ଡ୍ରଗ୍ସ ପାଇଁ ପାଗଳୀ ଥିଲେ ରିୟା: ନିଶା ପାଇଁ ମାଆଙ୍କ ଫୋନ୍ ବ୍ୟବହାର କରୁଥିଲେ …

ଡ୍ରଗ୍ସ ପାଇଁ ପାଗଳୀ ଥିଲେ ରିୟା: ନିଶା ପାଇଁ ମାଆଙ୍କ ଫୋନ୍ ବ୍ୟବହାର କରୁଥିଲେ …
ଡ୍ରଗ୍ସ ପାଇଁ ପାଗଳୀ ଥିଲେ ରିୟା: ନିଶା ପାଇଁ ମାଆଙ୍କ ଫୋନ୍ ବ୍ୟବହାର କରୁଥିଲେ …

ଓଡ଼ିଆ ଗସିପ୍ ବ୍ୟୁରୋ: ସୁଶାନ୍ତ ସିଂ ମୃତ୍ୟୁ ମାମଲା ସହ ଜଡ଼ିତ ଡ୍ରଗ୍ସ ମାମଲାରେ ଆଉ ଏକ ବଡ଼ ଖୁଲାସା । ମିଳିଥିବା ଖବର ଅନୁସାରେ ଡ୍ରଗ୍ସ ପାଇଁ ପାଗଳୀ ଥିଲେ ରିୟା, ଆଉ ଏଥିପାଇଁ ସେ ନିଜ ମାଆଙ୍କ ଫୋନ୍ ବ୍ଯବହାର କରୁଥିଲେ  । ମାଆଙ୍କ ଫୋନ୍ ରୁ ସେ ଡ୍ରଗ୍ସ ପେଡେଲରଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲେ । ନିଜ ପାଇଁ ଏବଂ ନିଜ ସାଙ୍ଗସାଥୀଙ୍କ ପାଇଁ ମଧ୍ୟ ଡ୍ରଗ୍ସ ମଗାଉଥିଲେ । ଏପରିକି ବଲିଉଡର ଡାର୍ଟି ସିକ୍ରେଟ କୁହାଯାଉଥିବା ଡ୍ରଗ୍ସ ପାର୍ଟି ପାଇଁ ମଧ୍ୟ ସେ ଡ୍ରଗ୍ସ ଅର୍ଡର କରୁଥିଲେ ବୋଲି ଖୁଲାସା ହୋଇଛି ।  

ଡ୍ରଗ୍ସ ପାଇଁ ପାଗଳୀ ଥିଲେ ରିୟା: ନିଶା ପାଇଁ ମାଆଙ୍କ ଫୋନ୍ ବ୍ୟବହାର କରୁଥିଲେ …

ସୁଶାନ୍ତଙ୍କ ଡ୍ରଗ୍ସ ପାର୍ଟି
ଏଠାରେ ସୂଚନା ଥାଉ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ଲୋନାବାଲା ଫାର୍ମ ହାଉସରେ ହେଙ୍ଗ ଆଉଟର ଫଟୋ ଏବଂ ଭିଡିଓ ଏନସିବିର ରେଡ୍ ବେଳେ ଜବତ କରାଯାଇଥିଲା  ।  ସୁଶାନ୍ତ ସିଂ ରାଜପୁତ ଏହି ଫାର୍ମ ହାଉସକୁ ଭଡ଼ା ସୂତ୍ରରେ ନେଇଥିଲେ  ।  ଭଡା ବାବଦକୁ ସୁଶାନ୍ତ ମାସକୁ ୨ ଲକ୍ଷ ୫୦ ହଜାର ଟଙ୍କା ଦେଉଥିଲେ  ।  ପ୍ରାୟ ସମୟରେ ଏହି ଫାର୍ମ ହାଉସରେ ସୁଶାନ୍ତଙ୍କ ସମେତ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ, ସୌଭିକ୍ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା, ସିଦ୍ଧାର୍ଥ ପିଠାନୀ ମଜାମସ୍ତି ଓ ପାର୍ଟି କରୁଥିଲେ ।  ବଲିଉଡର ଅନେକ କଳାକାର ମଧ୍ୟ ଏହି ପାର୍ଟିରେ ସାମିଲ ହୋଇ ମସ୍ତି କରୁଥିଲେ । ବଡ଼ କଥା ହେଉଛି ଏନସିବିର ରେଡ୍ ବେଳେ ହୁକ୍କା, ବିଭିନ୍ନ ପ୍ରକାର ମେଡିସିନ୍  ନିଶା ଜାତୀୟ ପଦାର୍ଥ ମିଳିଥିଲା  ।  ଏନସିବିର ସୂତ୍ର ଏହା ବି କହୁଛି ଯେ,ସୁଶାନ୍ତ ଯେବେ ଡିପ୍ରେସନ ଥିଲେ ଏବଂ ଷ୍ଟୋରାଇଡ୍ସ ନେଉଥିଲେ ସେତେବେଳେ ବି ସମସ୍ତେ ମିଳିମିଶି ପାର୍ଟି କରୁଥିଲେ  ।..

Share this story

World Odia Language Conferene