ଭଡ଼ାରେ ଲାଗିଛି ଦେହ; ଆଗ ପାଇଁ ଅଲଗା ଦର, ପଛକୁ ପଛ ଅଧିକ

q

ଓଡ଼ିଆ ଗସିପ୍ ବ୍ୟୁରୋ: ଲଭ, ରୋମାନ୍ସ ଆଉ ସେକ୍ସ । ଅତ୍ୟାଧୁନିକ ଯୁଗରେ ମଣିଷ ଏହି ତିନିଟିକୁ ନିଜ ଆମୋଦ ପ୍ରମୋଦର ମାଧ୍ୟମ ଭାବେ ବାଛି ନେଇଛି। ଯେଉଁଥି ପାଇଁ ଜଣେ ଦିନ ରାତି ପରିଶ୍ରମ କରୁଛି ଏବଂ ପାରିଶ୍ରମିକ ବାବଦକୁ ପାଉଣା ପାଉଛି ଏବଂ ତାକୁ ଏହି ମନୋରଞ୍ଜନ ପାଇଁ ଖର୍ଚ୍ଚ କରୁଛି । ଧାଁ ଧପଜଡ ଜୀବନ ଆଉ ବ୍ୟସ୍ତ ବିବ୍ରତ ମଣିଷ ନିଜର ଥକା ପଣ ମେଣ୍ଚାଇବା ପାଇଁ ଅନେକ କିଛି ଉପାୟ ଆପଣାଇଥାଏ । ସେ ମଧ୍ୟରୁ ସେକ୍ସ ଅନ୍ୟତମ । କିଏ କଲ୍ ଗାର୍ଲକୁ ଡକାଇ ଆଣି ଦେହର ଭୋକ ମେଣ୍ଟାନ୍ତି ତ କିଏ ପୁଣି ନିଶିଦ୍ଧ ଗଳିର ପଥିକ ସାଜି ସେକ୍ସର ଆନନ୍ଦ ନେଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି ଅନ୍ୟ ଏକ ବିକଳ୍ପ ମଧ୍ୟ ରହିଛି । ଆଉ ଏହାକୁ ଅଧିକରୁ ଅଧିକ ଲୋକ ପସନ୍ଦ ମଧ୍ୟ କରୁଛନ୍ତି । ହଁ ଆପଣ ଅନୁମାନ କରି ପାରୁଥିବେ ଆମ କାହା କଥା କହୁଛୁ । ଆଜି ସେଇ କିନ୍ନର ଓ ନର ମଧ୍ୟରେ ଗଢ଼ି ଉଠୁଥିବା ଅବାଧ ସମ୍ପର୍କ କୁହନ୍ତୁ ବା ଦେଦ ବ୍ୟବସାୟର ନୂଆ ଫଣ୍ଡା ସମ୍ପର୍କରେ ଆଲୋଚନା କରିବା ।...

 

 

ବିଗତ କିଛି ବର୍ଷ ହେବ ରାଜଧାନୀ ଭୁବନେଶ୍ବରରେ କିନ୍ନରଙ୍କ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ଘଟିଛି । ଏହା ସାଙ୍ଗକୁ କ୍ୟାପିଟାଲର ବିଭିନ୍ନ ଛକରେ ଏମାନଙ୍କ ଉପସ୍ଥିତି ମଧ୍ୟ ଦେଖିବକୁ ମିଛୁଛି । ଆପଣ ଜାଣନ୍ତି ଯେ, ଏହି କିନ୍ନର ସଂପ୍ରଦାୟ ଭିକ୍ଷା ବୃତ୍ତି କରି ନିଜ ଜୀବନଯାପନ କରୁଛନ୍ତି । କେବଳ ଭିକ୍ଷାବୃତ୍ତି କହିଲେ ଭୁଲ୍ ହେବ ବରଂ ଏମାନେ ଅପ୍ରାକୃତିକ ସମ୍ପର୍କ ରଖି ଦି ପଇସା ରୋଜଗାର କରନ୍ତି । ପ୍ରତିଦିନ ସଂଧ୍ୟା ହେଲେ ସଜେଇ ଧଜେଇ ହୋଇ ଖଣ୍ଡଗିରି, ବରମୁଣ୍ଡା, ଆଚାର୍ଯ୍ୟ ବିହାର, ରସୁଲଗଡ଼, ପଟିଆ ଆଦି ଛକରେ ରହି ଗ୍ରାହକଙ୍କୁ ଅପେକ୍ଷା କରିଥାନ୍ତି । ଦୁଇ ଶହ ଟଙ୍କାରୁ 3 ଶହ ଏପରିକି 4ଶହ ଟଙ୍କା ଯାଏ ଏମାନେ ଦାବି କରିଥାନ୍ତି  ।  ଅପ୍ରାକୃତିକ ଉପାୟରେ ଏମାନେ ଗ୍ରାହକଙ୍କୁ ସନ୍ତୁଷ୍ଟି ଦେଇଥାନ୍ତି । 

ସମୟ ଥିଲା, ଯଦି କୌଣସି ଯୁବତୀ ରାସ୍ତା କଡରେ ଏକୁଟିଆ ଛିଡା ହୋଇଥାଏ, ତେବେ କିଛି ଲୋକ ପଚାରି ଦିଅନ୍ତି “କିଛି ଅସୁବିଧା ହୋଇନାହିଁତ” ? ଆଜିକାଲି ସେ ସମୟ ଆଉନାହିଁ, ଯିଏ ଯାହା କର୍ମରେ ବ୍ୟସ୍ତ । ଏହି କର୍ମ ବ୍ୟସ୍ତତା ଆଡୁଆଳରେ ଚାଲିଛି ବିଭିନ୍ନ ପ୍ରକାର ଦେହ ବ୍ୟବସାୟ । ଏଥିରେ ଏକ ପ୍ରଶ୍ନ ଉଠେଯେ ଦେହବ୍ୟବସାୟ ତ ଦେହବ୍ୟବସାୟ ! ପୁଣି ବିଭିନ୍ନ ପ୍ରକାର ର କ’ଣ ? ଏଥିରେ ବର୍ତମାନ ବହୁ ସଂଖ୍ୟାରେ ଯୋଗ ଦେଇଛନ୍ତି କିନ୍ନର ମନେ । 

ଦିନବେଳେ ମହିଳା ଦେହଜୀବିମାନେ ଭିଡ ମଧ୍ୟରେ ନିଜକୁ ହଜାଇ ଦେଇ ଲୁକାୟିତ ଭାବରେ ବ୍ୟବସାୟ ଚଲାଇଥାନ୍ତି । କିନ୍ତୁ କିନ୍ନର ମାନେ ଠିକ୍ ଓଲଟା, ରାତ୍ରି ୯ଟା ପରେ ଏମାନଙ୍କର ଉତ୍ପତ ଆରମ୍ଭ ହୁଏ । ଉପରୋକ୍ତ ଯାଗା ମାନଙ୍କରେ ଧିରେ ଧିରେ ସେମାନେ ଏକାଠି ହୋଇଥାନ୍ତି । ସହର ସାରା ରାତ୍ର ୯ଟାରୁ ଭୋର ୪ଟା ପର୍ଯ୍ୟନ୍ତ ଚାଲେ ରାତ୍ରୀକାଳୀନ “ଅଭିସାର” । କଲେଜ ପଢୁଆ ପୁଅମାନଙ୍କଠୁ ଆରମ୍ଭ କରି ପୌଢମାନେ ମଧ୍ୟ ଏମାନଙ୍କର ପ୍ରେମ ରେ ମସଗୁଲ । 

Share this story