‘ଖୁସି, ଦାନ ଓ ସ୍ନେହ ଶ୍ରଦ୍ଧାରେ ମିଳେ’; ପାର୍ବଣରେ ପାଳନ କରନ୍ତୁ ‘ଦାନ ଉତ୍ସବ’

‘ଖୁସି, ଦାନ ଓ ସ୍ନେହ ଶ୍ରଦ୍ଧାରେ ମିଳେ’; ପାର୍ବଣରେ ପାଳନ କରନ୍ତୁ ‘ଦାନ ଉତ୍ସବ’
‘ଖୁସି, ଦାନ ଓ ସ୍ନେହ ଶ୍ରଦ୍ଧାରେ ମିଳେ’; ପାର୍ବଣରେ ପାଳନ କରନ୍ତୁ ‘ଦାନ ଉତ୍ସବ’

ଭୁବନେଶ୍ୱର: ଖୁସି କେବଳ ନିଜେ ଖୁସିରେ ରହିଲେ ମିଳିନଥାଏ! ଖୁସି, ଦାନ ଓ ସ୍ନେହ ଶ୍ରଦ୍ଧାରେ ମିଳେ । ସେଥିରୁ ଯେଉଁ ଆନନ୍ଦ ମିଳେ ତାହା ହିଁ ଆପଣଙ୍କ ଜୀବନର ସବୁଠୁ ମହତ୍ୱପୂର୍ଣ୍ଣ ସମୟ ଭିତରୁ ଅନ୍ୟତମ । ଆଉ ଏହି ପାର୍ବଣରେ ଆପଣକଂ ଖୁସିକୁ ସମାଜର ସେହି ବ୍ୟକ୍ତି, ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବାଟନ୍ତୁ ।

ଆପଣଙ୍କ ସକ୍ଷମ ଅନୁଯାୟୀ ଦାନ ଭଳି ଏକ ମହତ୍ କାମର ଭାଗିଦାରୀ ହୁଅନ୍ତୁ । ଆଉ ଏହି ଲକ୍ଷ ନେଇ ସାମାଜିକ ଅନୁଷ୍ଠାନ ‘ ଅଚ୍ୟୁତନ୍ତ ‘ ପକ୍ଷରୁ ଆସନ୍ତା ୮ ତାରିଖରେ ପାଳନ ହେଉଛି ‘ ଦାନ ଉତ୍ସବ’ ଆର ଦେଶରେ ଏହାକୁ ଦାନର ପର୍ବ ଭାବରେ ପାଳନ ହେଉଛି । ଆଉ ଏହି ଅବସରରେ ଆପଣକଂ ସହରରେ ପରସ୍ପର ମଧ୍ୟରେ ଖୁସି ବାଣ୍ଟିବା ପାଇଁ ନିଆରା ପ୍ରୟାସ କରିଛି ସାମାଜିକ ଅନୁଷ୍ଠାନ ‘ଅଚ୍ୟୁତନ୍ତ’ । ଲୋକପ୍ରିୟ ଓଡ଼ିଶୀ ନୃତ୍ୟଶିଳ୍ପୀ ରୋମାଦାସ ମହାପାତ୍ର ଏବଂ ତାଙ୍କ ଟିମ୍ ଏହି ଉତ୍ସବର ପରିକଳ୍ପନା କରିଛନ୍ତି । ଆଉ ଆପଣ ସମସ୍ତଙ୍କୁ ଏହି ଦନର ମହା ପର୍ବରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।

ଆସନ୍ତା ୮ ତାରିଖରେ ଭୁବନେଶ୍ଵର ଲକ୍ଷ୍ମୀ ସାଗର ହାଇସ୍କୁଲରେ ” ଅଚ୍ୟୁତନ୍ତ ” ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ ଅନୁଷ୍ଠାନ ତରଫରୁ ” ଦାନ ଉତ୍ସବ” କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଅବସରରେ ମହିଳା ଫୁଟବଲ୍ ପ୍ରତିଯୋଗିତା ଠାରୁ ଆରମ୍ଭ କରି ଓଡ଼ିଶୀ ନୃତ୍ୟ ପରିବେଷଣ, ସେମି କ୍ଲାସିକାଲ, ଫେନ୍ସି ଡ୍ରେସ ପ୍ରତିଯୋଗିତା, ଗୀତ ପ୍ରତିଯୋଗିତା ତ ସହ ପାରମ୍ପରିକ ରାମ୍ପ ପ୍ରତିଯୋଗିତାକୁ ମଧ୍ୟ ସାମିଲ କରାଯାଇଛି ।

କେବଳ ସେତିକି ନୁହଁ ଏହା ସହ ଅନ୍ୟାନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଲୁକାୟତ ପ୍ରତିଭାମାନଙ୍କୁ ସାମ୍ନାକୁ ଆଣିବାର ପ୍ରୟାସ କରାଯାଇଛି ।

Share this story