ସୂରଜ ପାଞ୍ଚୋଲିଙ୍କ ଗର୍ଲଫ୍ରେଣ୍ଡଙ୍କ ହଟ୍ ଫଟୋ ଦେଖିଲେ ହୋଇଯିବେ ଦିଓ୍ବାନା, ଏବେ ଏଠାରେ ଛୁଟି କାଟୁଛନ୍ତି ଦୁହେଁ
ବଲିଉଡ ଆକ୍ଟର ସୂରଜ ପାଞ୍ଚୋଲି ଆଜିକାଲି ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଶୁଣିବାକୁ ମିଳୁଛି ଯେ, ସୂରଜ ପାଞ୍ଚୋଲି ନିଜର ଗର୍ଲଫ୍ରେଣ୍ଡ ଲାରିସା ବୋନେସିଙ୍କ ସହ ଲଣ୍ଡନରେ ଛୁଟି କାଟୁଛନ୍ତି । ସୂରଜ ଗତ ୩ ବର୍ଷ ହେବ ଲାରିସାଙ୍କୁ ଡେଟ୍ କରୁଛନ୍ତି । ସେ ଏହି କଥା ମଧ୍ୟ ସ୍ବୀକାର କରିଛନ୍ତି ଯେ, ଲାରିସାଙ୍କ ସହ ରିଲେସନସିପରେ ଅଛନ୍ତି ।
ମିଳିଥିବା ସୂଚନା ଅନୁସାରେ ସୂରଜଙ୍କ ଗର୍ଲଫ୍ରେଣ୍ଡ ଲାରିସା ହେଉଛନ୍ତି ଜଣେ ବ୍ରାଜିଲିୟନ ମଡେଲ ଅଭିନେତ୍ରୀ । ଲାରିସା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ l ସେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ହଟ୍ ଫଟୋରେ ଭରି ଦେଇଛନ୍ତି । ତାଙ୍କର ବିକିନି ଫଟୋ ଦେଖିକି ଯେ କେହି ମଧ୍ୟ ତାଙ୍କ ଦିଓ୍ବାନା ହୋଇଯିବ ।
ଅନ୍ୟପକ୍ଷେ ଯଦି ଆମେ ସୂରଜଙ୍କ ବିଷୟରେ କଥା ହେବା ତେବେ ସେ ’ହିରୋ’ ଫିଲ୍ମରୁ ବଲିଉଡରେ ଏଣ୍ଟ୍ରି କରିଥିଲେ । ତେବେ ଫିଲ୍ମଟି ବକ୍ସ ଅଫିସରେ ସେତେ ହିଟ୍ ହୋଇପାରିନଥିଲା । ଆଗକୁ ସୂରଜଙ୍କ ଆଉ ଏକ ଫିଲ୍ମ ଆସୁଛି । ତାହା ହେଲା ‘ଟାଇମ ଟୁ ଡ୍ୟାନ୍ସ’ । ଏହି ଫିଲ୍ମର ନିର୍ଦେଶକ ହେଉଛନ୍ତି ରେମୋ ଡିସୁଜା ।