ମହେନ୍ଦ୍ର ସିଂହ ଧୋନୀଙ୍କ ଓରିଅ ବିସ୍କୁଟ ଲଞ୍ଚ୍ ଭାରତ ପାଇଁ ହେଲା କି କାଳ, ଲୋକେ କହିଲେ ଓରିଅ ଜିତେଇଥିଲା ଆଜି ହରାଇଲା, ଧୋନୀଙ୍କୁ ଘେରିଲେ ଫ୍ୟାନ...

dhoni oreo biscuit controvesy

ଓଡ଼ିଆ ଗସିପ ବ୍ୟୁରୋ: ମହେନ୍ଦ୍ର ସିଂହ ଧୋନୀଙ୍କ ଓରିଅ ବିସ୍କୁଟ ଲଞ୍ଚ୍ ଭାରତ ପାଇଁ ହେଲା କି କାଳ, ଲୋକେ କହିଲେ ଓରିଅ ଜିତେଇଥିଲା ଆଜି ହରାଇଲା, ଧୋନୀଙ୍କୁ ଛାଡିଲେଣି ଫ୍ୟାନ...। ଏହା ଆମେ କହୁନୁ କହୁଛନ୍ତି ତାଙ୍କ ଫ୍ୟାନ । ଭାରତ ହାରିବା ପରେ ସୋସିଆଲ ମିଡିଆରେ ଧୋନୀଙ୍କ ଚର୍ଚ୍ଚା । ଓରିଅ ବିସ୍କୁଟ ଲଞ୍ଚ୍ ହେଲା, ହେଲେ ଭାରତ ସେମିଫାଇନାଲ ହାରିଗଲା ବୋଲି ବହୁତ ୟୁଜର ଏମିତି କହିଛନ୍ତି ।

ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ବକପ୍‌ରେ ସୁପର-୧୨ ମୁକାବିଲାରେ ଶୀର୍ଷରେ ଥିବା ଭାରତ ସେମି ଫାଇନାଲ୍‌ରେ ଶୋଚନୀୟ ପରାଜୟ ସହ ବଶ୍ବକପ୍‌ରୁ ବାହାର ହୋଇଛି । ଇଂଲଣ୍ଡ ନିକଟରୁ ଶୋଚନୀୟ ପରାଜୟ ସହ ପୁଣି ଥରେ ଭାରତର ଟି-୨୦ ବିଶ୍ଵ କପ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି ।

୨୦୦୭ରେ ପ୍ରଥମ ଟି-୨୦ ବିଶ୍ଵ କପ୍ ଜିତିଥିବା ଭାରତ ଏ ଯାଏଁ କ୍ରିକେଟ୍‌ର ଏହି ଛୋଟ ଫର୍ମାଟରେ ଚାମ୍ପିଅନ ହୋଇ ପାରି ନାହିଁ । ଆଶା କରାଯାଉଥିଲା ଚଳିତ ବିଶ୍ଵକପ୍ ଜିତି ଭାରତ ଚାମ୍ପିଅନ ହେବା ସହ ପୁଣିଥରେ ଇତିହାସ ରଚିବ । ହେଲେ ଇଂଲଣ୍ଡ ହାତରୁ ୧୦ ଓ୍ଵିକେଟ୍‌ରେ ହାରିବା ପରେ ଭାରତ ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଛି ।

ଆଜି ଆଡିଲେଡ୍ ଓଭାଲରେ ଭାରତର ଲଜ୍ଜାଜନକ ପରାଜୟ ପରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । କିଛି ସୋସିଆଲ ମିଡିଆ ୟୁଜର ଆଜିର ମ୍ୟାଚରେ ଧୋନୀଙ୍କ ପରି ବୁଦ୍ଧିମାନ କ୍ରିକେଟରଙ୍କ ରଣନୀତି ଆବଶ୍ୟକ କରୁଥିବା ନେଇ କହୁଥିବା ବେଳେ ଆଉ କେତେକ କିଛି ଦିନ ତଳେ ଧୋନୀ ଓରିଅ ବିସ୍କୁଟ ଲଞ୍ଚ୍ ସମୟରେ ଭାରତ ଏଥର ବିଶ୍ବକପ୍‌ ଜିତିବା ନେଇ ଯେଉଁ ଦୃଢକ୍ତି ପ୍ରକାଶ କରିଥିଲେ, ତାହାକୁ ନେଇ ଚର୍ଚ୍ଚା କରୁଛନ୍ତି ।

ଗତ ସେପ୍ଟେମ୍ବର ୨୪ ତାରିଖରେ  ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଫେସବୁକରେ ଏକ ଫଟୋ ସେୟାର କରିଥିଲେ । ଆଉ ରବିବାର ଦିନ ୨ଟା ସମୟରେ ସେ ଫେସବୁକ ଲାଇଭରେ ଆସି କିଛି ବଡ ଘୋଷଣା କରିବେ ବୋଲି ସୂଚନା ଦେଇଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଚର୍ଚ୍ଚାର ଖୋରାକ୍ ଯୋଗେଇଥିବାବେଳେ, କ୍ରିକେଟ୍ ପଣ୍ଡିତମାନେ ଏହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ କରିଦେଇଥିଲେ ।

କେତେକଙ୍କ ମତରେ ଧୋନୀ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ବେଳେ ଫେସବୁକ ଲାଇଭ ଆଇପିଏଲ ଛାଡିବା ନେଇ ବଡ଼ ଘୋଷଣା କରିବେ ବୋଲି କହିଥିଲେ । ହେଲେ ମହେନ୍ଦ୍ର ସିଂହ ଧୋନୀ ଫେସବୁକ ଲାଇଭ ଆଜି ଓରିଅ ବିସ୍କୁଟ ଲଞ୍ଚ୍ କରିଥିଲେ ।

ଅଧିକ ପଢନ୍ତୁ : ଓରିଅ ବିସ୍କୁଟ ଲଞ୍ଚ୍ ହେଲା, ହେଲେ ଭାରତ ସେମିଫାଇନାଲ ହାରିଗଲା

ଧୋନୀ ଲାଇଭକୁ ଆସି କହିଥିଲେ, ଏହି ପ୍ରଡକ୍ଟ ଏଥର ଆମକୁ କପ୍ ଜିତାଇବ । ଆଉ ଏହି ପ୍ରଡକ୍ଟର ନାମ ହେଉଛି ଓରିଅ ବିସ୍କୁଟ । ୨୦୧୧ରେ ଭାରତୀୟ ଦଳ ବିଶ୍ଵ କପ୍ ଜିତିଥିଲା, ଆଉ ଏହା ପୂର୍ବରୁ ଓରିଅ ବିସ୍କୁଟ ଲଞ୍ଚ୍ ହୋଇଥିଲା । ଧୋନୀ କହିଥିଲେ, ମୁଁ ୨୦୧୧କୁ ପୁଣି ଥରେ ଫେରାଇ ଆଣୁଛି । ଇତିହାସ ରଚିବା ଏବଂ ଏହାକୁ ପୁଣି ଥରେ ଦୋହରାଇବା ପାଇଁ ଆପଣ ମଧ୍ୟ ଆଗକୁ ଆସନ୍ତୁ ।

ଧୋନୀ କହିଥିଲେ ଯେ, ୨୦୧୧ ମସିହାରେ ଏହି ବିସ୍କୁଟ ଭାରତକୁ ଆସିଥିଲା । ଏହି ବର୍ଷ ଭାରତ ବିଶ୍ବକପ ମଧ୍ୟ ଜିତିଥିଲା । ତେଣୁ ପୁଣିଥରେ ଏହାକୁ ଚଳିତବର୍ଷ ଲଞ୍ଚ କରାଯାଇଛି, ଯାହା୍ଦବାରା ଆଗାମୀ ଟି-୨୦ ବିଶ୍ବକପ ମଧ୍ୟ ଭାରତ ଜିତିବ । ଯାହା ଆଜି ମିଛ ପ୍ରମାଣିତ ହୋଇଛି । ଭାରତ ସେମିଫାଇନାଲରେ ଇଂଲଣ୍ଡ ନିକଟରୁ ଶୋଚନୀୟ ଭାବେ ପରାଜୟ ବରଣ କରି ବିଶ୍ବକପ୍‌ରୁ ଆଉଟ ହୋଇଛି ।

Share this story