ବଲିଉଡ୍ ର ବ୍ୟାଡ ବୟଙ୍କ ଭିତିରି କଥା; ଏହି ନିର୍ଦ୍ଦେଶକଙ୍କ ବିରୋଧରେ ଆସିଲା ଯୌନ ଶୋଷଣ ଅଭିଯୋଗ…

ବଲିଉଡ୍ ର ବ୍ୟାଡ ବୟଙ୍କ ଭିତିରି କଥା; ଏହି ନିର୍ଦ୍ଦେଶକଙ୍କ ବିରୋଧରେ ଆସିଲା ଯୌନ ଶୋଷଣ ଅଭିଯୋଗ…
ବଲିଉଡ୍ ର ବ୍ୟାଡ ବୟଙ୍କ ଭିତିରି କଥା; ଏହି ନିର୍ଦ୍ଦେଶକଙ୍କ ବିରୋଧରେ ଆସିଲା ଯୌନ ଶୋଷଣ ଅଭିଯୋଗ…

ଓଡ଼ିଆ ଗସିପ୍ ବ୍ୟୁରୋ: ମିଡିଆରୁ ସୁଶାନ୍ତ ମୃତ୍ୟୁ ମିଷ୍ଚ୍ରୀର ରହସ୍ୟ ଉନ୍ମୋଚନ ହୋଇନି ପୁଣି ଫେରିଲାଣି ମି-ଠୁ କ୍ୟାମ୍ପେନ ଝଡ଼ । ଏହି ଝଡ଼ରେ ଏବେ ଭାସିଯିବାକୁ ବସିଲେଣି ସିନେମା ବ୍ୟକ୍ତିତ୍ୱ ଅନୁରାଗ କାଶ୍ୟପ । ବି-ଟାଉନ ପାଇଁ ସତେ ଯେମିତି ବିବାଦ ଶବ୍ଦଟି 2020 ପାଇଁ ଯୋଡ଼ା ହୋଇସାରିଛି । କଙ୍ଗନା ଉପାଖ୍ୟାନର ଅନ୍ତ ଘଟି ନ ଥିବା ବେଳେ,  ନୂଆ ନାୟିକା ପାୟଲ ଘୋଷ ଆଣିଛନ୍ତି ଏକ ସଙ୍ଗିନ ଅଭିଯୋଗ । ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି ସେ ।  ଅନୁରାଗ କୁଆଡ଼େ ତାଙ୍କୁ ଅସଦାଚରଣ କରିଛନ୍ତି ବୋଲି ମିଡିଆ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ପାୟଲ। ପାୟଲ କହିଛନ୍ତି ଯେ ‘ମୁଁ ମୋର ମ୍ୟାନେଜରଙ୍କ ସହ ପ୍ରଥମେ ଅନୁରାଗ କାଶ୍ୟପଙ୍କୁ ଭେଟିଥିଲି। ତା’ପରେ ତାଙ୍କ ଘରକୁ ଯାଇ ସାକ୍ଷାତ କରିଥିଲି। ସେ ମୋ ସହିତ ପ୍ରଥମେ ବହୁତ ଭଲ ବ୍ୟବହାର କରିଥିଲେ । ତାଙ୍କ ବ୍ୟବହାରରେ ମୁଁ ବହୁତ ଖୁସି ହୋଇଥିଲି। ତେବେ ପରଦିନ ଯେତେବେଳେ ସେ ତାଙ୍କ ଘରକୁ ଡାକିଲେ, ତାଙ୍କ ବ୍ୟବହାର ବଦଳି ଯାଇଥିଲା, ସେ ମୋ ସହିତ ଖରାପ ଆଚରଣ ପ୍ରଦର୍ଶନ କରିଥିଲେ। ମୁଁ ସେହି ବିଷୟରେ ମିଡିଆରେ କହିଛି। 

କେବଳ ସେତିକି ନୁହେଁ ଏନେଇ ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଗୁହାରି କରିଛନ୍ତି ।

ଏହି ପୂରା ମାମଲା ଉପରେ ପ୍ରତିକ୍ରିୟା ରଖିଛନ୍ତି ଅନୁରାଗ କାଶ୍ୟପ  ।   ପାୟଲଙ୍କ ଅଭିଯୋଗକୁ ଭିତିହିନ କହିବା ସହ, ତାଙ୍କୁ ଚୁପ୍ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି । ଏହା ସହ ଅଭିନେତ୍ରୀ ନିଜର ସମ୍ମାନ ରକ୍ଷା କରନ୍ତୁ ବୋଲି କହିଛନ୍ତି ଅନୁରାଗ କାଶ୍ୟପ ।  ମୁଁ ନା ଏହିପରି ଆଚରଣ କରେ ନା ମୁଁ ଏହିପରି ଆଚରଣକୁ ବରଦାସ୍ତ କରେ ନାହିଁ ବୋଲି ଅନୁରାଗ କହିଛନ୍ତି ।

ଏପରିକି ସେ ଲେଖିଛନ୍ତି ଯେ, ‘ କ’ଣ ହେଲା, ମୋତେ ଚୁପ୍ କରିବାକୁ ପ୍ରୟାସ କରିବାରେ ଏତେ ସମୟ ଲାଗିଲା। ଆସ, କେହି ନୁହେଁ । ମୋତେ ଚୁପ୍ କରିବା ପାଇଁ ସେ ଏତେ ମିଛ କହିଲ ଯେ ଜଣେ ମହିଳା ଭାବେ ଅନ୍ୟ ମହିଳାମାନଙ୍କୁ ଏହା ମଧ୍ୟକୁ ଟାଣି ଆଣିଲ। ଟିକେ ମର୍ଯ୍ୟାଦା ରକ୍ଷା କରନ୍ତୁ, ମ୍ୟାଡାମ୍ । କେବଳ କୁହ ଯେ ତୁମର ସମସ୍ତ ଅଭିଯୋଗ ଭିତ୍ତିହୀନ।

Share this story