ଓଡ଼ିଆ ମିଡ଼ିଆକୁ ସଫଳତାର ଶ୍ରେୟ ଦେଲେ ଓଲିଉଡ଼ ଅଭିନେତା ସବ୍ୟସଚୀ; ସାମ୍ବାଦିକଙ୍କୁ କଲେ ପ୍ରଶଂସା


ଭୁବନେଶ୍ୱର: ଜଣେ କଳାକାରଙ୍କୁ ଷ୍ଟାର୍ ଏବଂ ଜଣେ ଷ୍ଟାର୍ ଙ୍କୁ ସୁପର ଷ୍ଟାର୍ କରିବାରେ ଦର୍ଶକଙ୍କ ସହ ଗଣମାଧ୍ୟମ ର ଭୂମିକା ରହିଥାଏ । ଅନେକ ସମୟରେ ବହୁ ସେଲିବ୍ରିଟି ଏକଥାକୁ ଗ୍ରହଣ କରିଛନ୍ତି । ଫିଲ୍ମ ସୁଟିଂ ସମୟରେ ରୁ ଆରମ୍ଭ କରି ଫିଲ୍ମ୍ ରିଲିଜ୍ ପର୍ଯ୍ୟନ୍ତ କଳାକାର ଙ୍କୁ ଦର୍ଶକ ଙ୍କ ନିକଟତର କରାଇଥାଏ ଗଣମାଧ୍ୟମ । ଯାହାର ବଳିଷ୍ଠ ଭୂମିକାଥିବା ଥିବା କଥା ସ୍ବୀକାର କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର୍ ସବ୍ୟସାଚୀ ।
ସେ ଆଜି ହେଉ ସ୍ଥାନରେ ପହଞ୍ଚିଛନ୍ତି ସେଥିପାଇଁ ସେ ଗଣମାଧ୍ୟମ କୁ ଶ୍ରେୟ ଦେଇଛନ୍ତି । ନିଜ ସୋସିଆଲ ମିଡିଆ ସାଇଟ ରେ ସେ ଏ ନେଇ ବିଶଦ ଭାବେ ଉଲ୍ଲେଖ କରିଛନ୍ତି। ଉଭୟ ଓଡ଼ିଆ ଏବଂ ତେଲୁଗୁ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ବେଶ୍ ସକ୍ରିୟ ଥିବା ସୁପର ଷ୍ଟାର୍ ସବ୍ୟସାଚୀ ନିଜ ପୋଷ୍ଟରେ ଲେଖିଛନ୍ତି….
“ମୁଁ ଆପଣଙ୍କ ନିକଟରେ ପହଁଚି ପାରିଛି, ଯେହେତୁ ସେମାନେ ମୋତେ ଆପଣଙ୍କ ନିକଟରେ ପାହଞ୍ଚାଇଛନ୍ତି । ମିଡିଆ ସବୁଠୁ ବଡ଼ ଶକ୍ତି ବା ମଧ୍ୟମ ଏବଂ ଏକ ସକାରାତ୍ମକ ସମାଜର ବିନ୍ଧାଣି ହେଉଛନ୍ତି ସାମ୍ବାଦିକ” ।
ଏହି ପୋଷ୍ଟ ସହ ସବ୍ୟ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋରେ କିଛି ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ତାଙ୍କର ପ୍ରତିକ୍ରିୟା ନେଉଛନ୍ତି ।
ପ୍ରସିଦ୍ଧ ଫିଲ୍ମ୍ ନିର୍ମାତା- ନିର୍ଦ୍ଦେଶକ ଓ ଓଡ଼ିଶାର ଘରେ ଘରେ ପରିଚିତ ଦିବଂଗତ ହର ପଟ୍ଟନାୟକଙ୍କୁ ଗୁରୁ କରିଥିବା ସବ୍ୟସାଚୀ ପ୍ରଥମେ ଭିଡିଓ ଆଲବମ୍ ଏବଂ ପରେ ସିନେମା କ୍ଷେତ୍ରରେ ପାଇଛନ୍ତି ଅନେକ ସମ୍ମାନ ଓ ସ୍ଵୀକୃତି । ବର୍ତ୍ତମାନ ସମୟରେ ସେ ଏମିତି ଏକ ତାରକା ଯାହାଙ୍କ ଲୋକପ୍ରିୟତା ଓଡ଼ିଶାରୁ ଆନ୍ଧ୍ର ଯାଏ ବ୍ୟାପ୍ତ ।
‘ପାଗଳ ପ୍ରେମୀ’ ସବ୍ୟ ଏବେ ଅନେକ ଫିଲ୍ମ୍ କରିଛନ୍ତି, ଆଗକୁ ଅନେକ ଫିଲ୍ମ୍ ବି ଆସିବାର ଅଛି । ନିଜର ସ୍ଵତନ୍ତ୍ର ଅଭିନୟ ଶୈଳୀ ପାଇଁ ଘରେ ଘରେ ପରିଚିତ ସବ୍ୟଙ୍କ କମେଡି ଓ ଫାଇଟ ବି ବେଶ୍ ମନ ଜିଣା ।