ପ୍ରଥମ ଦେଖାରେ ଝିଅଙ୍କୁ ଇଂପ୍ରେସ୍ କରିବାକୁ ଚାହୁଁଛନ୍ତି କି? ପୁଅମାନଙ୍କର ଏହି ସବୁ ଗୁଣରେ ପ୍ରଭାବିତ ହୋଇଥାନ୍ତି ଝିଅ

know these important tips how to impress girls

ଓଡ଼ିଆ ଗସିପ ବ୍ୟୁରୋ: କଥାରେ ଅଛି ପ୍ରଥମ ଦେଖାରେ ହୋଇଥିବା ଭଲପାଇବା ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିଯାଇ ଥାଏ । ପ୍ରଥମ ନଜରରୁ ହିଁ ମଣିଷଟି ଜୀବନସାଥି ହେବା ପାଇଁ ଯୋଗ୍ୟ କି ନାହିଁ ତାହା ବାରି ହୋଇ ଯାଇଥାଏ ।

ତେବେ ଏହି ପ୍ରଥମ ଦେଖାରେ ଜଣେ ଝିଅ ପୁଅର ଏହି ସବୁ ଲକ୍ଷଣ ଓ ଆଚରଣ ଦେଖି ପ୍ରଭାବିତ ହୋଇଥାନ୍ତି । ତେବେ, ଆସନ୍ତୁ ଜାଣିବା ଏହି କେତୋଟି ଗୁଣ ଏବଂ ଆଚରଣ ଗୁଡିକ ବିଷୟରେ :

୧- ଝିଅମାନଙ୍କୁ ପ୍ରଥମତଃ ଏପରି ଜଣେ ସାଥି ଦରକାର ଯାହାଙ୍କ ପାଖରେ ସେମାନେ ନିଜକୁ ସହଜ ମନେ କରୁଥିବେ । ଏପରି ଜଣେ ଭରସାଯୋଗ୍ୟ ସାଥି ଯାହାଙ୍କ ସହିତ ସେମାନେ ସହଜରେ ନିଜ ଜୀବନର ସମସ୍ତ ସୁଖଃ ଦୁଃଖକୁ ବାଣ୍ଟି ପାରୁଥିବେ ।

୨- ତେବେ ପୁଅ ମାନଙ୍କ ବେଶ ପୋଷାକ, କଥା ହେବା ଶୈଳୀ, ହେୟାର ଷ୍ଟାଇଲ, ବ୍ୟବହାର ଏ ସବୁ ମଧ୍ୟ ଝିଅ ମାନଙ୍କୁ ଆକର୍ଷିତ କରିଥାଏ ।

ଏହି ଲିଙ୍କ କ୍ଲିକ କରି ଅଧିକ ପଢନ୍ତୁ : କେତେକ ସଂକେତ ଆମ ଜୀବନରେ ଆଣିଦେଇଥାଏ ଅନେକ ପରିବର୍ତ୍ତନ, ଏହି ୫ଟି ସଂକେତ ଦେଇଥାଏ ଶୁଭ ସୂଚନା

୩- ପୁଅର ଆଖିର ଚାହାଣୀ ଏବଂ ଦେହର ପ୍ରାକୃତିକ ବାସ୍ନାରେ ମଧ୍ୟ ଝିଅମାନେ ବିମୋହିତ ହୋଇ ଯାଇଥାନ୍ତି । କେତେକ ଯୁବତୀଙ୍କୁ ପରଫ୍ୟୁମ ବାସ୍ନା ଅପେକ୍ଷା ଯୁବକଙ୍କ ଦେହର ପ୍ରାକୃତିକ ବାସ୍ନା ପସନ୍ଦ ଆସିଥାଏ ।

୪- ପୁଅମାନଙ୍କର ବ୍ୟବହାର ଏବଂ ଝିଅଙ୍କ ପ୍ରତି ଥିବା କେୟରୀଙ୍ଗନେସ୍ ଝିଅମାନଙ୍କୁ ଅନେକ ପରିମାଣରେ ଆକର୍ଷିତ କରିଥାଏ ।

Share this story

World Odia Language Conferene