ଶେହନାଜଙ୍କୁ ମିଳିଲା ନୂଆ ପ୍ରେମ, କୋହଲିଙ୍କ ଟିମ୍‌ର ଏହି ଖେଳାଳିଙ୍କୁ ଡେଟ୍‌ କରୁଛନ୍ତି ଅଭିନେତ୍ରୀ!

Shehnaaz has found new love the actress is dating this player from Kohlis team

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି): ବିଗ୍‌ ବସ୍‌ ଫେମ ଅଭିନେତ୍ରୀ ଶେହନାଜ ଗିଲ୍‌ ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ଶେହନାଜ ଜୀବନରେ କେହି ଆସିନଥିଲେ, କିନ୍ତୁ ବର୍ତ୍ତମାନ ଲାଗୁଛି ଯେପରି ତାଙ୍କୁ ତାଙ୍କର ନୂଆ ଭଲପାଇବା ମିଳିଯାଇଛି। ଏଥର ଶେହନାଜଙ୍କ  ନାମ କ୍ରିକେଟ ଦୁନିଆ ସହ ଯୋଡ଼ା ଯାଉଛି।

KKR ଏବଂ RCB ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଦେଖିବାକୁ ପହଞ୍ଚିଥିବା ଶେହନାଜ, ବିରାଟ କୋହଲିଙ୍କ ଦଳ RCBକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ହିଁ ତାଙ୍କ ଆଫେୟାରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ଏବଂ ତାଙ୍କ ନାମ RCB ର ଜଣେ ଖେଳାଳିଙ୍କ ସହ ଯୋଡ଼ା ଯାଉଛି। 

କେମିତି ଆରମ୍ଭ ହେଲା ଏହି ଚର୍ଚ୍ଚା?

ଗତ ମେ ୧୩ ତାରିଖରେ RCB ଏବଂ KKR ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଶେହନାଜ ଗିଲ୍‌ଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। ସେଠାରେ ସେ RCBକୁ ଚିୟର୍‌ କରୁଥିବାର ଅନେକ ଭିଡିଓ ଭାଇରାଲ ହେଉଛି। ଶେହନାଜ ନିଜେ ମଧ୍ୟ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର୍‌ କରିଛନ୍ତି।

ଅଧିକ ପଢ଼ନ୍ତୁ : ଅଭିନେତାଙ୍କ ସହ ଏହି ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଫଟୋ ହୋଇଥିଲା ଲିକ୍‌, ବିବାହିତ ଷ୍ଟାର୍‌ଙ୍କ ପ୍ରେମରେ ହେଉଥିଲେ ଉବୁଟୁବୁ 

ଏହି ଭିଡିଓଗୁଡ଼ିକ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଶେହନାଜଙ୍କ ନାମ RCBର ତାରକା ବ୍ୟାଟର ଦେବଦତ୍ତ ପାଡିକ୍କଲ (Devdutt Padikkal)ଙ୍କ ସହ ଯୋଡ଼ା ଯାଉଛି।  ଅନେକ ଲୋକ ଅନୁମାନ କରୁଛନ୍ତି ଯେ ଶେହନାଜ RCB ଖେଳାଳିଙ୍କୁ ଡେଟ୍‌ କରୁଛନ୍ତି, ସେଥିପାଇଁ ସେ ଏହି ଦଳକୁ ସପୋର୍ଟ କରିବାକୁ ପହଞ୍ଚିଛନ୍ତି। 

ପ୍ରଶଂସକଙ୍କ ପ୍ରତିକ୍ରିୟା:

ତେବେ ଶେହନାଜ ଏବଂ ଦେବଦତ୍ତ ପାଡିକ୍କଲଙ୍କ ଡେଟିଂ ଖବରରେ କୌଣସି ସତ୍ୟତା ଥିବା ପରି ମନେହେଉ ନାହିଁ। ଶେହନାଜଙ୍କ ପ୍ରଶଂସକମାନେ ଏହାକୁ କେବଳ ଏକ ଗୁଜବ ବୋଲି କହି ତାଙ୍କୁ ସମର୍ଥନ କରୁଛନ୍ତି। ପ୍ରଶଂସକଙ୍କ କହିବା କଥା ହେଉଛି: ଅଭିନେତ୍ରୀ କେବଳ ଟିମକୁ ସପୋର୍ଟ କରିବାକୁ ଯାଇଥିଲେ। ପ୍ରତିଥର କୌଣସି ସେଲିବ୍ରିଟି ମ୍ୟାଚ ଦେଖିବାକୁ ଗଲେ ତାଙ୍କ ନାମ କୌଣସି ଖେଳାଳିଙ୍କ ସହ ଯୋଡ଼ିବା ଭୁଲ। ଶେହନାଜ କେବଳ RCBର ଜଣେ ପ୍ରଶଂସକ ହୋଇପାରନ୍ତି, ଏହାର ଅର୍ଥ ନୁହେଁ ଯେ ସେ ଦେବଦତ୍ତ ପାଡିକ୍କଲଙ୍କୁ ଡେଟ୍‌ କରୁଛନ୍ତି। ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିଷୟରେ ଶେହନାଜଙ୍କ ପକ୍ଷରୁ କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ।

Share this story