ସଂକ୍ରାନ୍ତି କେତେ ପ୍ରକାର ? ବାର ଅନୁସାରେ ସଂକ୍ରାନ୍ତିର ନାମକରଣକୁ ନେଇ କ'ଣ ରହିଛି ମହତ୍ୱ ?

How many types sankranti are there know details
ବାର ଅନୁସାରେ ସଂକ୍ରାନ୍ତିର ନାମକରଣକୁ ନେଇ କ'ଣ ରହିଛି ମହତ୍ୱ ?

ଓଡ଼ିଆ ଗସିପ୍ ବ୍ୟୁରୋ: ପାଞ୍ଜିରେ ଆମେ ଦେଖୁ, ଯେ ସଂକ୍ରାନ୍ତି ପୃଷ୍ଠାରେ ସଂକ୍ରାନ୍ତି ସଂଚାରର ନିର୍ଦ୍ଦିଷ୍ଟ ସମୟ ସହିତ ସମ୍ବତ୍ସରର ନାମ, ମାସାଧିପତିଙ୍କ ନାମ ଓ ପୁଣ୍ୟକାଳର ସୂଚନା ଦିଆଯାଇଥାଏ। ତା' ସହିତ ଏକ ମନୁଷ୍ୟର ଚିତ୍ର ଦିଆଯାଇ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ କେଉଁ କେଉଁ ନକ୍ଷତ୍ର ଅଛନ୍ତି ଏବଂ ସେହି ନକ୍ଷତ୍ରମାନଙ୍କ ପାଇଁ କିଭଳି ଶୁଭାଶୁଭ ଫଳ ମିଳିବ ତାହା ମଧ୍ୟ ଲେଖାଥାଏ।

ତାଙ୍କୁ ସଂକ୍ରାନ୍ତିପୁରୁଷ କୁହାଯାଏ। ଭିନ୍ନ ଭିନ୍ନ ସଂକ୍ରାନ୍ତି ପାଇଁ ତାଙ୍କର ନାମ, ଜାତି, ବୟସ, ବସ୍ତ୍ର, ଶସ୍ତ୍ର, ବାହନ, ମୁଖ ଓ ଦୃଷ୍ଟିର ଦିଗ ଆଦି ଭିନ୍ନ ଭିନ୍ନ ହୋଇଥାଏ। ସଂକ୍ରାନ୍ତିପୁରୁଷଙ୍କର ଏହି ସାଙ୍କେତିକ ସ୍ୱରୂପରୁ ସଂପୃକ୍ତ ସୌର ମାସର ଶୁଭାଶୁଭ ଫଳର ସୂଚନା ମିଳେ। ଏହାକୁ ନେଇ ମାସତତ୍ତ୍ୱ, ମାସଫଳ ଓ ପାଣିପାଗ ଆଦିର ପୂର୍ବାନୁମାନ କରାଯାଏ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ

ସଂକ୍ରାନ୍ତି ଚାରି ପ୍ରକାର। ଦୁଇଟି ବିଷୁବ ସଂକ୍ରାନ୍ତି (ମେଷ- ମହାବିଷୁବ ଓ ତୁଳା- ଜଳ ବିଷୁବ), ଦୁଇଟି ଅୟନ ସଂକ୍ରାନ୍ତି (କର୍କଟ- ଦକ୍ଷିଣାୟନ ଓ ମକର- ଉତ୍ତରାୟଣ), ଚାରିଟି ବିଷ୍ଣୁପଦୀ ସଂକ୍ରାନ୍ତି (ବୃଷ, ସିଂହ, ବିଛା ଓ କୁମ୍ଭ) ଏବଂ ଚାରିଟି ଷଡ଼ଶୀତି ସଂକ୍ରାନ୍ତି (ମିଥୁନ, କନ୍ୟା, ଧନୁ ଓ ମୀନ)।

ବାର ଅନୁସାରେ ସଂକ୍ରାନ୍ତିର ନାମକରଣ ହୁଏ। ରବିବାର ସଂକ୍ରାନ୍ତି ହେଲେ ତାହାର ନାମ ଘୋରା। ସୋମବାର ହେଲେ ଧ୍ୱାଂକ୍ଷୀ, ମଙ୍ଗଳବାର ହେଲେ ମହୋଦରୀ, ବୁଧବାର ହେଲେ ମନ୍ଦାକିନୀ, ଗୁରୁବାର ହେଲେ ମନ୍ଦା, ଶୁକ୍ରବାର ହେଲେ ମିଶ୍ରା, ଶନିବାର ହେଲେ ସଂକ୍ରାନ୍ତିର ନାମ ହୁଏ ରାକ୍ଷସୀ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ତେବେ ସଂକ୍ରାନ୍ତିପୁରୁଷଙ୍କ ଛବିର ବିଭିନ୍ନ ଅଙ୍ଗରେ ୨୭ଟି ନକ୍ଷତ୍ର ବାଣ୍ଟି ହୋଇ ରହିବା ଅତ୍ୟନ୍ତ କୌତୂହଳପୂର୍ଣ୍ଣ। ସଂକ୍ରାନ୍ତି ଚଳନ ସମୟରେ ସଂକ୍ରାନ୍ତିପୁରୁଷଙ୍କର ମସ୍ତକ, ମୁଖ, ନେତ୍ର, ହୃଦୟ, ଦକ୍ଷିଣ ଓ ବାମ ହସ୍ତ, ଦକ୍ଷିଣ ଓ ବାମ ପାଦ ଏବଂ ଗୁହ୍ୟ ଆଦି ସ୍ଥାନରେ କେଉଁ କେଉଁ ନିର୍ଦ୍ଦିଷ୍ଟ ନକ୍ଷତ୍ର ଅଛନ୍ତି ତାହା ପାଞ୍ଜିରେ ଦିଆଯାଇଥାଏ। କୌଣସି ବ୍ୟକ୍ତିଙ୍କର ଜନ୍ମନକ୍ଷତ୍ର ସଂକ୍ରାନ୍ତିପୁରୁଷଙ୍କର ଯେଉଁ ଅଙ୍ଗରେ ଥାଏ ସେହି ଅନୁସାରେ ତାଙ୍କୁ ନିରୂପିତ ଶୁଭାଶୁଭ ଫଳ ମିଳେ।

Share this story