ମହିଳା ସାମ୍ବାଦିକଙ୍କୁ ମାଡ଼ ଘଟଣା, ଘୁଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି

ଓଡ଼ିଆ ଗସିପ୍ ବ୍ୟୁରୋ: ବହୁଚର୍ଚ୍ଚିତ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଶୁଣାଣି ଘୁଂଚିଲା। ୮ ତାରିଖରେ ହେବ ଜାମିନ ଆବେଦନ ଶୁଣାଣି। ଗତ ଶନିବାର ଜାମିନ ଆବେଦନ ଶୁଣାଣୀକୁ ସଂରକ୍ଷିତ ରଖିଥିଲେ କୋର୍ଟ ।
ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
SDJM କୋର୍ଟରେ ଜାମିନ ନେଇ ପୁନଃ ଶୁଣାଣି ହେବ। ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଟୁଟୁ ନାୟକ। ଦଫା ୩୫୪, ୩୪୧, ୩୨୩, ୨୯୪ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ‘ପ୍ରଥା’ ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ବାତି କଂପ୍ଲେକ୍ସ ଭିତରେ ଘଟିଥିଲା ଘଟଣା।
ଅଧିକ ପଢନ୍ତୁ :ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ନେଇ ଖାରବେଳନଗର ଥାନାରେ ହୋଇଥିଲା ମାମଲା । ଘଟଣାର ତଦନ୍ତ କରି ଟୁଟୁଙ୍କୁ ଗିରଫ କରିଥିଲା ପୋଲିସ।
ଅଧିକ ପଢନ୍ତୁ : ହନ୍ତସନ୍ତ ହେବେ ଏହି ରାଶିର ଲୋକ, ୧୦ ବର୍ଷ ପରେ ପଡିଛି ରାଜଯୋଗ, ୩ ରାଶି ପାଇବେ ଲାଭ!
