ଇଣ୍ଡିଆ ଟୁଡେ ରିପୋର୍ଟ: ଯୌନ ଉପକରଣ ବ୍ୟବହାର କରିବାରେ ଭୁବନେଶ୍ୱର ବାସିନ୍ଦା ଦେଶରେ ଦ୍ଵିତୀୟ, ଜାଣନ୍ତୁ ଏକ ନମ୍ବର ରେ କେଉଁ ସହର 

India Today Sex Survey Bhubaneswar
ଯୌନ ଉପକରଣ ବ୍ୟବହାର କରିବାରେ ଭୁବନେଶ୍ୱର ବାସିନ୍ଦା ଦେଶରେ ଦ୍ଵିତୀୟ, ଜାଣନ୍ତୁ ଏକ ନମ୍ବର ରେ କେଉଁ ସହର 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଯୌନ ଉପକରଣ ବ୍ୟବହାର କରିବାରେ ଭୁବନେଶ୍ୱର ବାସିନ୍ଦା ଦେଶରେ ଦ୍ଵିତୀୟ l ଜାତୀୟସ୍ତରର ଅନ୍ୟତମ ପ୍ରମୁଖ ସମ୍ବାଦ ଭିତ୍ତିକ ପତ୍ରିକା ‘ଇଣ୍ଡିଆ ଟୁଡେ’ ପକ୍ଷରୁ ଭାରତୀୟମାନଙ୍କର ଯୌନ ଜୀବନ ସଂପର୍କରେ ଅନୁଶୀଳନ କରିବା ଉଦ୍ଦେଶ୍ୟରେ କରିଥିବା ‘ସେକ୍ସ ସର୍ଭେ- ୨୦୧୯’ରୁ ଏହି ତଥ୍ୟ ସାମନାକୁ ଆସିଛି । 

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଏହି ସର୍ଭେରେ ଅଂଶ ଗ୍ରହଣ କରିଥିବା ଭାରତୀୟମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ସେମାନଙ୍କ ଯୌନ ଜୀବନକୁ ନେଇ ସନ୍ତୁଷ୍ଟ ଥିବା କହିଥିବା ବେଳେ ୩୧ ପ୍ରତିଶତ ସେମାନଙ୍କ ଯୌନ ଜୀବନକୁ ନେଇ ଏବେ ବି ବିଭିନ୍ନ ପରୀକ୍ଷା ନିରୀକ୍ଷା ଚଳାଇଥିବା ସ୍ବୀକାର କରିଛନ୍ତି । ତେବେ , ଗୁରୁତ୍ବପୂର୍ଣ୍ଣ ହେଲା ଏ ବ୍ୟାପାରରେ ଓଡ଼ିଶା ମଧ୍ୟ କିଛି ପଛରେ ନାହିଁ । ଯୌନକ୍ରିୟା କାଳରେ ବିଭିନ୍ନ ପ୍ରକାରର ଯୌନ ଉପକରଣ ବ୍ୟବହାର କରିବା କ୍ଷେତ୍ରରେ ରାଜ୍ୟ ରାଜଧାନୀ ଭୁବନେଶ୍ବର ରହିଛି ଦ୍ବିତୀୟ ସ୍ଥାନରେ ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ସମଗ୍ର ଦେଶରେ ୨୭ ପ୍ରତିଶତ ସେମାନଙ୍କ ‌ଯୌନକ୍ରିୟା କାଳରେ ବିଭିନ୍ନ ପ୍ରକାରର ଯୌନ ଉପକରଣ ବ୍ୟବହାର କରୁଥିବା ଏହି ସର୍ଭେ କାଳରେ ସ୍ବୀକାର କରିଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ଇନ୍ଦୋରରେ (୬୫.୫%) ଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ରାଜଧାନୀ ସହର ଭୁବନେଶ୍ବର (୫୪.୫%), ତୃତୀୟ ସ୍ଥାନରେ ରହିଛି ଗୁରୁଗ୍ରାମ (୫୧%) । ତେବେ ଇଣ୍ଡିଆ ଟୁଡ଼େ ରିପୋର୍ଟକୁ ଭୁବନେଶ୍ୱରର ବୁଦ୍ଧିଜୀବୀମାନେ ଖଣ୍ଡନ କରିଛନ୍ତି l

Share this story