ସତ ହେଲା ଗୁଜବ: ଆଜି ସବ୍ୟସଚୀ, ଅର୍ଚ୍ଚିତାଙ୍କ ବାହାଘର
ଓଡ଼ିଆ ଗସିପ୍ ବ୍ୟୁରୋ: ପରଦାରେ ଅନେକ ଥର ବର ସାଜିଛନ୍ତି ସବ୍ୟସାଚୀ । ସବ୍ୟଙ୍କ ବଧୂ ବି ସାଜିଛନ୍ତି ଓଲିଉଡର ଅନ୍ୟତମ ସଫଳ ନାୟିକା ଅର୍ଚ୍ଚିତା ସାହୁ । ଏବେ ପରଦାର ବର-କନ୍ୟା କିନ୍ତୁ ବାସ୍ତବ ଜୀବନରେ ଦୁହେଁ ଦୁହିଁଙ୍କ ପାଇଁ ସାତଜନ୍ମର ସାଥି ହେବାକୁ ଯାଉଛନ୍ତି ।
ନିଜ ବିବାହକୁ ନେଇ ଦୁଇ ଦୁଇଟି ପୋଷ୍ଟ କରି ସବ୍ୟ ଏକଥା ନିଜେ ଜଣାଇବା ସହ ଶୁଭେଚ୍ଛୁଙ୍କ ଶୁଭକାମନା ଓ ଆର୍ଶୀବାଦ କାମନା କରିଛନ୍ତି । ଏହି ଖୁସି ଖବରକୁ ନେଇ ସବ୍ୟର୍ଚ୍ଚିତାଙ୍କ ପ୍ରଶଂସକ ବେସ୍ ଖୁସି ବ୍ୟକ୍ତ କରିଛନ୍ତି ।
ସୁଖ ଓ ଦୁଃଖ ର ନାମ ଜୀବନ।ଅନେକ ଥର ଲାଗେ, ସବୁକିଛି ସରିଗଲା।ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ।ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଲିପାରିଲା।ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ।
— SABYASACHI MISHRA 🇮🇳 (@sabyaactor) February 28, 2021
ଆସନ୍ତାକାଲି ଆମର ବାହାଘର।ଆମପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ🙏 - ସବ୍ୟଅର୍ଚ୍ଚିତା#Sabyarchita pic.twitter.com/tuSFR8ZAnV
ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡର ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଆଜି ଏନେଇ ନିଜ ସବ୍ୟସାଚୀ ନିଜ ବାହାଘରକୁ ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଶୁଭେଚ୍ଛୁ ଏବଂ ପ୍ରଶଂସକଙ୍କୁ ନିଜ ପରିବାର କହିବା ସହ ଆଗାମୀ ବୈବାହିକ ଜୀବନ ପାଇଁ ଆର୍ଶୀବାଦ କାମନା କରିଛନ୍ତି। ଏହା ସହ ଗତ କିଛି ଦିନ ଧରେ ସାମାଜିକ ଗଣମାଧ୍ୟମରେ ଓଲିଉଡର ଏହି ଯୋଡ଼ିକୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଥିଲା ତାହା ସତ ସାବ୍ୟସ୍ତ ହେବାକୁ ଯାଉଛି ।
ଓଲିଉଡର ଏହି ଦୁଉ ଯୋଡ଼ି ଅନେକ ସଫଳ କାହାଣୀ ଦର୍ଶକଙ୍କୁ ଭେଟିଦେଇଛନ୍ତି । ବ୍ୟବସାୟୀକ ଦୃଷ୍ଟିକୋଣରୁ ମଧ୍ୟ ସବ୍ୟ-ଅର୍ଚ୍ଚିତାଙ୍କ ଯୋଡ଼ିର ଫିଲ୍ମ ସଫଳ ହୋଇଛି ।