'ମୁଁ ସପ୍ତାହକୁ ତିନି ଥର ମିଶିବାକୁ ଚାହେଁ', ଏମିତି ବ୍ୟାକୁଳ ହୋଇ ଗୁହାରି କରିଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ...
ଓଡ଼ିଆ ଗସିପ ବ୍ୟୁରୋ: ଦେହ ବ୍ୟାପାର ଏବଂ କୋଟି କୋଟି ଟଙ୍କାର ମାଲିକାଣୀ ହୋଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମନରେ ଯୌନ ଭୋକ ଭରି ରହିଥିବା କଥା ଏବେ ସାମ୍ନାକୁ ଆସିଛି । କାହିଁକି ନା ବଡ ବଡ଼ ରାଜନେତା, ବ୍ୟବସାୟୀ, ସିନେମା ଜଗତର ବାଦଶାହ ଏବଂ ଧନୀ ଶ୍ରେଣୀର ବ୍ୟକ୍ତିଙ୍କୁ ଦେହର ସୁଖ ଯୋଗାଇ ଆସୁଥିବା ଏହି ଲେଡି ଏବେ ସେକ୍ସ ପାଇଁ ପାଗଳ ହେଉଥିବା ଜେଲର ଭୀତରି ପାଚେରୀରୁ ଶୁଣିବାକୁ ମିଳିଛି ।
ନିଜ ନାମ ଗୋପନ ରଖି ଜଣେ ଜେଲ ଅଧିକାରୀ କହିଛନ୍ତି ଯେ, ଅର୍ଚ୍ଚନା ଦିନକୁ ଦିନ ସେକ୍ସ ପାଇଁ ପାଗଳ ଭଳି ହେଉଛନ୍ତି । ସେ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହ ସପ୍ତାହକୁ ତିନି ଥର ମିଶିବା ପାଇଁ ଚାହୁଁଛନ୍ତି । ଖାଲି ଏତିକି ନୁହେଁ ସେ ଏଥି ପାଇଁ କୋର୍ଟର ସାହାଯ୍ୟ ମଧ୍ୟ ଲୋଡିଛନ୍ତି । ସେ କୋର୍ଟକୁ ଜେଲରେ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ସପ୍ତାହକୁ ତିନି ଥର ମିଶିବା ପାଇଁ ଅନୁମତି ମାଗିଛନ୍ତି ।
ସେପଟେ ଜେଲରେ ଯଦି କୌଣସି ଦମ୍ପତ୍ତି କିଛି ଅପରାଧିକ ଘଟଣା ଘଟେଇ ବିଚାର ବିଭାଗୀୟ ହାଜତକୁ ଆସନ୍ତି ତେବେ ସେହି ଦମ୍ପତ୍ତିଙ୍କୁ ଜେଲ ମାନୁଆଲ ଅନୁଯାୟୀ ସ୍ତ୍ରୀ ସ୍ୱାମୀ ସହ ସପ୍ତାହକୁ ଥରେ ମିସିପାରିବେ । ହେଲେ ଅର୍ଚ୍ଚନାଙ୍କ ସପ୍ତାହକୁ ସ୍ୱାମୀଙ୍କ ସହ ତିନି ଥର ମିଶିବା ଗୁହାରି ଏବେ ତାଙ୍କ ଯୌନ ଭୋକକୁ ବଢ଼ାଇ ଦେଇଥିବା ଚର୍ଚ୍ଚା ଜୋର ଧରିଛି ।
ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ସାଙ୍ଗ ସହ ଫେରାର ହେଲା ସ୍ତ୍ରୀ ବୋଲି ଜିଅନ୍ତା ଶ୍ରାଦ୍ଧ ଦେଲେ ସ୍ୱାମୀ, ସେପଟ ବିକାଶଙ୍କ ପତ୍ନୀ କହିଲେ ଏପରି କଥା...
ଅପରପକ୍ଷେ, ଗତକାଲି କୋର୍ଟରେ ହାଜର ବେଳେ ପୋଲିସ ବିରୋଧରେ ଗର୍ଜିଥିବା ଅର୍ଚ୍ଚନା ସବୁ ଗୁମର ଖୋଲିପାରେ ବୋଲି ଚର୍ଚ୍ଚା ହେଉଛି । ସେ ରାଗରେ ଜର୍ଜରିତ ହୋଇ କହିଥିଲେ '୩୦ ମିନିଟ୍ ସମୟ ଦିଅନ୍ତୁ, ମୁଁ ସବୁ ପ୍ରମାଣ ଦେଇଦେବି' ।
ବିସ୍ଫୋରକ ବୟାନ ଦେଇ ଲେଡି ବ୍ଲାକମେଲର ଅଭିଯୁକ୍ତ ଅର୍ଚ୍ଚନା ନାଗ କହିଛନ୍ତି - "ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ କହିଲେ । କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ଆଗରେ ସେ ବିସ୍ଫୋରକ ବୟାନ ଦେଇଛନ୍ତି । ମୋତେ ସଫିସିଏଣ୍ଟ ସମୟ ଦରକାର, ୩୦ ମିନିଟ୍ ଦରକାର । ମୋତେ ଫସାଇ ଦେଇଛନ୍ତି, ତଥ୍ୟ ପ୍ରମାଣ ସହ ସବୁ ଦେବି ।"
"ମୁଁ କାହାକୁ ଛାଡ଼ିବିନି ବୋଲି ଅର୍ଚ୍ଚନା ନାଗ ଚେତାବନୀ ଦେବା ସହ ସମସ୍ତେ ପଣସ ଖାଇ ତାଙ୍କ ମୁଣ୍ଡରେ ଅଠା ବୋଳିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏଥି ସହ ସେ ଇଡି ତଦନ୍ତକୁ ସ୍ୱାଗତ କରିବା ସହ ସମୟକୁ ଅପେକ୍ଷା କରିଥିବା କଥା କହିଛନ୍ତି ।"
ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ମହିଳାଙ୍କ ଗର୍ଭନଷ୍ଟ କରିବା ପରେ ତାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଭାଇରାଲ କଲା ପ୍ରେମିକ, ରାଗରେ ଶାଶୁ ଘର ଲୋକେ କଲେ ଏପରି କାମ...
"ମୁଁ କାହାକୁ ଛାଡ଼ିବିନି ବୋଲି ଚେତାବନୀ ଦେଲେ ଅର୍ଚ୍ଚନା ନାଗ । ସବୁ ଗୁମର ଖୋଲିବ, ମୁଁ କାହାକୁ ଛାଡ଼ିବିନି କହିଲେ ଅର୍ଚ୍ଚନା । ଶ୍ରଦ୍ଧାଞ୍ଜଳିର କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରାଯାଉ । ମୋ ପାଟି ବନ୍ଦ କରି ମୋତେ ସେମାନେ ଆରେଷ୍ଟ କଲେ । ମୁଁ ପ୍ରେସମିଟ୍ କରିଥାନ୍ତି, ମୁଁ କଣ ଆତଙ୍କବାଦୀ ବୋଲି ଅର୍ଚ୍ଚନା ନାଗ ପ୍ରଶ୍ନ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଏହି ବ୍ଲାକମେଲିଂ ଘଟଣାରେ କିଏ କିଏ ସବୁ ସଂପୃକ୍ତ ଅଛନ୍ତି ସବୁର ଖୁଲାସା କରିବି। ନେତା, ମନ୍ତ୍ରୀ କି ଆଉ କିଏ ହୁଅନ୍ତୁ, ସବୁ ଖୋଲି ଦେବି । ତେବେ ଶ୍ରଦ୍ଧାଞ୍ଜଳି ପ୍ରସଙ୍ଗରେ ଅର୍ଚ୍ଚନା କହିଛନ୍ତି, ଯଦି ସତସାହସ ଅଛି ସେ ତୁରନ୍ତ ସାମ୍ନାକୁ ଆସୁ । ତେବେ ମୋଟାମୋଟି ଭାବେ ତାଙ୍କୁ ଏଥିରେ ଫସାଇ ଦେଇ ଅନ୍ୟମାନେ ଖସିଯିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି । ତେବେ ସେ କାହାକୁ ଛାଡ଼ିବେ ନାହିଁ ବୋଲି ସଫା ସଫା ଶୁଣାଇଦେଇଛନ୍ତି ।
କିଛି ନଜାଣି ମୋତେ ବଦନାମ କଲେ, ମୋ ଛୁଆର ଲୁହ ପଡ଼ିବ । ମୁଁ ସମୟକୁ ଅପେକ୍ଷା କରିଛି, ଇଡି ତଦନ୍ତ କରୁ । ଯେତେ ବଡ଼ ବଡ଼ ତଦନ୍ତକାରୀ ସଂସ୍ଥା ଆସନ୍ତୁ, ମୁଁ ପ୍ରସ୍ତୁତ । ମୁଁ ଇଡିକୁ ଅପେକ୍ଷା କରିଥିଲି, ମୁହଁ ଖୋଲିବାକୁ ସୁଯୋଗ ମିଳିବ । କିଏ କିଏ ସବୁ ସଂପୃକ୍ତ ଅଛନ୍ତି, ସବୁ ପ୍ରମାଣ ଦେଖାଇବି ସେ କହିଛନ୍ତି ।