କଣ କହୁଛି Vastu Shastra: ନଖରେ ଏପରି ଚିହ୍ନ ଥିଲେ ଜାଣନ୍ତୁ ଏହା କଣ ସଙ୍କେତ ଦେଇଥାଏ, ଅଦ୍ଭୁତ ଘଟଣା ଘଟିଥାଏ…

what nails shows

ଓଡ଼ିଆ ଗସିପି ବ୍ୟୁରୋ: ଆପଣ Vastu Shastra ଉପରେ ବିଶ୍ୱାସ ରଖନ୍ତି । ଯଦି ନାହିଁ ଆଜି ହିଁ ରଖନ୍ତୁ କାରଣ ଆମ ଜୀବନରେ ଏମିତି କିଛି ସମସ୍ୟା ଦେଖା ଦିଏ ଯାହା Vastu କୁ ନେଇ ଘଟିଥାଏ । ଯେମିତି କି ଶରୀରରେ ଥିବା ନଖ ବହୁତ କିଛି ସମସ୍ୟା ଆଣିଦେଇଥାଏ ଏବଂ ତାହାକୁ ସମାଧାନର ବାଟ ମଧ୍ୟ ଦେଖେଇଦେଇଥାଏ ।

ଆମେ ଏଠି କହି ରଖୁଛୁ ନଖ ମନୁଷ୍ୟର ହାତ ଏବଂ ଗୋଡର ଆଙ୍ଗୁଳି ମାନଙ୍କର ଶେଷ ଭାଗରେ, ଉପରି ଭାଗରେ ଏକ ଶକ୍ତିଶାଳୀ କବଚ ଭାବେ ରହିଥାଏ । ଏହା ଏକ ପ୍ରୋଟିନ ଏବଂ କେରୋଟିନ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଜ୍ୟେତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଚିହ୍ନର ଅଲଗା ଅଲଗା ଅର୍ଥ ରହିଥାଏ, ବ୍ୟକ୍ତିର କପାଳର ରେଖା ଠାରୁ ନେଇ ହାତର ରେଖା ଯାଏ ଶରୀରର କଳାଯାଇ ଏବଂ ବ୍ୟକ୍ତିର ନଖ ବି ବ୍ୟକ୍ତିର ଚରିତ୍ର ଏବଂ ଜୀବନ ସହିତ ଜଡିତ ହୋଇଥାଏ ।

ଏହି ସବୁ ଚିହ୍ନ ବ୍ୟକ୍ତିର ଭବିଷ୍ୟତ ବିଷୟରେ ବହୁତ ସୂଚନା ଦେଇଥାଏ । ଆପଣ ମାନେ ନିଶ୍ଚୟ ଦେଖିଥିବେ ଯେ ଆକାଶରେ ଥିବା ଚନ୍ଦ୍ର ପରି ବ୍ୟକ୍ତିର ନଖରେ ବି ଅଧା ଚନ୍ଦ୍ରର ଚିହ୍ନ ରହିଥାଏ । ଆଜି ଆମେ ଜାଣିବା ବ୍ୟକ୍ତିର ନଖରେ ଥିବା ଏହି ଅର୍ଦ୍ଧଚନ୍ଦ୍ରର ଚିହ୍ନ ବ୍ୟକ୍ତିର ଜୀବନ ବିଷୟରେ କଣ ସଙ୍କେତ ଦେଇଥାଏ ।

ଯେଉଁ ବ୍ୟକ୍ତି ମାନଙ୍କର ନଖରେ ଏହି ଅର୍ଦ୍ଧଚନ୍ଦ୍ରର ଚିହ୍ନ ରହିଥାଏ ତାଙ୍କ ପାଖରେ ଯେତେ ଅଧିକ ଧନ ଥାଉନା କାହିଁକି ତାଙ୍କ ଜୀବନ ବହୁତ ମୁସକିଲରେ ବିତିଥାଏ । ଯେଉଁ ବ୍ୟକ୍ତିଙ୍କ ମାନଙ୍କ ନଖରେ ଏହିପରି ଅର୍ଦ୍ଧଚନ୍ଦ୍ରର ଚିହ୍ନ ଥାଏ, ଏହିପରି ବ୍ୟକ୍ତିଙ୍କର ହୃଦୟ ବହୁତ ନିର୍ମଳ ହୋଇଥାଏ ।

ସର୍ବଦା ଅନ୍ୟ ମାନଙ୍କର ସାହାର୍ଯ୍ୟ କରିଥାନ୍ତି, ବହୁତ ପରପୋକାରୀ ହୋଇଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କ ନଖରେ ଏମିତି ଅଧା ଚନ୍ଦ୍ରର ଚିହ୍ନ ରହିଥାଏ, ସେହିପରି ବ୍ୟକ୍ତି ମାନେ ତାଙ୍କ ଜୀବନର ଆରମ୍ଭରେ ଟିକିଏ ସମସ୍ୟାରେ ରହିଥାନ୍ତି । କିନ୍ତୁ ଯେତେବେଳେ ସେମାନେ କଠିନ ପରିଶ୍ରମ କରିଥାନ୍ତି, ତାଙ୍କର ଜୀବନ ଆରାମରେ ବିତେଇଥାନ୍ତି ।

nails

କିଛି ଲୋକ ସଫଳତା ପାଇଥାନ୍ତି, ଏମାନେ ଧୀରେ ଧୀରେ ସଫଳତା ଆଡକୁ ଆଗ୍ରସର ହୋଇଥାନ୍ତି । ସମସ୍ତ କାର୍ଯ୍ୟ ଏମାନଙ୍କ ପାଇଁ ବହୁତ ସହଜ ଏବଂ ସରଳ ହୋଇଯାଏ । ଏମାନେ ବହୁତ କଠିନ ପରିଶ୍ରମ କରି ନିଜ ଭାଗ୍ୟକୁ ମଧ୍ୟ ପରିବର୍ତ୍ତନ କରିବାରେ ସମର୍ଥ ହୋଇଥାନ୍ତି ।

ଏମାନେ ନିଜର କଠିନ ପରିଶ୍ରମ କରି ସମସ୍ତ କାର୍ଯ୍ୟକୁ ସହଜରେ କରି ପାରିଥାନ୍ତି । ଯଦି ଆପଣ ମାନଙ୍କ ନଖରେ ଏହି ଅର୍ଦ୍ଧଚନ୍ଦ୍ରର ଚିହ୍ନ ରହିଥାଏ ତେବେ ଆପଣ ବହୁତ ସହନଶୀତ ବ୍ୟକ୍ତି ହେବା ସହିତ ଧର୍ଯ୍ୟବାନ ହୋଇଥାନ୍ତି ।

Share this story