‘ବାଳ’ ଫିଲ୍ମ ନେଇ ଆସୁଛି ତରଙ୍ଗ; ଉଠୁଛି ପଡ଼ୁଛି ଇଣ୍ଡଷ୍ଟ୍ରୀ


ଭୁବନେଶ୍ୱର: କଣ ଭାବୁଛନ୍ତି ଆପଣ ! ଭାବୁଛନ୍ତି କି ଆମେ କଣ କହିବାକୁ ଚାହୁଁଛୁ । କିଛି ନାଇଁ ଆଜ୍ଞା ଏ ହେଉଛି ତରଙ୍ଗ ସିନେ ପ୍ରଡକ୍ସନର ଅପକମିଙ୍ଗ ମୁଭି ‘ବାଳ’-ଦ ରିଦମ ଅଫ୍ ଲାଇଫ୍ ର ଟାଇଟଲ । ପ୍ରଡକ୍ସନ ହାଉସ ପକ୍ଷରୁ ଏନେଇ ଆନୁଷ୍ଠାନିକ ଘୋଷଣା ପରେ ଡିଜିଟାଲ ପ୍ଲାଟଫର୍ମରେ ୟାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ତେବେ ସବୁଠାରୁ ରୋଚକ କଥା ହେଲା ପ୍ରଡକ୍ସନ ହାଉସର ଏହି ଟାଇଟଲକୁ ନେଇ ଏବେ ଅନେକ ସିନେପ୍ରେମୀ ଏବଂ ନେଟିଜେନ୍ ବେଶ୍ ସକ୍ରିୟ ହୋଇ ଫିଲ୍ମକୁ ନେଇ ଦେଉଛନ୍ତି ମିଶ୍ର ପ୍ରତିକ୍ରିୟା । କେହି କେହି ତ ଆଗକୁ ଏହା ଅମୁକ , ସମୁକ ନାଁ ରଖି ଫିଲ୍ମ ନିର୍ମାଣ କରିବାକୁ କହୁଛନ୍ତି ତ ଅନକ ଫିଲ୍ମ ରିଲିଜ୍ ତାରିଖ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
କଥା କଣ କି ପାଠକବନ୍ଧୁ ଚନ୍ଦାପଣ କୁ ନେଇ ସମାନ ବିଷୟବସ୍ତୁର ଫିଲ୍ମ ନେଇ ଦର୍ଶକ ପାଖକୁ ଆସୁଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା, ସେ ହିନ୍ଦି ଫିଲ୍ମ ‘ବାଲା’ ରେ ଜଣେ ଚନ୍ଦା ଭୂମିକାରେ ନଜର ଆସୁଛନ୍ତି ସେହିଭଳି ସନି ସିଂଙ୍କ ‘ଉଜଡାଚମନ’ ନାମକ ସମାନ କାହାଣୀର ବିଷୟବସ୍ତୁକୁ ନେଇ ଫିଲ୍ମ ରେ କାମ କରୁଛନ୍ତି ।
ଆଉ ଏଭଳି ସମୟରେ ଓଡ଼ିଶାର ଅଗ୍ରଣୀ ଫିଲ୍ମ ପ୍ରଡକ୍ସନ ହାଉସ ‘ତରଙ୍ଗ’ ପକ୍ଷରୁ ସମାନ ଧରଣର ଫିଲ୍ମ ନିର୍ମାଣକୁ ନେଇ ଘୋଷଣା କରିବା ସହ ଫିଲ୍ମର ଫାଷ୍ଟ ଲୁକ୍ ଜାରି କରିବା ପରେ ଏହାକୁ ନେଇ ଖଟ୍ଟାମିଠା ପ୍ରତିକ୍ରିୟା ଆସିବାରେ ଲାଗୁଛି । କପି-ପେଷ୍ଟ କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବି ଆରମ୍ଭ ହୋଇଯାଇଛି ।
ଅଭିନେତା ଉଦ୍ୟାନ ଅପରାଜିତ୍ ଙ୍କ କହିବା କଥା ‘ତରଙ୍ଗ ସିନେ ପ୍ରଡକ୍ସନ ’ ଦେଢ଼ ବର୍ଷ ଆଗରୁ ଏହି ଫିଲ୍ମ ସୁଟିଂ କାମ ଆରମ୍ଭ କରିଛନ୍ତି । ତେଣୁ ଏଥିରେ କୌଣସି କପି-ପେଷ୍ଟ ର ଛାପ ନଥାଇପାରେ । ତେବେ ସେ ଆହରି ଲେଖିଛନ୍ତି ଯେ,ଆଗକୁ ଓଲିଉଡ ଫିଲ୍ମ ଭଲ ଭଲ ଫିଲ୍ମ ନିର୍ମାଣ କରିବାକୁ ଯାଉଛି ।
ତରଙ୍ଗର ଏହି ‘ବାଳ’ ଫିଲ୍ମର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅମରେଶ ପତି, ଅଭିଜତ ମଜୁମଦାର ଏହାକ ସଂଗୀତ ଦାୟିତ୍ୱରେ ରହିଛନ୍ତି । ତେବେ ଫିଲ୍ମ କେବେ ରିଲିଜ ହେବ ସେ ନେଇ କୌଣସି ସୂଚନା ଦିଆଯାଇନାହିଁ ।