ଭାଇରାଲ ଜଳପରୀଙ୍କ ପରିଚୟ ମିଳିଲା! ଜାଣନ୍ତୁ କଣ କରନ୍ତି ଜଳପରୀ ଆଦିତି


ସୋସିଆଲ ମିଡିଆରେ ଏବେ କେବଳ ଗୋଟିଏ ନାଁକୁ ନେଇ ଚର୍ଚ୍ଚା l ସେ ହେଲେ ବିହାର ପାଟଣାର ଆଦିତି ସିଂ l ବନ୍ୟା ପ୍ରଭାବିତ ବିହାରରେ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ଏବେ ସୋସିଆଲ ମିଡିଆର ଏହି ଜଳପରୀ, ଜଳକନ୍ୟାକୁ ନେଇ ଅନେକ କଥା l କିଏ ନିନ୍ଦା କରୁଛି ତ ଆଉ କିଏ ସୁନ୍ଦରୀଙ୍କ ନିଆରା ଆନ୍ଦାଜ ଓ ନଖରାମିକୁ ନେଇ ଅନେକ ପ୍ରଶଂସା ବି କରୁଛନ୍ତି l
ପାଟଣା ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫେସନ ଟେକ୍ନୋଲଜିର ଛାତ୍ରୀ ହେଉଛନ୍ତି ଆଦିତି ସିଂ l ବିଗତ ୨୪ ଘଣ୍ଟା ମଧ୍ୟରେ ସେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି l ସମ୍ଭବତଃ ଯେତେ ଜଣ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି ସମସ୍ତଙ୍କ ରେକର୍ଡ ଭାଙ୍ଗିଦେବେ ଆଦିତି l
ବିଶେଷ କରି ସୁନ୍ଦରୀ ଆଦିତିଙ୍କ ଉତ୍ତେଜିତ ପୋଷାକ ଏବଂ ହିଲ୍ ଯୁବଗୋଷ୍ଠୀଙ୍କୁ ଅଧିକ ଆକର୍ଶିତ କରୁଛି l ଫୋଟଗ୍ରାଫର ସୌରଭ ଅନୁରାଜ ସୁନ୍ଦରୀଙ୍କ ଫୋଟ ସୁଟ୍ କରିଛନ୍ତି l
Meow Studioର ପ୍ରତିଷ୍ଠାତା ହେଉଛନ୍ତି ସୌରଭ ଅନୁରାଜ l ସେ ଆଦିତିଙ୍କ ଫୋଟ ସୁଟ୍ ପରେ mermaid in disaster କ୍ୟାପସନ ଦେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ l ଆଉ ଏହା ପରବର୍ତ୍ତୀ ସମୟରେ ବେଶ୍ ଭାଇରାଲ ହୋଇଥିଲା l
ଅନେକ ଲୋକ ଆଦିତିଙ୍କୁ ଅତି ଶସ୍ତା ଲୋକପ୍ରିୟତା ପାଇଁ ଏମିକି କରିଥିବା କହି ଆଦିତିଙ୍କୁ ସମଲୋଚନା କରିଛନ୍ତି l ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ସହଯୋଗ ବଦଳେ ଏମିତି ଫୋଟ ସୁଟ୍ କରି ପୋଷ୍ଟ କରିବାକୁ ନା ପସନ୍ଦ କରିଛନ୍ତି l ଅନେକ ଏହାକୁ ସକରାତ୍ମକ ଭାବେ ଗ୍ରହଣ କରିଛନ୍ତି, ନିଜେ ଆଦିତି ଓ ତାଙ୍କ ଫୋଟ ସୁଟ୍ କରିଥିବା ଫୋଟଗ୍ରାଫର ମଧ୍ୟ ଏହାକୁ ନେଇ ସକରାତ୍ମକ ଚିନ୍ତା କରିଛନ୍ତି l
ସେ ଏପରିକି ଫୋଟ୍ ସୁଟ୍ ବେଳେ ଅନେକ ପରିଶ୍ରମ କରିବାକୁ ପଡ଼ିଥିବା କହିଛନ୍ତି l ଆଦିତି ମଧ୍ୟ ନିଜେ କହିଛନ୍ତି ଯେ, ବନ୍ୟା ପ୍ରଭାବିତଙ୍କୁ ଉପହାସ କରିବା ପାଇଁ ସେ ଏମିତି କିଛି କରିନାହାନ୍ତି l