ବଦନାମୀ ‘ସୋନାକ୍ଷୀ’କୁ ନେଇ ବାର କଥା; KBCରେ ରାମାୟଣର ଏକ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ ସୋନାକ୍ଷୀ, ଜାଣନ୍ତୁ ପ୍ରଶ୍ନ କଣ ଥିଲା ?
ବାପା ସମସ୍ତଙ୍କୁ ଖାମୋସ୍ କରୁଥିଲା ଆଉ ଝିଅ ଭୁଲ କରି ନାଲି ଆଖି ଦେଖାଉଛି । ହଁ ଆଜ୍ଞା, ଜୁନିଅର୍ ସଟଗନ୍ ଙ୍କୁ ନେଇ ଏବେ ଉଠୁଛି ପଡୁଛି ପୁରା ବଲିଉଡ୍ ।
ବାପା ଫିଲ୍ମ୍ ରେ ସଫଳ ହୋଇ ରାଜନୀତିରେ ବିଫଳ ସିନା ହେଲେ, ଏବେ କିନ୍ତୁ ଝିଅର କାରନାମା ଦେଖି ଆଉ କାହାକୁ ଲାଜରେ ମୁହଁ ଦେଖାଇ ପାରୁନାହାଁନ୍ତି ବାପା । ଅତି ସାଧାରଣ ପ୍ରଶ୍ନର ଉତ୍ତର ଦେବାରେ ଯେ ସୋନା ବିଫଳ ହେଲେ ତାହା ନୁହଁ ଏହା ବି ଜଣ ପଡ଼ିଲା ଯେ, ସତରେ କଣ ରାମାୟଣ ଜାଣନ୍ତି ନାହିଁ ?
ସୋନକ୍ଷୀଙ୍କ ପରିଚୟ ହୁଏତଃ ଆପଣଙ୍କୁ ଦେବାର ଅବସ୍ୟକ୍ତ ନାହିଁ କାହିଁକି ନା ଆପଣଙ୍କ ସେ ଜଣେ ପ୍ରିୟ ଅଭିନେତ୍ରୀ, ଯାହାକୁ ରାମାୟଣ କଣ ଜଣା ନାହିଁ ।
ଲୋକପ୍ରିୟ ଟିଭି ଧାରାବାହିକ KBC ରେ ନଜର ଆସିଥିଲେ ସୋନାକ୍ଷୀ ।
କାର୍ଯ୍ୟକ୍ରମର ସଂଚାଳକ ଅମିତାଭ ବଚ୍ଚନ ପଚାରି ଥିଲେ, ‘ରାମାୟଣ’ ଅନୁସାରେ ହନୁମାନ କାହା ପାଇଁ ସଞ୍ଜୀବନୀ ଜଡ଼ିବୁଟି ଆଣିବା ପାଇଁ ଯାଇଥିଲେ ? ଏଥିପାଇଁ ତାଙ୍କୁ ବିକଳ୍ପ ଭାବେ ସୁଗ୍ରୀବ, ଲକ୍ଷ୍ମଣ, ସୀତା ଓ ରାମଙ୍କ ନାମ ଦିଆଯାଇଥିଲା । କିନ୍ତୁ ସେ ଏହାର ଠିକ୍ ଉତ୍ତର କହି ପାରି ନଥିଲେ ।
ସେ ପ୍ରଥମେ ସୀତା କହିଥିଲେ ଓ ତା’ ପରେ ରାମ ବୋଲି କହିଥିଲେ, ଯାହା ପୂରା ଭୁଲ୍ ଥିଲା । ରୁମା ଦେବୀ ମଧ୍ୟ ଏହାର ଉତ୍ତର ଜାଣି ନଥିଲେ । ତେଣୁ ଶେଷ ଲାଇଫ୍ଲାଇନ୍ ‘ବିଶେଷଜ୍ଞଙ୍କ ସାହାଯ୍ୟ’ ନିଆଯାଇଥିଲା ଓ ସେ ଏହାର ଠିକ୍ ଉତ୍ତର ‘ଲକ୍ଷ୍ମଣ’ ବୋଲି କହିଥିଲେ ।
ସୋନାକ୍ଷୀ ଏ ପ୍ରଶ୍ନର ଉତ୍ତର ଜାଣି ନଥିବାରୁ ନିଜେ ଅମିତାଭ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । କାରଣ ସୋନାକ୍ଷୀଙ୍କ ପରିବାରର ଅନେକ ଲୋକଙ୍କ ନାଁ ‘ରାମାୟଣ’ର ବିଭିନ୍ନ ଚରିତ୍ରକୁ ନେଇ ହୋଇଛି । ତାଙ୍କ ବାପାଙ୍କ ନାଁ ଶତ୍ରୁଘ୍ନ । ତାଙ୍କ ଦୁଇ ଭାଇଙ୍କ ନାଁ ଲବ ଓ କୁଶ । ସେହିଭଳି ଶତ୍ରୁଘ୍ନଙ୍କ ତିନି ଭାଇଙ୍କ ନାଁ ରାମ, ଲକ୍ଷ୍ମଣ ଓ ଭରତ । ଏମିତିକି ଶତ୍ରୁଘ୍ନଙ୍କ ବାସଭବନର ନାଁ ‘ରାମାୟଣ’ ।
ସୋନାକ୍ଷୀଙ୍କ ଜ୍ଞାନକୁ ଦେଖି ସୋଶାଲ୍ ମିଡିଆରେ ଲୋକେ ତାଙ୍କୁ ଖୁବ୍ ଟ୍ରୋଲ୍ କରିଛନ୍ତି । କେହି କେହି ତାଙ୍କୁ ‘ବୋକୀ’ ବୋଲି ମଧ୍ୟ କହିଛନ୍ତି । ତାଙ୍କ ଉଦ୍ଦେଶ୍ୟରେ ଲୋକେ ଅନେକ ମିମ୍ ମଧ୍ୟ ପୋଷ୍ଟ୍ କରିଛନ୍ତି । ଜଣେ ୟୁଜର ‘କଲଙ୍କ’ ଫିଲ୍ମର ପୋଷ୍ଟର୍ ଶେଆର୍ କରି କହିଛନ୍ତି ଯେ ଏହି ଫିଲ୍ମରେ ତାଙ୍କୁ ନେବା ନିଷ୍ପତ୍ତି ଠିକ୍ ଥିଲା ।