ବାହା ହେଲେ ଓଡ଼ିଆ ଜଗତର ଚୁଲ୍‌ବୁଲି ଅଭିନେତ୍ରୀ ଲିପ୍‌‌ସା ମିଶ୍ର, ଜାଣନ୍ତୁ କିଏ ସେହି ଉଦ୍ୟୋଗପତି ପୁଅ...

Ollywood actress Lipsa Mishra married to businessman

ଓଡ଼ିଆ ଗସିପ ବ୍ୟୁରୋ: ବାଜିଲା ଲିପ୍‌‌ସାଙ୍କ ସାହାନାଇ । ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଓ ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ ଟିଭି ଓ ସିନେମା ଅଭିନେତ୍ରୀ ଲିପ୍‌‌ସା ମିଶ୍ର ।

ଆକାଶ ଆଚାର୍ଯ୍ୟଙ୍କୁ ସେ ବିବାହ କରିଛନ୍ତି । ଭୁବନେଶ୍ୱରର ଏକ ହୋଟେଲରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ଆକାଶ ହେଉଛନ୍ତି ଜଣେ ମେକାନିକାଲ୍‌‌ ଇଞ୍ଜିନିୟର ଓ ମାର୍କେଟିଂରେ ସେ ଏମ୍‌‌ବିଏ ପାଠ ପଢ଼଼ିଛନ୍ତି । ବର୍ତ୍ତମାନ ସେ ନିଜ ପରିବାରର ବ୍ୟବସାୟ ଦେଖାଶୁଣା କରୁଛନ୍ତି ।

ଓଡ଼ିଆ ସିନେମା ଓ ଟେଲିଭିଜନ ଶିଳ୍ପରେ ନୂଆ ଧାରା ସୃଷ୍ଟି କରିବା ନେଇ ଲିପ୍‌‌ସା ପରିଚିତ । ୨୦୧୫ ମସିହାରେ ଚଳଚ୍ଚିତ୍ର ‘ମାୟା’ ଜରିଆରେ ଡେବ୍ୟୁ କରିଥିଲେ ଲିପ୍‌‌ସା ।

ଏହାପରେ ୨୦୧୬ରେ ‘ଅଦୃଶ୍ୟମ୍‌‌’, ୨୦୨୨ରେ ‘ତୃଷ୍ଣା’, ‘ପିଲାଟା ବିଗିଡ଼ିଗଲା’, ‘ରଙ୍ଗିଲା ବୋହୂ’, ୪ ଇଡିଅଟ୍‌‌’, ‘ଟୋକାଟା ଫସିଗଲା’ ଆଦି ଚଳଚ୍ଚିତ୍ରରେ ଲିପ୍ସାଙ୍କୁ ଦେଖିବାକୁ ମିଳିଥିଲା ।

ବିବାହ ପୂର୍ବରୁ ଲିପ୍ସା ନିଜର ଭାବି ସ୍ୱାମୀଙ୍କ ସହ ଏକ ରୋମାଣ୍ଟିକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଗୀତଟି ଯେଉଁଭଳି ଆକର୍ଷଣୀୟ ହୋଇଥିଲା, ସେହିପରି ସୃତିମଧୁର ।

ମନଲୋଭା ଲୋକେସନରେ ନିଜ ଭାବି ସ୍ୱାମୀଙ୍କ ସହ ଏହି ରୋମାଣ୍ଟିକ ଗୀତର ସୁଟ କରିଥିଲେ ଲିପ୍ସା । ତେବେ ସମ୍ପୂର୍ଣ୍ଣ ଗୀତଟି ରିଲିଜ ନହୋଇଥିଲେ ବି ଏହି ଗୀତର ଏକ ଛୋଟିଆ ଟିଜର ରିଲିଜ ହୋଇଛି ।

ଏହି ଭିଡିଓରେ ଲିପ୍ସାଙ୍କ ସହ ନଜର ଆସିଛନ୍ତି ତାଙ୍କ ଭାବି ସ୍ୱାମୀ ଆକାଶ ଆଚାର୍ଯ୍ୟ । ଭିଡିଓଟି ଲିପ୍ସା ଓ ଆକାଶଙ୍କ ପ୍ରି ୱେଡିଂ ଭିଡିଓ ବୋଲି ଜଣାପଡିଛି । ଦୁହେଁ ନିକଟରେ ପରସ୍ପର ସହ ମୁଦି ବଦଳାଇ ଥିଲେ । ଲିପ୍ସା ମିଶ୍ର ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଷ୍ଠିତ ନାୟିକା । ନିକଟରେ ଚଳଚ୍ଚିତ୍ର ରଙ୍ଗିଲା ବୋହୂ ପାଇଁ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ହାତେଇଛନ୍ତି ।

Share this story