ଭଉଣୀଙ୍କ ସନ୍ଦେହଜନକ ମୃତ୍ୟୁରେ ଅଭିନେତ୍ରୀ ମର୍ମାହତ, ଫୋଟ ସେୟାର କରି କହିଲେ 'ତୁ ମୋ ପାଇଁ କ’ଣ ନଥିଲୁ, ମୁଁ କଦାପି...'

ଓଡ଼ିଆ ଗସିପ୍ ବ୍ୟୁରୋ: ମରାଠୀ ସିନେମାର ଜଣାଶୁଣା ଅଭିନେତ୍ରୀ ଭାଗ୍ୟଶ୍ରୀ ମୋଟେ (Bhagyashree Mote) । ସେ ତାଙ୍କ ସୁପରହିଟ୍ ଫିଲ୍ମ ପାଇଁ ଅଧିକାଂଶ ସମୟରେ ଲାଇମ ଲାଇଟରେ ରୁହନ୍ତି । ଫ୍ୟାନ୍ସ ଫଲୋଇଲିଂ ମଧ୍ୟ ଭାଗ୍ୟଶ୍ରୀଙ୍କର କିଛି କମ୍ ନାହାଁନ୍ତି । ଭାଗ୍ୟଶ୍ରୀ ମୋଟେଙ୍କ ଭଉଣୀ ମଧୁ ମାର୍କାଣ୍ତୟଙ୍କର ମୃତ୍ୟୁ ଘଟିଛି ।
ଏହି ଖବର ଶୁଣି ଭାଗ୍ୟଶ୍ରୀ ଭାଙ୍ଗି ପଡିଛନ୍ତି । ତେବେ, ସବୁଠାରୁ ବଡ କଥା ହେଲା, କି ତାଙ୍କ ଭଉଣୀର ମୃତଦେହ ଉଦ୍ଧାର କରିଛି ପୋଲିସ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟାଦାଗ ରହିଛି । ଏହା ହତ୍ୟା ନା ଆତ୍ମହତ୍ୟା ଏ-ପର୍ଯ୍ୟନ୍ତ ସ୍ପଷ୍ଚ ହୋଇନି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାଗ୍ୟଶ୍ରୀଙ୍କ ଭଉଣୀ ମଧୁଙ୍କର ମୃତଦେହ ମହାରାଷ୍ଟ୍ରର ପିମ୍ପରି ଚିଞ୍ଚୱାଡା ରୁ ମିଳିଛି । ମଧୁଙ୍କ ମୃତ୍ୟୁ ସନ୍ଦେହ ଜନକ ବୋଲି ପୋଲିସ କହୁଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ତେବେ, ମଧୁଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କାହିଁକିନା ମଧୁଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟା ଦାଗ ରହିଛି । ଏହା ସହ ମୁହଁରେ ମଧ୍ୟ କଟା ଦାଗ ଥିବା ଦେଖିବାକୁ ମିଳିଛି ।
ଆହୁରି ପଢ଼ନ୍ତୁ : ୨୦୨୪ ରେ ବଡ଼ ପରିବର୍ତ୍ତନ : ଧର୍ମେନ୍ଦ୍ରଙ୍କ ଷଡଯନ୍ତ୍ରର ଶିକାର ହେବେ ଅପରାଜିତା, ଲେଖାଶ୍ରୀ ପାଇବେ ଏମପି ଟିକେଟ! ଦେଖନ୍ତୁ ଭିଡିଓ...
ଖବର ଅନୁଯାୟୀ, ମଧୁ ତାଙ୍କର କିଛି ସାଙ୍ଗଙ୍କ ସହ ଓ୍ବକର୍ଡ ଅଞ୍ଚଳରେ କେକ୍ ତିଆରି ବ୍ୟବସାୟ କରନ୍ତି । ଗତକିଛି ଦିନ ପୂର୍ବରୁ ସେ ନିଜ ସାଙ୍ଗମାନଙ୍କ ସହିତ ଏକ ଭଡାଘର ଦେଖିବାକୁ ଯାଇଥିଲେ । ସେହି ସମୟରେ ହଠାତ୍ ତାଙ୍କ ମୁଣ୍ଡ ବୁଲାଇଲେ ଏବଂ ସେ ତଳେ ପଡିଯାଇଥିଲେ ।
ପରେ ମଧୁଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ମଧୁଙ୍କ ଚିକିତ୍ସା ହୋଇପାରି ନଥିଲା। ଏହା ପରେ ତାଙ୍କୁ ତୁରନ୍ତ ଯଶୱନ୍ତରାଓ ଚାଭାନ ମେମୋରିଆଲ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମଧୁଙ୍କ ମୃତ୍ୟୁକୁ ନେଇ ଭାଙ୍ଗି ପଡିଛି ତାଙ୍କ ପରିବାର । ମଧୁଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ସନ୍ଦେହ କରୁଛନ୍ତି । ୱାକଡ ପୋଲିସ ଏ ବାବଦରେ ହଠାତ୍ ମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢ଼ନ୍ତୁ : ପ୍ରେମରେ ବିଫଳ ହେଲେ ମିଳିବ ଇନସ୍ୟୁରାନ୍ସ : ପ୍ରେମରେ ପ୍ରତାରିତ ହେବାପରେ ପ୍ରେମିକଙ୍କୁ ଇନସ୍ୟୁରାନ୍ସ ବାବଦରେ ମିଳିଲା ୨୫ ହଜାର
ଏନେଇ ଭାବ ବିହ୍ବଳ ହୋଇ ଅଭିନେତ୍ରୀ ଭାଗ୍ୟଶ୍ରୀ ଭଉଣୀ ପାଇଁ ଏକ ପୋଷ୍ଟ ଇନଷ୍ଟାଗ୍ରାମରେ କରିଛନ୍ତି । ଏବଂ ତାଙ୍କ ଭଉଣୀ ସହ ତାଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି , 'ମୋ ଭଉଣୀ ଏହି ଦୁନିଆରୁ ବିଦାୟ ନେଇଛି । ତୁ ମୋ ପାଇଁ କ’ଣ ଥିଲୁ ମୁଁ କଦାପି ଶବ୍ଦରେ ପ୍ରକାଶ କରିପାରିବି ନାହିଁ । ତୁମେ ମୋର ମାଆ, ଭଉଣୀ, ବନ୍ଧୁ, ମୋର ଆତ୍ମବିଶ୍ୱାସ ।'