ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ମାଆଙ୍କ ନିଧନ; ପ୍ରଶଂସକ ଜଣାଇଲେ ସମବେଦନା

akshya kumar

ଓଡ଼ିଆ ଗସିପ୍ ବ୍ୟୁରୋ: ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ମାଆଙ୍କ ନିଧନ । ସେ ମୋର ମୂଳ ଥିଲେ ଏବଂ ଆଜି ମୁଁ ମୋର ଅସ୍ତିତ୍ୱର ମୂଳରେ ଏକ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛି ବୋଲି ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ଅକ୍ଷୟ ।

ମୋର ମା ଶ୍ରୀମତି ଅରୁଣା ଭାଟିଆ ଆଜି ସକାଳେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଚାଲି ଯାଇଛନ୍ତି ବୋଲି କହିଛନ୍ତି । ପରଲୋକରେ ଏବେ ବାପା ଓ ମାଆ ଶାନ୍ତିରେ ରହିବ ବୋଲି ପ୍ରାର୍ଥନା କରିଛନ୍ତି ଅକ୍ଷୟ ।


ସେପଟେ ଅକ୍ଷୟଙ୍କ ମାତୃ ନିଧନ ଖବର ଜଣାପଡ଼ିବା ପରେ ପ୍ରଶଂସକ ସମବେଦନା ଜଣାଇଛନ୍ତି । ଅକ୍ଷୟ ସେହି ସବୁ ପ୍ରଶଂସକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଯେଉଁମାନେ ଏହି ଦୁଃଖର ଘଡ଼ିରେ ତାଙ୍କର ଓ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Share this story