ବାପ୍ ରେ ବାପ୍! ଷ୍ଟେଜ ଉପରେ ନେହା କକଡ୍ ଙ୍କୁ କିସ୍ କରିବାକୁ ଯାଇ କାମୁଡି ଦେଲେ ଯୁବକ

ବାପ୍ ରେ ବାପ୍! ଷ୍ଟେଜ ଉପରେ ନେହା କକଡ୍ ଙ୍କୁ କିସ୍ କରିବାକୁ ଯାଇ କାମୁଡି ଦେଲେ ଯୁବକ
ବାପ୍ ରେ ବାପ୍! ଷ୍ଟେଜ ଉପରେ ନେହା କକଡ୍ ଙ୍କୁ କିସ୍ କରିବାକୁ ଯାଇ କାମୁଡି ଦେଲେ ଯୁବକ

ମୁମ୍ବାଇ: ଚୁଲବୁଲି ଗାୟିକା ନେହା କକର୍ ଙ୍କୁ ସର୍ବସମ୍ମୁଖରେ କିସ୍ ! ବାପ୍ ରେ ବାପ୍ , ତାହା ପୁଣି ଲାଇଭ ଟିଭି ସୋ ରେ । ହଁ ଏମିତି କିଛି ଅଡ଼ୁଆ ପରିସ୍ଥିତି ଉପୁଜିଛି ନେହାଙ୍କ କ୍ଷେତ୍ରରେ ବାରଣ ସତ୍ତ୍ୱେ ନେହା କକ୍କରଙ୍କୁ କିସ୍‌ କଲେ ପ୍ରତିଯୋଗୀ । ଆଉ ଏହା ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଛି । ଏଭଳି କିଛି ଅଘଟଣ ଘଟିଛି ‘ଇଣ୍ଡିଆନ୍ ଆଇଡଲ୍‌ ସିଜିନ୍ ୧୧’ର ଅଡିସନ୍ ମଞ୍ଚରେ ।

ଭାଇରାଲ ହୋଇଥିବା ଏହି ଭିଡିଓ ସୋନି ଟିଭି ତା’ର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଛି । ଏଥିରେ ଦେଖିବାକୁ ମିଳିଛି, ଅଡିସନ୍‌ ଦେବାକୁ ଆସିଥିବା ଜଣେ ପ୍ରତିଯୋଗୀ ଅନେକ ଉପହାର ଧରି ମଞ୍ଚରେ ପହଞ୍ଚିଛନ୍ତି ।

ପ୍ରଥମେ ସେ ନେହାଙ୍କୁ ସବୁ ଉପହାର ଦେଇଛନ୍ତି ଓ ତା’ପରେ ତାଙ୍କୁ ଆଲିଙ୍ଗନ କରି ହଠାତ୍‌ ଚୁମ୍ୱନ ଦେଇଛନ୍ତି । ହୋଷ୍ଟ୍‌ ଆଦିତ୍ୟ ନାରାୟଣ ତାଙ୍କୁ ଅଟକାଇବାକୁ ପ୍ରୟାସ କରିଛନ୍ତି, କିନ୍ତୁ ପ୍ରତିଯୋଗୀ ଜଣଙ୍କ ତାଙ୍କ କଥା ଶୁଣି ନାହାନ୍ତି ଓ ନେହାଙ୍କୁ ଚୁମ୍ବନ ଦେଇଛନ୍ତି । ଏହାପରେ ନେହା ଲାଜରେ ନିଜ ମୁହଁ ଲୁଚାଇ ଦେଇଛନ୍ତି ।

ସୂଚନାଯୋଗ୍ୟ, ଛୋଟ ପରଦାରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିବା ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ର ସିଜିନ୍ ୧୧ ଖୁବ୍‌ଶୀଘ୍ର ଆରମ୍ଭ ହେବ । ଏବେ ଏହାର ଅଡିସନ୍ ଚାଲିଛି । ଏଥର ବି ଜଜ୍‌ ଚୌକିରେ ନେହା କକ୍କର, ବିଶାଲ ଦଦଲାନୀ ଓ ଅନୁ ମଲିକ ରହିଛନ୍ତି। ଗତ ସିଜିନ୍‌ରେ ବି ଏମାନେ ଜଜ୍ ଥିଲେ ।

Share this story