ଯେତେବେଳେ କେହି କାହାକୁ KISS କରେ ସେତେବେଳେ ଶରୀରରେ କେଉଁ ସବୁ ପରିବର୍ତ୍ତନ ହୁଏ ଜାଣନ୍ତୁ...

What changes happen in the body when someone kisses to someone
ଯେତେବେଳେ କେହି କାହାକୁ KISS କରେ ସେତେବେଳେ ଶରୀରରେ କେଉଁ ସବୁ ପରିବର୍ତ୍ତନ ହୁଏ ଜାଣନ୍ତୁ...

ଓଡ଼ିଆ ଗସିପ୍ ବ୍ୟୁରୋ: କୁହାଯାଏ ଯେ ଯେତେବେଳେ ପ୍ରେମର ଆରମ୍ଭ ହୋଇଥାଏ, ସେତେବେଳେ ହାର୍ଟ ଜୋରରେ ଧକଧକ୍ କରେ । ତା’ପରେ ଭାବନା ବଢ଼ିବା ସହିତ ପ୍ରେମ ଫିଜିକାଲ ଆଟାଚମେଣ୍ଟରେ ପହଞ୍ଚିଥାଏ । ଯାହାକୁ ସାଧାରଣତଃ ଲୋକମାନେ କିସରୁ ଆରମ୍ଭ କରନ୍ତି । ଲୋକମାନେ ଚାହାଁନ୍ତି ଯେ ସେମାନଙ୍କର ଏହି ପ୍ରଥମ କିସ୍ ସର୍ବଦା ସେମାନଙ୍କ ହୃଦୟ ଓ ମନରେ ରୁହୁ । ପ୍ରଥମ କିସ୍ କେବଳ ଆମର ଭାବନାକୁ ସତେଜ ରଖେ ନାହିଁ ବରଂ ଆମକୁ ଅନେକ ପ୍ରକାରର ଶାରୀରିକ ଉପକାର ମଧ୍ୟ କରିଥାଏ । ଏହି ଶାରୀରିକ ଲାଭ ଆମ ଶରୀରରେ ବହୁତ ପରିବର୍ତ୍ତନ ଆଣିଥାଏ ।

ଚାପ ହ୍ରାସ ହୁଏ : ଯଦି ଆପଣଙ୍କର କିଛି ବିଷୟକୁ ନେଇ ଟେନସନ ଅଛି ଓ ଆପଣ ଚାପଗ୍ରସ୍ତ ଅନୁଭବ କରୁଛନ୍ତି, ତେବେ ମଦ ପିଇବା ପରିବର୍ତ୍ତେ, ଆପଣ କାହାର ସାହାରା ନେଇପାରିବେ? ନିୟମିତ କିସ୍ କରିବା ଦ୍ୱାରା ଚାପ ସ୍ତର କମିଯାଏ । ଶରୀରରେ ଷ୍ଟ୍ରେସ୍ ହରମୋନ୍ କର୍ଟିସୋଲରେ ହ୍ରାସ ଘଟିଥାଏ । କେବଳ ଏତିକି ନୁହେଁ କିସ୍ କରିବା ସମୟରେ ଖୁସି ହରମୋନ୍ ସହିତ, ଗୁଡ୍ କେମିକାଲ ଅକ୍ସିଟୋସିନ୍ ମଧ୍ୟ ଶରୀର ରିଲିଜ କରିଥାଏ । ଯେଉଁ କାରଣରୁ ଆପଣଙ୍କ ଚାପ କମିଯାଏ ।

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ଭାବନା ଓ ଆନନ୍ଦ : କିସ୍ ଏକ ଭାବନା ଓ ଆନନ୍ଦର ଅନୁଭବ ଦେଇଥାଏ । ଆମର ଶରୀରର ଧଡକନ ବଢ଼ିପାରେ ଓ ଶରୀରରେ ହାପି ହରମୋନ୍ ଉତ୍ପନ୍ନ ହୋଇଥାଏ ।

କୋଲେଷ୍ଟ୍ରଲ ସହିତ ଲଢ଼ିବାରେ ସାହାଯ୍ୟ କରେ : ଯଦି ଆପଣଙ୍କର କୋଲେଷ୍ଟ୍ରଲ ସ୍ତର ଅଧିକ, ତେବେ କିସ୍ ମଧ୍ୟ ଏହି ସମସ୍ୟାରୁ ଉପକୃତ କରିପାରେ । କିସ୍ ବ୍ଲଡ୍ ଲିପିଡସ୍ ସ୍ତରକୁ ପ୍ରଭାବିତ କରେ । ଖବର ଅନୁଯାୟୀ, ରୋମାଣ୍ଟିକ୍ କିସ୍ ଶରୀରରେ ସେରମ୍ କୋଲେଷ୍ଟ୍ରୋଲ୍ ହ୍ରାସ କରିଥାଏ ଓ ସାମଗ୍ରିକ କୋଲେଷ୍ଟ୍ରୋଲ୍ ସ୍ତର ମଧ୍ୟ କମିଯାଏ ।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ହୃଦସ୍ପନ୍ଦନ ଓ ରକ୍ତ ପ୍ରବାହ : ଯେତେବେଳେ ଆପଣ ପ୍ରଥମ ଥର ପାଇଁ କାହାକୁ କିସ୍ ଦିଅନ୍ତି, ଶରୀରରେ ହଠାତ୍ ଆଡ୍ରେନାଲିନ୍ ଦ୍ରୁତ ଗତିରେ ବଢ଼ିଯାଇଥାଏ, ଯେଉଁ କାରଣରୁ ଜଣେ ବ୍ୟକ୍ତିଙ୍କ ହୃଦସ୍ପନ୍ଦନ ବଢ଼ାଇଥାଏ । ଏହି କାରଣରୁ ଏନର୍ଜି ଲେଭଲ ବଢ଼ିଥାଏ ଓ ବ୍ଲଡ୍ ଫ୍ଲୋରେ ମଧ୍ୟ ଉନ୍ନତ ହୋଇଥାଏ ।

Share this story