଜି ସାରିଥିଲେ । ବିବାହକୁ ନେଇ ବିବାଦ ବଢ଼ିବାରୁ ଗାଁରେ ପଞ୍ଚାୟତ ବସିଥିଲା ।

ପଞ୍ଚାୟତର ନିର୍ଯାସ ବାହାରିଥିଲା ଯେ, ଉଭୟ ଝିଅ ସନ୍ଦୀପଙ୍କୁ ବିବାହ କରିବା ପାଇଁ ରାଜି ଅଛନ୍ତି । ଉଭୟ ଝିଅ ମଧ୍ୟ ବିବାହ ନେଇ କୌଣସି ଆପତ୍ତି ନଥିବା ପଞ୍ଚାୟତ ଆଗରେ କହିଥିଲେ । ଏହାପରେ ଉଭୟ ଝିଅ ସନ୍ଦୀପଙ୍କୁ ଗୋଟିଏ ବେଦୀରେ ବିବାହ କରିଛନ୍ତି ।

ଏହି ବାହାଘର କେରିଆ ଗାଁରେ ଆୟୋଜିତ ହୋଇଥିଲା । ପଞ୍ଚାୟତର ନିଷ୍ପତ୍ତିକୁ ତିନି ପରିବାର ଗ୍ରହଣ କରିଥିଲେ । ଆଉ ସମସ୍ତ ପରିବାର ବିବାହରେ ଯୋଗ ଦେଇଥିଲେ । ତେବେ ଏହା ପ୍ରଥମ ଘଟଣା ଯେଉଁଠି ଗୋଟିଏ ବେଦୀରେ ଜଣେ ବର ଦୁଇ କନ୍ୟାକୁ ବିବାହ କରୁଛି । ଆଗରୁ ଏମିତିକା ବିବାହ ହୋଇନଥିବା ସୂଚନା ରହିଛି ।

Share this story