ମହଙ୍ଗା ପଡିଲା ପାର୍ଟି, ଏଥିପାଇଁ ସିଲ୍ ହେଲା କରୀନା କପୁର ଖାନ୍ ଙ୍କ ବଙ୍ଗଲୋ
ଓଡ଼ିଆ ଗସିପ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଯାହା ପରେ ବିଏମସି କରୀନା କପୁରଙ୍କ ଘରକୁ ସିଲ୍ କରିଦେଇଛି । ଏ ନେଇ ବିଏମସି ଏକ ବିବୃତ୍ତି ଜାରି କରି ସୂଚନା ଦେଇଛି ।
ବିଏମସି କମିଶନର ସୁରେଶ କାକାନୀଙ୍କ କହିବା ଅନୁସାରେ, କରୀନା ବର୍ତ୍ତମାନ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ୧୫-୨୦ ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ସେ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଛି, ଯାହାର ରିପୋର୍ଟ ଆସନ୍ତାକାଲି ଆସିବ ।
କରୀନାଙ୍କ ସହ ଓ ଅମୃତା ଅରୋରା ବି କରୋନାରେ ଆକ୍ରାନ୍ତ ହେବା ପରେ ସେମାନଙ୍କର ଘରକୁ ସିଲ୍ କରିଦିଆଯାଇଛି । ବିଏମସିର ଦୁଇଟି ଟିମକୁ ପ୍ରତି ଗୋଟିଏ ୱାର୍ଡରେ ନିୟୋଜିତ କରାଯାଇଛି, ଯଦ୍ଦ୍ୱାରା କୋଭିଡ୍ ନିୟମ ଠିକ୍ ଭାବେ ପାଳନ ହେଉଛି ନା ନାହିଁ, ଜଣା ପଡ଼ିବ । ଯେଉଁମାନେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି ।
ଏହାସହ କରୀନାଙ୍କ ଟ୍ରାଭେଲ୍ ହିଷ୍ଟ୍ରୀ ଯାଞ୍ଚ କରାଯାଇଛି । ଭାରିଏଣ୍ଟକୁ ଜାଣିବା ପାଇଁ ତାଙ୍କ ସାମ୍ପଲକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଇ ଦିଆଯାଇଛି ।
କରୀନା ଓ ଅମୃତା ଦୁହେଁ ଘନିଷ୍ଠ ବନ୍ଧୁ । ଦୁହେଁ ନିକଟରେ କରଣ ଜୋହରଙ୍କ ପାର୍ଟିରେ ସାମିଲ ହୋଇଥିଲେ । ଏହାସହ ଦୁଇ ଅଭିନେତ୍ରୀ କରୋନା ନିୟମର ଉଲ୍ଲଙ୍ଘନ କରି ଅନେକ ପାର୍ଟିରେ ଯୋଗ ଦେଇଥିଲେ । ଯେଉଁ କାରଣରୁ ଦୁଇ ଅଭିନେତ୍ରୀ ସୁପର୍ ସ୍ପ୍ରେଡର୍ ହେବାର ସମ୍ଭାବନା ରହିଛି । ହେଲେ ଏପର୍ଯ୍ୟନ୍ତ ଦୁହିଁଙ୍କ ତରଫରୁ ଏହାକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ ।