ଏସିପି ନିକିତାଙ୍କ ମୃତ୍ୟୁ ଘଟଣାରେ ଆସିଲା ନୁଆ ଟ୍ୱି୍ଷ୍ଟ, ‘ମୋ ଝିଅ ମରି ନାହିଁ, ତାକୁ ମାରିଦିଆ ଯାଇଛି’, ବାପା ଆଣିଲେ ଏମିତି ସଙ୍ଗୀନ ଅଭିଯୋଗ

ଏସିପି ନିକିତାଙ୍କ ମୃତ୍ୟୁ ଘଟଣାରେ ଆସିଲା ନୁଆ ଟ୍ୱି୍ଷ୍ଟ, ‘ମୋ ଝିଅ ମରି ନାହିଁ, ତାକୁ ମାରିଦିଆ ଯାଇଛି’, ବାପା ଆଣିଲେ ଏମିତି ସଙ୍ଗୀନ ଅଭିଯୋଗ
ଏସିପି ନିକିତାଙ୍କ ମୃତ୍ୟୁ ଘଟଣାରେ ଆସିଲା ନୁଆ ଟ୍ୱି୍ଷ୍ଟ, ‘ମୋ ଝିଅ ମରି ନାହିଁ, ତାକୁ ମାରିଦିଆ ଯାଇଛି’, ବାପା ଆଣିଲେ ଏମିତି ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର: ଟେଲି ସିରିଏଲରେ ଏସିପି ଅଭିନୟ କରୁଥିବା ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ଏବେ ଆସିଛି ନୁଆ ଟ୍ୱି୍ଷ୍ଟ । ଗୋଟେପଟେ ତାଙ୍କ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଉଥିବା ବେଳେ ତାଙ୍କ ବାପା ସନାତନ ବେହେରା ଗତକାଲି ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ତାଙ୍କ ଝିଅ ଆତ୍ମହତ୍ୟା କରି ନାହିଁ ବରଂ ତାକୁ ମାରିଦିଆ ଯାଇଥିବା ବାପା ଅଭିଯୋଗ ଆଣିଛନ୍ତି । ଏନେଇ ସେ କଟକ ଚାଉଳିଆଗଞ୍ଜ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଅନ୍ୟପଟରେ ଅଭିଯୋଗ ଆଧାରରେ ପୁଲିସ ନିକିତାଙ୍କ ସ୍ୱାମୀ ଲିପୁନ ସାହୁଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଖାଲି ଏତିକି ନୁହେଁ ଲିପୁନଙ୍କ ମା’ଙ୍କୁ ମଧ୍ୟ ପୁଲିସ ଖୋଜୁଥିବା ସୂଚନା ମିଳିଛି । ପୁଲିସ ସୂଚନା ମୁତାବକ, ୨୦୧୬ରେ ନିକିତା କଟକ ଗୋପାଳପୁରର ବାସିନ୍ଦା ଅଭିନେତା ଲିପୁନ ସାହୁଙ୍କୁ ବିବାହ କରିଥିଲେ । ନିକିତାଙ୍କ ୪ମାସର ଏକ ଶିଶୁ ପୁତ୍ର ଅଛି । ବିବାହ ପରେ ସବୁବେଳେ ନିକିତା ମହାନଦୀବିହାର ସ୍ଥିତ ତାଙ୍କ ବାପାଙ୍କ ଘରେ ରହୁଥିଲେ । ସେଠାକୁ ଲିପୁନ ସୁବୁଦିନ ଯିବାଆସିବା କରନ୍ତି ।

ହେଲେ ଗତ ଶନିବାର ରାତିରେ ନିକିତା ମହାନଦୀ ବିହାରରେ ତାଙ୍କ ବାପା, ମା’ ଓ ସ୍ୱାମୀଙ୍କ ସହ ଥିଲେ । ହେଲେ ହଠାତ୍ ଏମିତି କ’ଣ ଘଟିଲା ଯେ, ଛାତରୁ ଖସି ପଡ଼ିଥିଲେ ନିକିତା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମହାନଦୀ ବିହାର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ କଟକ ବଡ଼ ମେଡ଼ିକାଲ ଓ ତା’ପରେ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ନିକିତାଙ୍କ ପ୍ରକୃତ ନାମ ‘ଲକ୍ଷ୍ମୀପ୍ରିୟା’ ଅଟେ, ସେ ଟେଲି ସିରିଏଲ ‘ଏସିପି ନିକିତା’ରେ ନିକିତା ନାଁରେ ଜଣାଶୁଣା ଥିଲେ ।

Share this story