ତିନିଟା ଅଣ୍ଡା ଚୋରାଇ ନେଇ ବିଦା ହେଲେ ପୋଲିସ କନେଷ୍ଟବଲ

ତିନିଟା ଅଣ୍ଡା ଚୋରାଇ ନେଇ ବିଦା ହେଲେ ପୋଲିସ କନେଷ୍ଟବଲ

ଓଡ଼ିଆ ଗସିପ୍ ବ୍ୟୁରୋ: କଥାରେ ଅଛି , ‘ଚାକିରୀ କରିବ ପୋଲିସ-ମାଛ ଖାଇବ ଇଲିସ’ । ହେଲେ ଏଠାରେ ମାଛ ନୁହେଁ ଅଣ୍ଡା ଚୋରାଇ ନେଇ ଚାକିରୀରୁ ବିଦା ହୋଇଛନ୍ତି ପଞ୍ଜାବ ପୋଲିସର ଜଣେ ହେଡ୍ କନେଷ୍ଟବଲ ।

ହଁ, ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସମ୍ପୂର୍ଣ୍ଣ ସତ୍ୟ । ମାତ୍ର କେଇଟା ଅଣ୍ଡା ଚୋରାଇ ନେଇ ନିଜ ପକେଟରେ ରଖିବା ଏବଂ ତାହା ସିସିଟିଭିରେ କଏଦ ହେବାରୁ ପୋଲିସ ବିଭାଗ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିଛି ।

ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିବା ଏସମ୍ପର୍କିତ ଏକ ଭିଡିଓରେ ପ୍ରାଞ୍ଜଳ ଭାବେ ଦେଖାଯାଇଛି ଯେ, ଲକଡାଉନ କଟକଣା ଚେକିଂ ଦାୟିତ୍ୱରେ ଥିବା ଜଣେ ପୋଲିସ କର୍ମଚାରୀ କିଭଳି ରାସ୍ତା ଉପରେ ଥିବା ଏକ ଅଣ୍ଡା ଟ୍ରଲିରୁ ଅଣ୍ଡା ଚୋରାଇ ନେଉଛନ୍ତି ।


ସଂପୃକ୍ତ ଅଣ୍ଡା ବିକାଳୀ କିଛି ସମୟ ପାଇଁ ବାହାରକୁ (ବୋଧ ହୁଏ ପରିଶ୍ରା ପାଇଁ ଯାଇଥିବେ ) ଯାଇଥିଲେ । ଆଉ ଏହି ସମୟରେ ସେଠାରେ ସୁରକ୍ଷାରେ ମୁତୟନ ଥିବା ଜଣେ ପୋଲିସ କନେଷ୍ଟବଲ ନିଜ ପ୍ୟାଣ୍ଟ ପକେଟରେ କିଛିଟା ଅଣ୍ଡା ପୁରାଇ ନେଇଥିଲେ । ଏସବୁର ଦୃଶ୍ୟ କିନ୍ତୁ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଥିଲା । ପରେ ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

ଏହି ଘଟଣା ହେଉଛି ପଞ୍ଜାବ ଚଣ୍ଡିଗଡ଼ର, ଯେଉଁଠି କରୋନା ସ୍ଥିତି ସାଙ୍ଘାତିକ ଅବସ୍ଥାରେ ରହିଛି ଏବଂ ଲୋକେ ଏଠାରେ ବି ପୋକ ମାଛି ମରୁଛନ୍ତି ।

Share this story