ଓସ୍କାର ଦୌଡ଼ରେ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’
ଓଡ଼ିଆ ଗସିପ୍ ବ୍ୟୁରୋ: ସମ୍ମାନଜନକ ଓସ୍କାର ଦୌଡ଼ରେ ଓଡ଼ିଆ ଫିଲ୍ମ ‘କାଲିର ଆତୀତ’ । ଓଲିଉଡ୍ ଓ ବଲିଉଡ୍ ର ନାଁ କରା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବିଭିନ୍ନ ବର୍ଗରେ ନୋମିନେଟ୍ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ନିଜେ ନୀଳମାଧବ ପଣ୍ଡା ।
ସାମାଜିକ ଗଣମାଧ୍ୟମରେ ଏହି ଖବର ନୀଳମାଧବ ଦେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଏକ ଖୁସିର ମୁହୁର୍ତ୍ତ ବୋଲି କହିଛନ୍ତି ସୁଦର୍ଶନ ପଟ୍ଟନାୟକ ।
In a year full of challenges, feel extremely happy to announce #KaliraAtita has made its entry into the Oscar race in general entry category 4 best picture, Best Actor, Best Director & many other categories. It's being made available for academy screening, Grateful to everyone 🙏 pic.twitter.com/r5U5taf36p
— Nila Madhab PANDA ନୀଳମାଧବ ପଣ୍ଡା (@nilamadhabpanda) February 19, 2021
ସୂଚନା ଥାଉ କି, ଫିଲ୍ମଟି ଫିଲ୍ମ ‘କାଲିର ଅତୀତ’ ଜେନେରାଲ କାଟାଗୋରୀର ୪ଟି ଭାଗରେ ସ୍ଥାନ ପାଇଛି । ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବର୍ଗରେ ମନୋନୀତ କରାଯାଇଛି ।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଓସ୍କାର ସ୍କ୍ରିନିଂ କରାଯିବ । କେନ୍ଦ୍ରାପଡ଼ାର ସାତଭାୟାର ୭ଟି ଗାଁର ସତ୍ୟ କଥା ଉପରେ ଆଧାରିତ ଏହି ଫିଲ୍ମ ଏବେ ଓସ୍କାର ରେସ୍ରେ ।
