ଗୁଣ୍ଡିଚା ମନ୍ଦିର ଛାଡ଼ି ଭଦ୍ରକର ଏହି ମହିଳାଙ୍କ ଘରକୁ ଗଲେ କି ସ୍ୱଂୟ ଜଗନ୍ନାଥ! ଭକ୍ତଙ୍କୁ ଦେଲେ ରୁଟିରେ ଦର୍ଶନ

dsdsdsd

ଓଡ଼ିଆ ଗସିପ୍ ବ୍ୟୁରୋ: ଭାବ ଥିଲା ଭକ୍ତି ବଢ଼ିଲା । ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରି ଶେଷରେ ଗୁଣ୍ଡିଚା ମନ୍ଦିର ଛାଡ଼ି ଭଦ୍ରକ ଆସିଲେ ସ୍ୱୟଂ ଜଗତର ନାଥ ଶ୍ରୀଜଗନ୍ନାଥ ବୋଲି ଏବେ ହୁରୀ ପଡ଼ିଛି । ହଁ ବିଶ୍ଵାସ ନ ହେଲେ ବି କଥାଟି ଶତ ପ୍ରତିଶତ ସତ। ଏମିତି କିଛି ଘଟଣା ଭଦ୍ରକରୁ ଆସିଛି  ଯାହାକୁ ଅନୁଭବ କଲେ ସ୍ୱତ ପ୍ରଭୂତ ଭାବରେ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଶବ୍ଦ ଗୁଞ୍ଜରିତ ହେବ। ବିଶ୍ୱାସ ନ ହେଲେ ବି ଏହା ସତ୍ୟ ସାବ୍ୟସ୍ତ ହେଇଛି। 

 

 

ଭଦ୍ରକ ଅଞ୍ଚଳର ଜଣେ ଗୃହିଣୀ ନିଜ ପରିବାର ସଦସ୍ୟଙ୍କ ପାଇଁ ଖାଇବା ପ୍ରସ୍ତୁତ କରୁଥିଲେ । ସେ ରୋଷେଇ ଘରେ ଅଟା ଦଳି ସାରି ରୁଟି ପ୍ରସ୍ତୁତ କରୁଥିଲେ। ଅଚାନକ ସେ ରୁଟି ତିଆରି କରିବା ବେଳେ ଯାହା ଦେଖିଲେ ତାହାକୁ ସେ ବିଶ୍ୱାସ କରି ପାରିଲେ ନାହିଁ। ଖୁସିରେ ନାଚିଲେ ଗାଇଲେ ଓ ଝୁମିଲେ । ପାଗେଲିଙ୍କ ଭଳି ଆଚରଣ କଲେ ।

କାହିଁକି ନ କରିବେ? ଆଜି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ହୋଇଛି । ଦାରୁବ୍ରହ୍ମ ଦାରୁ ରଥରେ ବସି ଗୁଣ୍ଡିଚା ମନ୍ଦିର ଯାଇଛନ୍ତି ସତ ହେଲେ ଏବେ ସେ ରୁଟିରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏମିତି ସୌଭାଗ୍ୟ ହୁଏତ ଆଉ କାହା ଭାଗରେ ଜୁଟିନଥିବ । ରୋଟିରେ ଜଗନ୍ନାଥ ଦର୍ଶନ ପରେ ଏବେ ତାକୁ ଦେଖିବାକୁ କାହିଁ କେତେ ଆଡୁ ଲୋକ ଏଠାକୁ ଧାଇଁ ଆସିଛନ୍ତି। ସଂପୃକ୍ତ ମହିଳା ମଧ୍ୟ ତୁଳସୀ ଚଉରା ମୂଳେ ଅବିକଳ ଜଗନ୍ନାଥଙ୍କ ଭଳି ଦିଶୁଥିବା ଶ୍ରୀ ଜଗନ୍ନାଥଙ୍କୁ ରଖି ପୂଜାର୍ଚ୍ଚନା କରୁଛନ୍ତି । ଧୂପ ଦୀପ ଦେଇ ଏତେ ବଡ଼ ସୌଭାଗ୍ୟ ଦେଇଥିବାରୁ କାଳିଆ କଳା ଠାକୁରଙ୍କ ନିକଟରେ କୃତଜ୍ଞତା ପ୍ରଦାନ କରିଛନ୍ତି।

Share this story