ଦୁଇ ମିନିଟର ସିନ୍ ପାଇଁ ହିରୋ ସହ ରାତି ବିତାଇବାକୁ ପଡ଼େ: କଙ୍ଗନା

ଦୁଇ ମିନିଟର ସିନ୍ ପାଇଁ ହିରୋ ସହ ରାତି ବିତାଇବାକୁ ପଡ଼େ: କଙ୍ଗନା
ଦୁଇ ମିନିଟର ସିନ୍ ପାଇଁ ହିରୋ ସହ ରାତି ବିତାଇବାକୁ ପଡ଼େ: କଙ୍ଗନା

ଓଡ଼ିଆ ଗସିପ୍ ବ୍ୟୁରୋ: ଦୁଇ ମିନିଟର ଅଭିନୟ, ଆଇଟମ ଡ୍ୟାନ୍ସ ଏବଂ ରୋମାଣ୍ଟିକ ଦୃଶ୍ୟ କରିବା ପାଇଁ ହିରୋ ସହ ରାତି ବିତେଇବାକୁ ପଡ଼େ। ଏଭଳି କଠିନ ଶବ୍ଦ କରି ବିଗ୍ ବି ଅମିତାଭ ବଚ୍ଚନଙ୍କ ଧର୍ମପତ୍ନୀ ତଥା ସାଂସଦ ଜୟା ବଚ୍ଚନଙ୍କୁ ଇଙ୍ଗିତ କରି ସମାଲୋଚନା କରିଛନ୍ତି କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାନାୱତ । ମୁଁ ଏହି ଇଣ୍ଡଷ୍ଟ୍ରିକୁ ନାରୀବାଦ ଶିଖାଇଛି। ଦେଶ ଭକ୍ତି ଏବଂ ନାରୀପ୍ରଧାନ ଚଳଚ୍ଚିତ୍ରରେ ଥାଳିକୁ ସଜାଇଛି। ଏହା ମୋର ନିଜର ଥାଳି, ଆପଣଙ୍କର ନୁହେଁ ବୋଲି ମଧ୍ୟ କହିଛନ୍ତି କଙ୍ଗନା ।

ସୁଶାନ୍ତଙ୍କ ମୃତ୍ୟୁ ସହ ଡ୍ରଗ୍ସର ସଂଯୋଗ ଥିବା କଥା ସାମ୍ନାକୁ ଆସିବା ପରଠାରୁ ଆରମ୍ଭ ହୋଇଥିବା ବିବାଦର ଏହା ଏକ ଝଲକ ମାତ୍ର । କିିଛି କଳାକାର ଡ୍ରଗ୍ସ କାରବାର ନେଇ ଏହାର ତଦନ୍ତ ହେବା ଦରକାର ବୋଲି ଦାବି କରୁଥିବା ବେଳେ କିଛି ଏହାକୁ ବିରୋଧ କରୁଛନ୍ତି। ଡ୍ରଗ୍ସ ବିବାଦକୁ ନେଇ ସାଂସଦ ତଥା ଅଭିନେତା ରବି କିଶନ ଏବଂ ଅଭିନେତ୍ରୀ କଙ୍ଗନା ରାଣାୱତ୍ ତଦନ୍ତ କରିବାକୁ ଦାବି କରୁଥିବା ବେଳେ ମଙ୍ଗଳବାର ସଂସଦରେ ଏହାକୁ ବିରୋଧ କରିଥିଲେ ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ।

ସେ କହିଥିଲେ ଯେ, ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜର ଏକ ନାମ ଅର୍ଜନ କରିଛନ୍ତି ସେମାନେ ଏହାକୁ ବଦନାମ କରିବାକୁ ଚାହୁଛନ୍ତି। ଯେଉଁ ଥାଳିରେ ଖାଉଛନ୍ତି, ସେହି ଥାଳିରେ କଣା କରୁଛନ୍ତି। ଏହାର ଜବାବ ଦେବାକୁ ଯାଇ କଙ୍ଗନା ଜୟାଙ୍କୁ ନିଶାନା ସାଧିଥିଲେ ।

Share this story

World Odia Language Conferene