କେବଳ ବୟଫ୍ରେଣ୍ଡ ସହ ହିଁ ଏହି ୧୦ଟି କାମ କରିବାକୁ ଖୁବ୍ ଭଲ ପାଆନ୍ତି ଝିଅ, ସେକ୍ସକୁ ବାଦ ଦେଲେ ଏଥିରୁ ପାଆନ୍ତି ମଜା...

10 Things That Every Girl love to do only with their Boyfriend
କେବଳ ବୟଫ୍ରେଣ୍ଡ ସହ ହିଁ ଏହି ୧୦ଟି କାମ କରିବାକୁ ଖୁବ୍ ଭଲ ପାଆନ୍ତି ଝିଅ, ସେକ୍ସକୁ ବାଦ ଦେଲେ ଏଥିରୁ ପାଆନ୍ତି ମଜା...

ଓଡ଼ିଆ ଗସିପ୍ ବ୍ୟୁରୋ: ଆମ ଓଡ଼ିଆରେ ଗୋଟେ କଥା ଅଛି ନାରୀଙ୍କ ମାୟା ସ୍ୱଂୟ ନାରାୟଣଙ୍କୁ ମଧ୍ୟ ଜଣାନାହିଁ । ହଁ ଆଜ୍ଞା ଏମିତି ଅନେକ ଉଦାହରଣ ରହିଛି ଯାହାକୁ ଏହି ଉକ୍ତିଟି ସତ ବୋଲି ପ୍ରମାଣିତ କରୁଛି । ନାରୀଙ୍କ ମୁଣ୍ଡ କେତେବେଳେ କଣ ଭାବୁଛି, କେତେବେଳେ କଣ ଚାଲୁଛି, ସେମାନେ କଣ ଚିନ୍ତା କରୁଛନ୍ତି, କଣ କୁହନ୍ତି ଏବଂ କଣ କରନ୍ତି ତାହା ସେମାନେ ହିଁ କହି ପାରିବେ । ପୁରୁଷମାନେ କେବଳ କଳନା କରିବା ଛଡ଼ା ଅନ୍ୟ କିଛି ଚିନ୍ତା ହିଁ ରି ପାରନ୍ତିନି । ମହିଳାମାନେ କୁହନ୍ତି ସେମାନେ ପୁରୁଷଙ୍କ ତୁଳନାରେ ଅଧିକ ଭଲ ପାଆନ୍ତି, ଶୀଘ୍ର ଭଲ ବି ପାଇ ପାରନ୍ତି । ତେବେ ଏମିତିରେ ପ୍ରଶ୍ନ ଉଠେ ଯେ, ସତରେ କଣ ଯଦି ଜଣେ ଯୁବତୀ ଆପଣଙ୍କୁ ଭଲ ପାଏ ବୋଲି କୁହେ ସେ କଣ ପ୍ରକୃତରେ ଭଲ ପାଇଥାଏ ? ଏହାକୁ ନେଇ ଆମେ ଏଠାରେ ଏକ ଆଲେଖ୍ୟ ପ୍ରସ୍ତୁତ କରିଛୁ । ପଢ଼ନ୍ତୁ ଏହାର ଉତ୍ତର ଆପଣଙ୍କୁ ମିଳିଯିବ....

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

1.  ସେ ଆପଣଙ୍କ ବିଷୟରେ ସବୁ କିଛି ସତ ସତ ଜାଣିବାକୁ ଚାହିଁଥାଏ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ଭଲ ହେଉ କି ମନ୍ଦ ଅବା ଖରାପ । କେବଳ ଜଣେ ଯୁବତୀ ଯିଏ ଆପଣଙ୍କ ପ୍ରେମରେ ପଡ଼ିଥାଏ ବା ଭଲ ପାଇ ବସେ ସେ ଆପଣଙ୍କ ବିଷୟରେ ସବୁ କଥା ଜାଣିବାକୁ ଚାହିଁଥାଏ । ଏଥିପାଇଁ ସେ ଇଚ୍ଛା ଓ ଆଗ୍ରହ ପ୍ରକାଶ କରିଥାଏ । ଆପଣଙ୍କ ଜୀବନରେ କୌଣସି ମୂଲ୍ୟ ରଖୁନଥିବା କଥା ମଧ୍ୟ ସେ ଜାଣିବାକୁ ଚାହେଁ । ଯଦି ଏମିତି ହୁଏ ତେବେ ଆପଣ ଜାଣିବେ ସେ ପ୍ରକୃତରେ ଆପଣଙ୍କୁ ଭଲ ପାଇ ବସିଛନ୍ତି । ଆପଣ ବି ନିସର୍ତ୍ତରେ ତାଙ୍କୁ ଭଲ ପାଇ ପାରିବେ । 
 
2. ମା ଭଳି ବ୍ୟବହାର ପ୍ରଦର୍ଶନ କରିବା

ଆପଣ ଜାଣନ୍ତି ପ୍ରେମରେ ପଡ଼ିଲା ପରେ ଜଣେ ଯୁବତୀ ନିଜ ପ୍ରେମିକକୁ ମା ଭଳି ବ୍ୟବହାର କରେ । ଏହାର ଅର୍ଥ ଆକଟ କରିବା, ସ୍ନେହ ଦେବା ଏବଂ ସଂପର୍କକୁ ଦୀର୍ଘସ୍ଥାୟୀ କରିବାକୁ ଉଦ୍ୟମ କରିବା । ପ୍ରେମରେ ପଡ଼ିଲା ପରେ ପୁଅମାନେ ସାଧାରଣ ଆଚରଣ ବ୍ୟବହାର ପ୍ରଦର୍ଶନ କରୁଥିବା ବେଳେ ଝିଅମାନେ କିନ୍ତୁ ଟିକେ ଅଧିକ ମା ଭଳି କେଆର ନେବାକୁ ପସନ୍ଦ କରନ୍ତି । ଯଦି ଏମିତି ହୁଏ ତେବେ ଆପଣ ଜାଣିବେ ସେ ପ୍ରକୃତରେ ଆପଣଙ୍କୁ ଭଲ ପାଇ ବସିଛନ୍ତି । ଆପଣ ବି ନିସର୍ତ୍ତରେ ତାଙ୍କୁ ଭଲ ପାଇ ପାରିବେ । 

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

3. ସପୋର୍ଟ କରିବା ଏବଂ ଆପଣଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାକୁ ଉତ୍ସାହିତ କରିବା  

ଯେତେବେଳେ ଆପଣ ଅନ୍ୟ ଜଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି ଏବଂ ପ୍ରେମ କରନ୍ତି ସେତେବେଳେ ଆପଣ ତାଙ୍କର ସଫଳତା ଏବଂ ଖୁସି ଦେଖିବାକୁ ଚାହାନ୍ତି । ଏହାକୁ ନେଇ ପୁରୁଷଙ୍କ ମଧ୍ୟରେ ସାମାନ୍ୟ ବ୍ୟତିକ୍ରମ ଥିବା ବେଳେ ଯୁବତୀ ବା ମହିଳାଙ୍କ କ୍ଷେତ୍ରରେ ଏହା ସବୁଠାରୁ ଅଧିକ ଯତ୍ନବାନ ଥିବା ଭଳି ମନେ ହୁଏ । ଜଣେ ଯୁବତୀ ଯଦି ଆପଣଙ୍କୁ ସତରେ ଭଲ ପାଉଛି ସ୍ନେହ କରୁଛି ପ୍ରେମ ଦେଉଛି ତେବେ ଜାଣିନେବେ ସେ ଆପଣ ଶିଖର ଛୁଅନ୍ତୁ ବୋଲି ସେ ଚାହାନ୍ତି । ଆପଣ ଯେତେବେଳେ ସଫଳତା ଆଡକୁ ଆଗେଇବେ ସେ ସବୁବେଳେ ଆପଣଙ୍କ ସହ ଆପଣଙ୍କ ସାରଥୀ ହୋଇ ଛିଡ଼ା ହୋଇଥିବେ । ଯଦି ଏମିତି ହୁଏ ତେବେ ଆପଣ ଜାଣିବେ ସେ ପ୍ରକୃତରେ ଆପଣଙ୍କୁ ଭଲ ପାଇ ବସିଛନ୍ତି । ଆପଣ ବି ନିସର୍ତ୍ତରେ ତାଙ୍କୁ ଭଲ ପାଇ ପାରିବେ । 

4.  ଆପଣ ଯାହା ଓ ଯେମିତି ସେ ସେମିତି ହିଁ ଗ୍ରହଣ କରିବାକୁ ପ୍ରସ୍ତୁତ

ନିହାତି ଭାବରେ ଏହା ସତ କଥା ଯେ, ଆପଣ ଯେମିତି ବି ହୋଇଥାନ୍ତୁ ନା କାହିଁକି । ଯେଉଁ ରୂପରେ, ଢଙ୍ଗରେ, ଆୟରେ, ବ୍ୟୟରେ ଯେମିତି ବି ହେଉ ସେ ଆପଣଙ୍କୁ ଗ୍ରହଣ କରିଥାନ୍ତି । ନିଜ ପାଇଁ ଅନ୍ୟ କାହାକୁ ବଦଳାଇବାକୁ ସେ ପସନ୍ଦ କରନ୍ତିନି ବରଂ ଆପଣ ଯେମିତି ସେ ଆପଣଙ୍କୁ ସେମିତି ହିଁ ରହିବାକୁ ପରାମର୍ଶ ଦିଅନ୍ତି । ପ୍ରେମିକାର ଦ୍ୱାହୀ ଦେଇ ସେ ଆପଣଙ୍କୁ ସେମିତି ହିଁ ଗ୍ରହଣ କରିଥାନ୍ତି ଯ।ହା ଆପଣ ତାଙ୍କୁ ଭଲ ପାଇବା ପୂର୍ବରୁ ଥିଲେ ବା ରହିବାକୁ ଚାହାନ୍ତି । ଦୁନିଆରେ କେହି ବି କେବେ ପରଫେକ୍ଚ ନଥାନ୍ତି । କିଛି ଭଲ ଆଉ କିଛି ଖରାପ ଗୁଣ ଆମ ମାନଙ୍କ ମଧ୍ୟରେ ଥାଏ ତେଣୁ ସମସ୍ତେ ସମସ୍ତଙ୍କୁ ସେଭଳି ଗ୍ରହଣ କରିବା ହେଉଛି ବଡ଼ କଥା । 

5. ସୁଖରେ ଦୁଃଖରେ ସାଥ୍ ରହିବା

ଏହା ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ କଥା । କେବଳ ଯେ ଜଣଙ୍କ ହସ ଖୁସି ଓ ସଫଳତା ସମୟରେ ରହିବା ଏବଂ ବିପଦ ବା ଖରାପ ସମୟରେ ଛାଡ଼ି ଚାଲିଯିବା ଏହା ଜମାରୁ ଚାହାନ୍ତିନି ଆପଣଙ୍କୁ ଭଲ ପାଉଥିବା ଯୁବତୀ । ସେ ଯଦି ଆପଣଙ୍କୁ ପ୍ରକୃତରେ ଭଲ ପାଆନ୍ତି ତେବେ ସେ ଆପଣଙ୍କ ଭଲ ସମୟରେ ଖୁସି ହୁଅନ୍ତି ଏବଂ ଖରାପ ସମୟରେ ସାଥ୍ ଦେଇ ଆପଣଙ୍କ ହିମ୍ମତ ଦିଅନ୍ତି । ପ୍ରେମ ଆଉ କଣ କି ଏହା ହିଁ ତ ପ୍ରେମ । ଜଣେ ଜଣଙ୍କ ପାଇଁ ଯଦି ଜୀବନ ସାରା ଲାଗି ସାଥୀ ହୁଅନ୍ତି ତେବେ ସେମାନେ ଜଣେ ଆର ଜଣଙ୍କ ପାଇଁ ନିସ୍ୱାର୍ଥପର ସହ ପ୍ରେମ କରି ଆଗକୁ ବଢ଼ିବାକୁ ଉତ୍ସାହିତ କରନ୍ତି । 

6. ଆପଣଙ୍କ ଅତି ଆପଣାର ଲୋକଙ୍କ ସହ ଭେଟ ହେବାକୁ ସାଥ୍ ଦେବାକୁ ସେ ସବୁ ବେଳେ ଚାହାନ୍ତି 

ବର୍ତ୍ତମାନ ଦୁନିଆରେ ଏହା କମ୍ ଦେଖିବାକୁ ମିଳେ । କିନ୍ତୁ ସତ କଥା ହେଉଛି ଯେ, ଜଣେ ପୁରୁଷକୁ ମନ ଦେଇ ସାରିଲା ପରେ ସଚ୍ଚା ପ୍ରେମ କରିବା ପରେ ସଂପୃକ୍ତ ଯୁବତୀ ଭଲ ପାଉଥିବା ପୁଅର ପରିବାର ହୁଅନ୍ତୁ ବା ସେ ପୁଅର ଅତି ଆପଣାର ଲୋକ ସହ ଭେଟିବାକୁ ବା ଆପଣାର କରିବାକୁ ଚାହାନ୍ତି । ସେ ସାଙ୍ଗ ହୋଇଥାନ୍ତୁ କି ଘରର ଯେ କୌଣସି ସଦସ୍ୟ । ଯଦି ଆପଣ ତାଙ୍କୁ କୁହନ୍ତି ଯେ, ସେ ମୋର ଅତି ପ୍ରିୟ ତେବେ ତାଙ୍କ ପ୍ରତି ଆପଣଙ୍କ ପ୍ରେମିକାଙ୍କ ସମ୍ମାନ ଓ ସ୍ନେହ ବଢ଼ିଥାଏ । ଯଦି ଆପଣ ଏହା ଅନୁଭବ କରିପାରୁଛନ୍ତି ତେବେ ଭାବିନେବେ ସେ ଆପଣଙ୍କୁ ପ୍ରକୃତରେ ଭଲ ପାଇ ବସିଛନ୍ତି । 

 7. ବୋଧେ ଏଥିପାଇଁ କୁହନ୍ତି ପ୍ରେମ ଅନ୍ଧ

ସତରେ ଏହା ଅନେକ ଥର ପ୍ରମାଣିତ ମଧ୍ୟ ହୋଇଛି ଯେ, ପ୍ରେମ ଅନ୍ଧ । ପ୍ରେମରେ ପଡ଼ିଲା ପରେ ଜଣେ ଯୁବତୀ ଅନ୍ଧ ଭାବେ ନିଜ ମନର ମଣିଷକୁ ବିଶ୍ୱାସ କରିନିଏ । ଏହା ଜଣେ ମହିଳା ଭାବରେ ତାଙ୍କର ଲକ୍ଷଣ ମଧ୍ୟ ଅବଶ୍ୟ ଏଥିରେ ବିସ୍ମିତ ହେବାରେ କିଛି କାରଣ ମଧ୍ୟ ନାହିଁ । ସଂପର୍କକୁ ଅଧିକ ମଜଭୂତ ଏବଂ ଦୀର୍ଘସ୍ଥାୟୀ କରିବାକୁ ସେ ଅନ୍ଧ ଭଳି ବିଶ୍ୱାସ କରିବାକୁ ବି ପଛାନ୍ତି ନାହିଁ ।

8. ନିଜ ସିକ୍ରେଟ ସେୟାର କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ

ହସନ୍ତୁନି ଏହା ବାସ୍ତବିକ କଥା । ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ନିଜ ସର୍ବସ୍ୱ ଦେବା ସହ ନିଜ ଭିତରେ ଲୁଚି ରହିଥିବା ବା ନିଜ ଗୋପନ କଥା ସେ ମନର ମଣିଷକୁ କହିବାକୁ ପସନ୍ଦ କରନ୍ତି । ସେ ପୁରୁଣା ଦିନର ଅତୀତ ହେଉ କିମ୍ବା ଅନ୍ୟ କିଛି ସିକ୍ରେଟ ଯାହା କହିଲା ପରେ ହୁଏତ ସାମାନ୍ୟ ସମ୍ପର୍କ ବିଗିଡ଼ିପାରେ ତଥାପି ଯେହେତୁ ସେ ଆପଣଙ୍କୁ ଅନ୍ଧ ଭଳି ଭଲ ପାଆନ୍ତି ତେଣୁ ସେ ଆପଣଙ୍କୁ ତାଙ୍କର ସିକ୍ରେଟ କହିବାକୁ ଘୁଞ୍ଚୁପୁଞ୍ଚୁ ହୁଅନ୍ତି ନାହିଁ । 

9. ଆପଣ ତାଙ୍କର ପ୍ରାୟୋରିଟି ଏବଂ ଏହା ଦେଖାଯାଏ ମଧ୍ୟ

ଦୁନିଆରେ କୌଣସି ମହିଳା ଯେବେ ପ୍ରେମରେ ପଡ଼ନ୍ତି ଅଚାନକ ଆପଣଙ୍କୁ ତାଙ୍କ ପରିବାର ସଦସ୍ୟ କିମ୍ବା ସଂପର୍କୀୟଙ୍କ ଠାରୁ ଉପରେ ଦେଖନ୍ତି ନାହିଁ । ଯଦି ଓ ସେ ଆପଣଙ୍କୁ ନିଜ ଠାରୁ ଆପଣଙ୍କୁ ଭଲ ପାଆନ୍ତି ତଥାପି ସେ ଆପଣଙ୍କୁ ସେମାନଙ୍କଠାରୁ ଉପରେ ରଖିବାକୁ ଚାହାନ୍ତି ନାହିଁ । ଅବଶ୍ୟ ସେ ସମସ୍ତଙ୍କୁ ଆପଣଙ୍କୁ ପରିଚିତ କରିବା ପାଇଁ ରାତ୍ରୀଭୋଜନରେ ନିମନ୍ତ୍ରଣ କରନ୍ତି । ସାଙ୍ଗ ମାନଙ୍କ ସହ କିଛି ପ୍ଲାନ କରନ୍ତି । ଆପଣଙ୍କୁ ପ୍ରାୟୋରିଟି ଦେବାର ଅର୍ଥ ଦୈନନ୍ଦିନ ଜୀବନଚର୍ଯ୍ୟାରେ ସେ ଆପଣଙ୍କୁ ଖୋଜିବା ଆଉ ତାହା ହିଁ ତ ପ୍ରେମ । ଯଦି ଆପଣ ଏହା ଅନୁଭବ କରିପାରୁଛନ୍ତି ତେବେ ଭାବିନେବେ ସେ ଆପଣଙ୍କୁ ପ୍ରକୃତରେ ଭଲ ପାଇ ବସିଛନ୍ତି । 

10. ସାକ୍ରିଫାଇଜ କରିବାକୁ କୁଣ୍ଠାବୋଧ ନ କରିବା

ପ୍ରେମରେ ପଡ଼ିଲେ କଣ ସତରେ ଏମିତି ବି ହୁଏ ? କାହା ପାଇଁ କିଛି ସାକ୍ରିଫାଇଜ୍ ବା ତ୍ୟାଗ କରିବା କଣ ସତରେ ଏତେ ସହଜ ? ଯେ କୌଣସି ସମ୍ପର୍କରେ ତ୍ୟାଗ କରିବା ହେଉଛି ସବୁଠୁ ବଡ଼ କଥା । ଯଦି ଜଣେ ଯୁବତୀ ନିଜର ସୁଖ ସ୍ୱାଛନ୍ଦକୁ ଭୁଲି ଆପଣଙ୍କ ପାଇଁ କିଛି କରିବାକୁ ଚାହୁଁଛି ଯାହା ଆପଣଙ୍କ ପାଇଁ ନିହାତି ଜରୁରୀ ତେବେ ଆପଣ ଭାବି ନିଅନ୍ତୁ ଯେ, ଆପଣ ତାଙ୍କ ପାଇଁ କେତେ ପ୍ରାୟୋରିଟି । ଆଜିକାଲିର ସ୍ୱାର୍ଥପର ଦୁନିଆରେ ଏତେ ଲୟାଲ ହେବା ଖୁବ୍ କମ୍ ଦେଖାଯାଏ ଯଦି ଆପଣ ଏହା ଅନୁଭବ କରିପାରୁଛନ୍ତି ତେବେ ଭାବିନେବେ ସେ ଆପଣଙ୍କୁ ପ୍ରକୃତରେ ଭଲ ପାଇ ବସିଛନ୍ତି । ଏହି ସମ୍ପର୍କ ମଧ୍ୟ ଯେ, ଦୀର୍ଘସ୍ଥାୟୀ ହେବ ଆପଣ ଲେଖି କି ରଖନ୍ତୁ ।

Share this story