ଓଡ଼ିଆ ଚଳଚ୍ଚିତ୍ର “ଆFAA” ର ପୋଷ୍ଟର ଓ ଅଡିଓ ଉନ୍ମୋଚନ, ମାର୍ଚ୍ଚ ୨୭ରେ ମୁକ୍ତିଲାଭ କରିବ ଏହି ମୁଭି...
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ମନୋରଞ୍ଜନ ପ୍ରତିନିଧି): ଓଡ଼ିଆ ଚଳଚ୍ଚିତ୍ର “ଆFAA” ର ପୋଷ୍ଟର ଓ ଅଡିଓ ଉନ୍ମୋଚନ ଆଜି ଭୁବନେଶ୍ୱର ପ୍ରେସ୍ କ୍ଲବରେ ଆୟୋଜିତ ହୋଇଛି । ଏହି ଚଳଚ୍ଚିତ୍ର ଆସନ୍ତା ମାର୍ଚ୍ଚ ୨୭ରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ଘୋଷଣା କରିଥିଲା । Mystic Claw ClapSS ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି ଓଡ଼ିଆ ପରିବାର, ସଂସ୍କୃତି ଓ ମୂଲ୍ୟବୋଧକୁ ଆଧାର କରି ନିର୍ମିତ ଏକ ସ୍ପର୍ଶକାତ୍ମକ କାହାଣୀ । ଚଳଚ୍ଚିତ୍ରଟିରେ ଅଙ୍ଗଦାନର ମହତ୍ତ୍ୱ ଓ ସାମାଜିକ ସନ୍ଦେଶକୁ ଉଜାଗର କରାଯାଇଛି, ଯାହା ଦର୍ଶକଙ୍କ ମନକୁ ସ୍ପର୍ଶ କରିବା ସହ ସମାଜକୁ ଏକ ସକକାରାତ୍ମକ ସନ୍ଦେଶ ଦେବାକୁ ଉଦ୍ଦିଷ୍ଟ ।
ଏହି ଅବସରରେ ଚଳଚ୍ଚିତ୍ରର ଅଭିନେତା-ଅଭିନେତ୍ରୀ ଓ ଟିମ୍ ସଦସ୍ୟମାନଙ୍କ ସହିତ, ଆFAA ର ପାର୍ଟନରମାନେ, ରୋଟାରୀ କ୍ଲବ ଭୁବନେଶ୍ୱର ନୀଳାଦ୍ରିର ରୋଟାରିଆନ, ଅଂଶୁ ତ୍ରିପାଠୀ, ସୁଶାନ୍ତ ତ୍ରିପାଠୀ, ଆଶୁତୋଷ ରଥ, ସିଦ୍ଧାର୍ଥ ସେନ୍, ପ୍ରଣବ କୁମାର ଆଚାର୍ଯ୍ୟ, ନିହାର ରଣଜନ ପରିଡା, ପ୍ରଣୟ ଜେଠୀ, ଡକ୍ଟର ସୀତାକଣ୍ଠ ଦାସ, ଶ୍ରୀମନ୍ତ କୁମାର ମିଶ୍ର, ରାଜେଶ ଗୁପ୍ତା ଏବଂ ଅନ୍ୟାନ୍ୟ ଆମନ୍ତ୍ରିତ ଅତିଥିମାନେ ଉପସ୍ଥିତ ଥିଲେ ।
ଚଳଚ୍ଚିତ୍ରଟିରେ ବରିଷ୍ଠ ଅଭିନେତା ଓ ସଂଳାପ ଲେଖକ କୁନା ତ୍ରିପାଠୀଙ୍କ ସହିତ ପ୍ରୀତିରାଜ ସତପଥୀ, ନୈନା ଦାଶ ତିୱାରୀ, ହର ରଥ, ସିଦ୍ଧାର୍ଥ ତିୱାରୀ, ମୀରା ଝଞ୍ଜା ଦାସ, ସ୍ୱସ୍ତିକ ଚୌଧୁରୀ, ରବି ମିଶ୍ର, ଧରିତ୍ରୀ ଖଣ୍ଡୁଆଳ, ରାକେଶ କୁମାର ବାରିକ, ଶ୍ରିୟା, ଶ୍ରାବଣୀ ଓ ମିଭାନ୍ ସିଦ୍ଧାର୍ଥ ତିୱାରୀ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅନମୋଲ ପତି ପ୍ରଥମଥର ପାଇଁ ମୁଖ୍ୟ ଭୂମିକାରେ ପରିଚୟ ହେଉଛନ୍ତି ।
ଚଳଚ୍ଚିତ୍ରଟିର ପ୍ରଯୋଜନା କରିଛନ୍ତି ପ୍ରୀତିରାଜ ସତପଥୀ ଓ ନୈନା ଦାଶ ତିୱାରୀ, ସହ ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ତିୱାରୀ । ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତିରାଜ ସତପଥୀ, ସହ ନିର୍ଦ୍ଦେଶନାରେ ଅଛନ୍ତି ରାଜେଶ କୁମାର ବାରିକ ଓ କ୍ରିଷ୍ଣା । ଚଳଚ୍ଚିତ୍ରର Creative Directors ହେଲେ ନୈନା ଦାଶ ତିୱାରୀ ଓ ସିଦ୍ଧାର୍ଥ ତିୱାରୀ ଏବଂ ସିନେମାଟୋଗ୍ରାଫି କରିଛନ୍ତି ବିଶ୍ୱଜିତ୍ କୁଲଡି । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ପ୍ରେମ ଆନନ୍ଦ । ଗୀତଗୁଡ଼ିକୁ କଣ୍ଠଦାନ କରିଛନ୍ତି ଦୀପ୍ତିରେଖା, ଶଶାଙ୍କ ଶେଖର, ବିଶ୍ୱଜିତ୍ ମହାପାତ୍ର, ଅନନ୍ୟା ଶ୍ରୀତମ ନନ୍ଦା, ଶୁଭେଚ୍ଛା ଓ କୁଲଦୀପ ପଟ୍ଟନାୟକ । ବାପୁ ଗୋସ୍ୱାମୀ ଓ ଦିବ୍ୟ କୁମାର ସାହୁ ଗୀତଗୁଡ଼ିକ ରଚନା କରିଛନ୍ତି l
ଏହି ଉତ୍ସବରେ ଶେହଜାଦ୍ ଅଲ୍ଲୀ, ଶବାବ୍ ସାବ୍ରି, ଏଜାଜ୍ ଖାନ୍ ଏବଂ ଉର୍ଫି ଜାଭେଦ୍ଙ୍କ ସମେତ ଲୋକପ୍ରିୟ ବଲିଉଡ ଏବଂ ଓଲିଉଡ କଳାକାର ଶୁଭାଶିଷ ଶର୍ମା (ମଣ୍ଟୁ), ସୂର୍ଯ୍ୟମୟୀ ମହାପାତ୍ର, ପ୍ରିୟଙ୍କା, ଋଷି ପଟ୍ଟନାୟକଙ୍କ ଦ୍ୱାରା ଲାଇଭ୍ ପ୍ରଦର୍ଶନ ମଧ୍ୟ ରହିବ । ଡିଜେ ଆୟୁଷ ନିଜ ସଙ୍ଗୀତ ସହିତ ସନ୍ଧ୍ୟାକୁ ଅଧିକ ଉତ୍ସାହଜନକ କରିବେ । ପ୍ରାୟ ୨୦୦୦ ଅଂଶଗ୍ରହଣକାରୀ ଏବଂ ଅନେକ ଜଣାଶୁଣା ଶିଳ୍ପପତି ଏବଂ ଅତିଥି ଯୋଗଦେବେ ବୋଲି ଆଶା କରାଯାଉଛି ।
ଏହି କାର୍ଯ୍ୟକ୍ରମ ପାଇଁ ଟିକେଟ୍ 'ବୁକ ମାଇଁ ସୋ'ରେ ଉପଲବ୍ଧ । ହର୍ବାଲ ହୋଲି ୨୦୨୬ କେବଳ ଏକ ପର୍ବ ନୁହେଁ - ଏହା ଏକ ଆନ୍ଦୋଳନ ଯାହା ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ, ସଂସ୍କୃତି ଏବଂ ଏକ ସବୁଜ ପରିବେଶକୁ ପ୍ରୋତ୍ସାହିତ କରିବାର ଲକ୍ଷ ରଖିଥାଏ ବୋଲି ଏହାର ଆୟୋଜକ ଟିମ କହିଛି ।

