ରୋମାଞ୍ଚକର ଘଟଣା: ଅନେକ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ କୈଳାସ: ହାତ ଟାଣି ବଞ୍ଚାଉଥିଲେ ମହାଦେବ

Kailash Kher recalls his suicide attempt in Rishikesh
ରୋମାଞ୍ଚକର ଘଟଣା: ଅନେକ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ କୈଳାସ: ହାତ ଟାଣି ବଞ୍ଚାଉଥିଲେ ମହାଦେବ

ଓଡ଼ିଆ ଗସିପ୍ ବ୍ୟୁରୋ: ଥରେ ନୁହେଁ ଦୁଇ ଥର ନୁହେଁ ଅନେକ ଥର ନିଜ ଜୀବନକୁ ଶେଷ କରିବାକୁ ଉଦ୍ୟମ କରିଛନ୍ତି ବଲିଉଡର ଖ୍ୟାତାନାମା ସିଙ୍ଗର ପଦ୍ମଶ୍ରୀ କୈଳାସ ଖେର । ଗଙ୍ଗାନଦୀକୁ ଡେଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସବୁଥର କିନ୍ତୁ ସେ ବଞ୍ଚିଯାଉଥିଲେ । ଥରେ ତ ଏମିତି ହୋଇଛି ନିଜ ଜୀବନକୁ ନେଇ ବ୍ୟତିବ୍ୟସ୍ତ ହୋଇ ସେ ଯେବେ ଗଙ୍ଗାନଦୀକୁ ଡେଇଁ ପଡ଼ିଲେ ଜଣେ ଶ୍ରଦ୍ଧାଳୁ ତାଙ୍କୁ ନଦୀରୁ ଉଦ୍ଧାର କରିଥିଲେ । ସେତେବେଳେ ମଧ୍ୟ କୈଳାସ ଖେର୍ ନିଜ ଜୀବନ ଶେଷ କରିବାକୁ ଯେଉଁ ଉଦ୍ୟମ କରିଥିଲେ ସେଥିରେ ମଧ୍ୟ ବିଫଳ ହୋଇଥିଲେ । 

ହେଲେ କୈଳାସ ଖେର ସେତେବେଳେ ନାବାଳକ ଥିଲେ ଆଉ ତାଙ୍କର ଏହି ବଚପନା ପାଇଁ ତାଙ୍କୁ ନଦୀରୁ ଉଦ୍ଧାର କରିଥିବା ଶ୍ରଦ୍ଧାଳୁ ଜଣଙ୍କ ଗାଲରେ ଶକ୍ତ ଚାପୁଡ଼ା ମାରିଥିଲେ । ଆଉ ପଚାରିଥିଲେ ପହଁରା ଶିଖିନୁ ଯଦି ତୁ କଣ ଏଠି ମରିବାକୁ ଆସିଛୁ ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସତରେ ସେଦିନ କୈଳାସ କହିଥିଲେ ହଁ, ମୁଁ ଆତ୍ୟହତ୍ୟା ଉଦ୍ୟମ କରିଥିଲି । କିନ୍ତୁ ଏଥର ବି ଅସଫଳ ହୋଇଥିବାରୁ ଦୁଃଖି ହୋଇ ପଡ଼ିଥିଲେ ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ନିକଟରେ ଏକ ଜାତୀୟ ଗଣମାଧ୍ୟମ ଏଜେନ୍ସିକୁ ଦେଇଥିବା ସାକ୍ଷାତକରାରେ ଏକଥାକୁ ସ୍ୱିକାର କରିଛନ୍ତି କୈଳାସ । କହିଛନ୍ତି ଯେ, ସେ ଦିଲ୍ଲୀରେ ଜନ୍ମ କିନ୍ତୁ ମେରଟରେ ବଡ଼ ହୋଇଛନ୍ତି । କୈଳାସଙ୍କ ବାପା ଜଣେ କାଶ୍ମୀର ପଣ୍ଡିତ । ପୁରୋହିତ କାମ କରନ୍ତି ।କୈଳାସଙ୍କ ବାପା ମାଆ ମଧ୍ୟ ଚାହୁଁଥିଲେ ଯାହା କରୁ ସେ ଭଲ ମଣିଷଟେ ହେଉ । ୭ ଜୁଲାଇ ୧୯୭୩ରେ ଜନ୍ମିତ କୈଳାସ କିନ୍ତି ପିଲାଟି ଦିନରୁ ଆଧ୍ୟାତ୍ମିକତା ସହ ଜଡ଼ିତ ଥିଲେ । ସ୍ୱୟଂ ମହାଦେବଙ୍କ କୃପା ତାଙ୍କ ଉପରେ ରହିତିଲା । 

ପିଲାଟି ଦିନରୁ ହିଁ ସେ ଶିବଙ୍କ ଗୁଣ କିର୍ତ୍ତନ କରୁଥିଲେ । ତାଙ୍କ ସ୍ୱରରେ ସତେ ଯେମିତି ଯାଦୁ ଥିଲା । ଗଙ୍ଗା ଘାଟରେ ଶିବ ଆରାଧନା କରୁଥିବା ମୁନୀ ରୁଷୀ ମାନେ ମଧ୍ୟ କୈଳାସ ଖେରଙ୍କ ବାଳୁତ ଅବସ୍ଥାର ସ୍ୱରରେ ବିମୋହିତ ହୋଇ ଯାଉଥିଲେ । ସଂଗୀତ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲେ ମଧ୍ୟ ପରିବାର ସଦସ୍ୟ ଏହା ଚାହୁଁନଥିଲେ । ଏମିତି କି ଅନେକ ଥର କୈଳାସକୁ ସେମାନେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ । ଏମିତି କି ଅନେକ ଥର ସେ କଟାକ୍ଷ ମଧ୍ୟ ଶୁଣିଛନ୍ତି । ଖାସ୍ ସେଥିପାଇଁ ସେ ଘର ପିଲାବେଳୁ ହିଁ ଘର ଛାଡ଼ି ଦେଇଥିଲେ । ଗଙ୍ଗା କୁଳରେ ହିଁ ରହୁଥିଲେ । ଆଉ ସେଇଠି ହିଁ ସେ ଜୀବନକୁ ତୁଚ୍ଛ ଭାବି ଆତ୍ମହତ୍ୟା ଉଦ୍ୟମ କରୁଥିଲେ । 

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

କୈଳାସ ଏହା ବି କୁହନ୍ତି ଯେ, ତାଙ୍କର ବୟସ ଅନୁସାରେ ଇଶ୍ୱର ଓ ଇଶ୍ୱର ସତ୍ତା ଉପରେ ଗଭୀର ଜ୍ଞାନ ହୋଇ ସାରିଥିଲା । ସେ ସ୍ୱୟଂ ସହ ଭଗବାନଙ୍କୁ ନିଜ ପ୍ରଶ୍ନ ପଚାରୁଥିଲେ ଏବଂ ତାହାର ଉତ୍ତର ମଧ୍ୟ ପାଉଥିଲ । ହେଲେ ସେ ଯେବେ ବି ଆତ୍ମହତ୍ୟା ଉଦ୍ୟମ କରୁଥିଲେ କୌଣସି ଏକ ଶକ୍ତି ତାଙ୍କୁ ବଞ୍ଚାଇ ଦେଉଥିଲା ବୋଲି ସେ ମନ ଖୋଲି କହିଛନ୍ତି ଏବଂ ଏହାକୁ ସ୍ୱିକାର ମଧ୍ୟ କରିଛନ୍ତି ।

Share this story