ପୁଣି ବିବାହ ବନ୍ଧନରେ ବାନ୍ଧିହେବେ ମଲାଇକା, କିଏ ସେହି ଲକି ମଣିଷ ଜାଣନ୍ତୁ...

ଓଡ଼ିଆ ଗସିପ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ବଡି ଫିଟନେସ୍ ଓ ନୃତ୍ୟ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ମଲାଇକା ଗୁରୁ ରାନ୍ଧୱାଙ୍କ ମ୍ୟୁଜିକ୍ ଭିଡିଓ ‘ତେରା କି ଖୟାଲ’ରେ ନଜର ଆସିଥିଲେ ।
ଏଥିରେ ତାଙ୍କର ହଟ୍ ଓ ସେକ୍ସି ଅନ୍ଦାଜ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଏହି ମ୍ୟୁଜିକ୍ ଭିଡିଓର ପ୍ରମୋସନ ସମୟରେ ମଲାଇକା ତାଙ୍କର ବିବାହ ସମ୍ପର୍କରେ ଆଲୋଚନା କରିଥିଲେ ।
ସେ ଏବେ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କଥା କହିଛନ୍ତି । ଅନେକ ଦିନରୁ ମଲାଇକା ତାଙ୍କଠାରୁ ୧୨ ବର୍ଷ ସାନ ବଲିଉଡ୍ ଅଭିନେତା ଅର୍ଜୁନ୍ କପୁରଙ୍କୁ ଡେଟ୍ କରୁଛନ୍ତି । ତେବେ ମଲାଇକାଙ୍କ ଏହି କଥାରୁ ସେ ପୁଣି ଥରେ ବିବାହ କରିବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି ।
ମ୍ୟୁଜିକ୍ ଭିଡିଓର ପ୍ରମୋସନ ସମୟରେ ମଲାଇକା କହିଥିଲେ ଯେ, ‘ହଁ ଏବେ ଆମେ ବିବାହ ବିଷୟରେ ଚିନ୍ତା କରୁଛୁ । ଆମକୁ କିଛି ଲୋକ ସ୍ବାର୍ଥପର ଭାବୁଛନ୍ତି । କିନ୍ତୁ ଏହା ପରସ୍ପର ପ୍ରତି ଥିବା ସମର୍ପଣ ଭାବ । ମୁଁ ପ୍ରେମରେ ବିଶ୍ବାସ କରେ । ମୁଁ ଭାରତୀୟ ପରମ୍ପରାରେ ମଧ୍ୟ ବିଶ୍ବାସ ରଖେ । ମୁଁ କହିପାରିବି ନାହିଁ କେବେ ବିବାହ କରିବି ।
କାରଣ ଜୀବନରେ ବେଶୀ କିଛି ଯୋଜନା କରିବା ଠିକ୍ ନୁହେଁ । ’ ଏଠାରେ ପ୍ରକାଶ ଥାଉ କି, ମଲାଇକା ତାଙ୍କ ସ୍ବାମୀ ଅରବାଜ୍ ଖାନ୍ଙ୍କଠାରୁ ଅଲଗା ହେବା ପରେ ଅର୍ଜୁନ୍ କପୁରଙ୍କୁ ଡେଟ୍ କରୁଛନ୍ତି । ଉଭୟ ବିଦେଶରେ ଏକାଠି ଛୁଟି କାଟୁଥିବାର ଭିଡିଓ ମଧ୍ୟ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି ।