ଏଭଳି ଗେମପ୍ଲାନ କରିଛି ବିଜେପି; ଅପରାଜିତା, ବୈଜୟନ୍ତ, ଧର୍ମେନ୍ଦ୍ର ଏକ ହୋଇ ଭାଙ୍ଗିବେ ବିଜେଡି!, ଦେଖନ୍ତୁ Exclusive ଭିଡିଓ...

if these leaders will get together then their party can challenge BJD

ଓଡ଼ିଆ ଗସିପ ବ୍ୟୁରୋ: ବିଜେପି କୁ ଘାରିଛି ନିଜ ନିଜ ଭିତରେ ଥିବା ଗୋଷ୍ଠୀ କନ୍ଦଳର ଚିନ୍ତା । ଦଳ ଯେତେ ପୁରୁଣା ହେଉଛି ସେତେ ନୂଆ ନୂଆ କଥା ଶୁଣିବାକୁ ମିଳୁଛି । ଆଉ କଂଗ୍ରେସ କହିବା ପରି ଏବେ ବିଜେପି ମଧ୍ୟ କହୁଛି ମଇଁଷି ସିଂଘ ଫାଟ ନା ଯୁଝିଲା ବେଳକୁ ଗୋଟା । କିନ୍ତୁ ଏ କଥା କେବଳ ପବନକୁ ଫାସ କରିବା ପରି ଆଉ ପାଣି ବି ଗାର ଟାଣିବା ପରି ହେଉଛି ।

ଯିଏ ଯତେ ବାହାସପଟ ମାରିଲେ ବି କଣ ହେବ କେବେ ଷାଠିଏ ମହାନ ଘିଅ ହେବ ନା ରାଧା ନାଚିବ । ଅପରାଜିତା ଷଢଙ୍ଗି ଧର୍ମେନ୍ଦ୍ର ପ୍ରଧାନ ଏବଂ ବୈଜୟନ୍ତ ପଣ୍ଡା କୁଆଡେ ଏକାଠି ହେବେ ଆଉ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବେ । ବିଜେପି ଯେତେ ସ୍ବପ୍ନ ଦେଖିଲେ ବି ରାତି ସରି ସରି ଯାଉଛି ସେପଟେ ଏହି ଦୁଇ ଟାଣୁଆ ନେତାଙ୍କୁ ବାଦ ଦେଲେ ଅପରାଜିତା ହେଉଛନ୍ତି ଜଣେ ଫାୟାରବ୍ରାଣ୍ଡର ନେତ୍ରୀ ।

ଆହୁରି ପଢ଼ନ୍ତୁ : ବିଶ୍ୱ ପାଣିପାଗ ସଂସ୍ଥାର ସତର୍କବାଣୀ : ଓଡ଼ିଶା ଉପକୂଳରେ ବୃଦ୍ଧି ପାଉଛି ସମୁଦ୍ର ଜଳସ୍ତର, ଏହି ୪ଟି ଉପକୂଳ ଓଡିଶା ପାଇଁ ବଡ଼ ବିପଦ...

ଆଇଏଏସର ଆଦତକାଇଦାରୁ ବାହାରି ସେ ରାଜନୀତିରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଜାତୀୟ ସ୍ତରରେ ମଧ୍ୟ ତାଙ୍କର ପ୍ରବେଶ ରହିଛି । ଆଉ ବାବୁ ବୈଜୟନ୍ତ ହେଉଛନ୍ତି ବିତଷାଳୀ ରାଜନେତା । ରାଜ୍ୟରେ ଏକମାତ୍ର ବିଜେପି ନେତା ଭାବରେ ସେ ହେଲିକପ୍ଟରରେ ଆସି ପ୍ରଚାର କରନ୍ତି । ପୁଣି ସେ ରାଷ୍ଟ୍ରୀୟ ସ୍ତରରେ ଦଳର ପଦକ୍ଷ ମଧ୍ୟ ରହିଛନ୍ତି ।

ସେପଟେ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ରାଜ୍ୟରେ ବିଜେପିର ଚେହେରା ବା ପୋଷ୍ଟର ବଏ । ସୋଇପଡିଥିବା ବିଜେପି କୁ ସେ ଉଦଜୀବିତ କରିଛନ୍ତି । ତାଙ୍କ ପାଇଁ ହିଁ ଦଳ ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ଚେଷ୍ଠା କରୁଛି । କିନ୍ତୁ ବିଜେପିର ଏ ତିନି ଶକ୍ତି କେବେ ଏକାଠି ହେବାର ନାହିଁ ବୋଲି ଆଲୋଚନା ହେଉଛି । କାରଣ ରାଜ୍ୟ ବିଜେପିର ଏ ତିନି ନେତା କେହି କାହାରି କୁ ବି ବଳକା ନୁହନ୍ତି ।

ଜଣଙ୍କର ବେଙ୍ଗ ରାଶି ହେଲେ ଆଉ ଜଣଙ୍କର ଚେଙ୍ଗ ରାଶି । ଏଠି ଜଣଙ୍କର ଛାଇ ପଡିଲେ ଆଉ ଜଣଙ୍କର ନାଇହି ମଧ୍ୟ ଡେଇଁ ଥାଏ । ପଦ୍ମ ତୋଳିବାକୁ ଯିବାବେଳେ ଗୋଟିଏ ଡ଼ଙ୍ଗାରେ ବସି ମଧ୍ୟ ତିନି ଜଣଙ୍କର ମୁଂହ ଅଲଗା ଦିଗରେ ରହିଥାଏ ।

ଆହୁରି ପଢ଼ନ୍ତୁ : ଟୋକା ମାନେ କାହିଁକି ବିପି ଦେଖନ୍ତି, ନିଶାଡୀଙ୍କ ନିଶା ଛଡ଼ାଇ ଦେବେ ନିଶା, ଦେଖନ୍ତୁ ଏହି ଭିଡିଓ...

ପୁଣି କଥାରେ ଅଛି ଆଂଜ୍ଞା ଗୋଟିଏ ଜଙ୍ଗଲରେ ଦୁଇଟି ରାଜା ରହିପାରିବେନି କିନ୍ତୁ ବିଜେପି ରାଜ୍ୟରେ ତ ତିନି ତିନି ଜଣ ରାଜା । ତାହାଲେ ଏଠି ଶାସନ କରିବା କିଏ ? ସମସ୍ତଙ୍କ ନଜର ସେଇ ଗୋଟିଏ ମୁଖ୍ୟମନ୍ତ୍ରୀ ଆସନଙ୍କ ଉପରେ । କିନ୍ତୁ ଏମାନେ କେବେ ଏକାଠି ହେବେ ନା ମୁଖ୍ୟମନ୍ତ୍ରୀ ଆସନରେ ବସି ପାରିବେ ।

ଦେଖନ୍ତୁ ଭିଡ଼ିଓ :

ବିଜେଡି ଦଳରେ କିନ୍ତୁ ଗୋଟିଏ ନା ହିଁ ଯଥେଷ୍ଟ କେବଳ ହିଁ କେବଳ ନବୀନ ପଟ୍ଟନାୟକ । ଅନ୍ୟମାନେ ନଦୀ ହେଲେ ନବୀନ ହେଉଛନ୍ତି ମହାସାଗର । ହଜାରେ ନଦୀ ମେଳ ହେଲେ ବି ଶେଷରେ ମହାସାଗରରେ ମିଶିବେ ହିଁ ମିଶିବେ ତେଣୁ ବିଜେପିର ଟ୍ରି ଶକ୍ତି ଏକାଠି ହେଲେ ବି ନବୀନ ପଟ୍ଟନାୟକଙ୍କ ବିକଳ୍ପ କେହି ବି ହେଇ ପାରିବେନି । ସାଧାରଣ ନିର୍ବାଚନ ଯେତେ ପାଖେଇ ଅସୁଛି ରାଜନୈତିକ ଚର୍ଚ୍ଚାରେ ଏମିତି ସବୁ ଚର୍ଚ୍ଚା ବଢି ବଢି ଚାଲିଛି । ତେବେ ସତରେ ବିଜେପିର ଏହି ତିନି ନେତା ଏକାଠି ହେଉଛନ୍ତି ନା ଦୁରେଇ ଯାଉଛନ୍ତି ଦେଖିବା ପାଇଁ ବାକି ରହିଲା ।

Share this story

World Odia Language Conferene