ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ: ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ ବେଳେ ଭାବପ୍ରବଣ ହେଲେ ହେମା ମାଳିନୀ

Late actor Dharmendra posthumously awarded Padma Vibhushan Hema Malini gets emotional while receiving the honour from the President

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ନୂଆଦିଲ୍ଲୀ): ୨୫ ମେ’ ୨୦୨୬ର ଦିନଟି ବଲିଉଡ ଏବଂ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପାଇଁ ଏକ ଐତିହାସିକ ତଥା ଭାବପୂର୍ଣ୍ଣ ଦିନ ସାଜିଛି । ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ହିନ୍ଦୀ ସିନେମାର ‘ହି-ମ୍ୟାନ’ କୁହାଯାଉଥିବା ଜଣାଶୁଣା ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ଭାବେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ କରାଯାଇଛି ।

କଳା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଏବଂ ଐତିହାସିକ ଅବଦାନ ପାଇଁ ଧର୍ମେନ୍ଦ୍ରଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି । ସ୍ବାମୀଙ୍କ ବଦଳରେ ଏହି ଗୌରବମୟ ପୁରସ୍କାର ଗ୍ରହଣ କରିବା ପାଇଁ ତାଙ୍କ ପତ୍ନୀ ତଥା ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନୀ ଏହି ସମାରୋହରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯେତେବେଳେ ପୁରସ୍କାର ପାଇଁ ଧର୍ମେନ୍ଦ୍ରଙ୍କ ନାମ ଘୋଷଣା କରିଥିଲେ, ସେତେବେଳେ ସାରା ହଲ କରତାଳିରେ ଗୁଞ୍ଜରିତ ହୋଇଉଠିଥିଲା ।

ଆୱାର୍ଡ ଗ୍ରହଣ କରିବା ସମୟରେ ହେମା ମାଳିନୀ ଖୁବ ଭାବପ୍ରବଣ ହୋଇପଡ଼ିଥିଲେ । ତାଙ୍କ ଚେହେରାରେ ସ୍ବାମୀଙ୍କ ଏହି ବଡ଼ ସଫଳତା ପାଇଁ ଯେତିକି ଗର୍ବ ଥିଲା, ତାଙ୍କୁ ହରାଇବାର ସେତିକି ଗଭୀର ଦୁଃଖ ଏବଂ ସ୍ମୃତି ମଧ୍ୟ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ଏହା ସହ ଧର୍ମେନ୍ଦ୍ରଙ୍କ ଝିଅ ତଥା ଅଭିନେତ୍ରୀ ଇଶା ଦେଓଲ ସମାରୋହରେ ଭାବପ୍ରବଣ ଦେଖାଯାଇଥିଲେ। ଏହି ସମ୍ମାନଜନକ ମୁହୂର୍ତ୍ତଟି ବଲିଉଡ ସହିତ ସାରା ଦେଶ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ।

Share this story