କେତେ ଦେଇଛନ୍ତି ଡିଜି ? ରାଜନୈତିକ ଅଭିସନ୍ଧି ନାହିଁ ତ ?

କେତେ ଦେଇଛନ୍ତି ଡିଜି ? ରାଜନୈତିକ ଅଭିସନ୍ଧି ନାହିଁ ତ ?
କେତେ ଦେଇଛନ୍ତି ଡିଜି ? ରାଜନୈତିକ ଅଭିସନ୍ଧି ନାହିଁ ତ ?

ରବିବାର ସଂଧ୍ୟା ୬ଟା । ଏଜି ଛକ ନିକଟସ୍ଥ ଡଟକମ ଖଟି ରାଜୁ ଚା’ ଦୋକାନରେ ଚାଲିଥାଏ ଘମାଘୋଟ ଆଲୋଚନା । ଡିଜି କୁଆଡେ କିଛି ସାମ୍ବାଦିକଙ୍କୁ ଟଙ୍କା ଦେଇଛନ୍ତି । କଥାଟି ଆମକୁ ଅଡୁଆ ଅଡୁଆ ଲାଗୁଥାଏ । ତଥାପି କଥାର ସତ୍ୟାସତ୍ୟ ଜାଣିବାକୁ ଆମେ ମଧ୍ୟ ୨ଟି ଲେମନ ଟି ଅର୍ଡର କଲୁ । ଚା’ ପ୍ରସ୍ତୁତ ହେବା ଭିତରେ ଆଲୋଚନାରେ ଭାଗ ମଧ୍ୟ ନେଲୁ । ଜଣେ ସାମ୍ବାଦିକ ଭାଇ କହୁ କହୁ କହିଲେ, ଭାଇ ଆମର ଏଠି ହାତ ଉଠାଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି ।

ଯୋଉ ସାମ୍ବାଦିକ ୨ ଦିନ ତଳେ ଡିଜିପିଙ୍କ ବଦଳିକୁ ନେଇ ପଇସା କାରବାର ହୋଇଛି ବୋଲି କହୁଥିଲା ସିଏ ଆଜି ଡିଜିଙ୍କୁ ମୁନି ଋଷିଙ୍କ ସହ ତୁଳନା କରୁଛି । ତାଙ୍କ ପରି ଲୋକ କୁଆଡେ ବିଶ୍ୱବ୍ରହ୍ମାଣ୍ଡରେ ନାହାନ୍ତି । ହଇଓ ଦି’ ଦିନରେ ଏମିତି କଣ ହେଇଗଲା ଯେ, ଖରାପ ଟା ଭଲ ହେଇଗଲା ।

ଏତିକି ବେଳେ ଆଉ ଜଣେ ସାମ୍ବାଦିକ କହୁ କହୁ କହିଲେ, ଡିଜିଙ୍କ ପାଇଁ ଲଣ୍ଡା ମୁଣ୍ଡ ପରା କାମ କରୁଛି, ଖରାପ ଟା ଭଲ କଣ ବେଶ୍ୟା ବି ଏଠି ସତୀ ସାବିତ୍ରୀ ପାଲଟିଯିବ । ଏହା ପରେ ଭାଇମାନେ ସବୁ ହୋ ହୋ ହୋଇ ହସି ଉଠିଥିଲେ । ଠିକ ଏତିକି ବେଳେ ଆଉ ଜଣେ ଭାଇ ଡିଜିପିଙ୍କ ଗୁମର ଖୋଲିବା ଆରମ୍ଭ କରିଥିଲେ ।

ବାବୁ କୁଆଡେ ଖାକି ଛାଡି ଧଳା ପିନ୍ଧିବା ପାଇଁ ମନ ବଳେଇଛନ୍ତି ବୋଲି କହିଥିଲେ । ମ୍ୟାଡାମ ଅପରାଜିତାଙ୍କ ସହ ଲଢାଲଢ଼ି ହେବା ପାଇଁ ବାବୁ କୁଆଡେ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ଶଙ୍ଖଧାରୀଙ୍କ ଆଶୀର୍ବାଦ ହେଲେ ଶର୍ମା ସାହେବ କୁଆଡେ ମନ୍ଦିରମାଳିନୀ ସହରକୁ ନିଜ କର୍ମକ୍ଷେତ୍ର ଭାବେ ବାଛିବେ । ଆଉ ଜଣେ ଏତିକି ଶୁଣି ହସିକି କହିଲେ ହଇଓ ତମର କାହିଁକି ପୋଡ଼ୁଛି, ଡିଜି ସାହେବ ଏମପି ହେଲେ ଆମର ଫାଇଦା ନା । ଯାହା ହେଲେବି କମିଶନର ବେଳୁ ସମ୍ପର୍କ ଟି । ଏହାପରେ ଯିଏ ଯାହା ବାଟରେ ଚାଲି ଯାଇଥିଲେ ।

Share this story

World Odia Language Conferene