ଘଞ୍ଚ ଜଙ୍ଗଲରେ ଖାଲରେ ପଡ଼ିଥିଲେ ଗଜପତି; ଉଦ୍ଧାର କଲା ଜେସିବି

elephant

ଓଡ଼ିଆ ଗସିପ୍ ବ୍ୟୁରୋ: ଦିନେ ନଦୀରେ ଏକ ଗଜକୁ ଏକ କମ୍ଭୀର କାମୁଡ଼ି ଦେଇଥିଲା, ସେ ହରିଙ୍କୁ ସ୍ମରଣ କରିବାକୁ ଉଦ୍ଧାର ପାଇଥିଲା । ହେଲେ ଇଏ କଳିଯୁଗ, ଆଉ ପ୍ରତିଦିନ ଏଠାରେ ବିପଦରେ ପଡ଼ୁଛନ୍ତି ଗଜଗଣ । ହେଲେ ବିପଦ ବେଳର ବନ୍ଧୁ ସାଜି ସେମାନଙ୍କୁ ସବୁବେଳେ ରକ୍ଷା କରିବାକୁ ତୟାର ରହିଥାଏ ବନ ବିଭାଗ । ଠିକ୍ ଏମିତି ଏକ ଘଟଣା ଘଟିଛି କର୍ଣ୍ଣାଟକରେ । ....

ପ୍ରଥମେ ଏହି ଭାଇରଲ  ଭିଡିଓ ଦେଖନ୍ତୁ....


କର୍ଣ୍ଣାଟକ କୁର୍ଗରେ ଏକ ଖାଲରେ ଖସି ପଡ଼ି ଆଘାତ ପାଇଥିବା ହାତୀକୁ ଜେସିବି ସାହାଯ୍ୟରେ ଉଦ୍ଧାର କରାଯାଇଛି । ଅପରେସନ୍ ଏଲିଫ୍ଯାଣ୍ଟ ରେସକ୍ୟୁ ମଧ୍ୟ ସଫଳ ହୋଇଛି । ଖାଲରେ ପଡ଼ିଯାଇଥିବା ଏକ ହାତୀ ଉପରକୁ ଉଠିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରି ବିଫଳ ହୋଇଥିଲା ।

ଆଉ ଏହି ସମୟରେ ବନ ବିଭାଗ କର୍ମଚାରୀମାନେ ତୁରନ୍ତ ଏକ ଜେସିବି ଆଣି ହାତୀକୁ ଉଦ୍ଧାର କରାଯାଇଥିଲା । ଜେସିବି ହାତୀକୁ ଠେଲି ଠେଲି ଖାଲରୁ ଉପରକୁ ଉଠିବାରେ ସାହାଯ୍ୟ କରିଥିଲା।

ଉପରକୁ ତ ଉଠିଗଲା ହେଲେ ସେ ସମୟରେ ଏତେ ବିଚଳିତ ହୋଇଗଲା ଯେ, ଜେସିବି ଉପରେ ରାଗ ସୁଝାଇବାକୁ ମାଡ଼ି ଆସିଲା । ବାରମ୍ବାର ହାତୀ ନିଜ ଶୁଣ୍ଡରେ ଆକ୍ରମଣ କରିବାକୁ ଲାଗିଲା । ଏହା ପରେ ବନ ବିଭାଗ କର୍ମଚାରୀ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରି ସଫଳ ହୋଇଥିଲେ ।....

Share this story